ଯଦି ଆପଣ ରେଲୱେ ଟିକଟ ନିଶ୍ଚିତ କରାଇଛନ୍ତି କିନ୍ତୁ ଭିଡ କାରଣରୁ ଟ୍ରେନରେ ଚଢି ନ ପାରିବେ ତେବେ ଆପଣଙ୍କୁ ବ୍ୟସ୍ତ ହେବାର ଆବଶ୍ୟକତା ନାହିଁ । ଆପଣଙ୍କ ଟଙ୍କା କେବେ ବି ବ୍ୟୟ ହେବନି ବରଂ ରେଳ ବିଭାଗ ଆପଣଙ୍କୁ ପୁରା ଟଙ୍କା ଫେରାଇବ । ଯଦି ଭିଡ ସମୟରେ ଆପଣ ଟ୍ରେନରେ ଚଢ଼ୁଥିବା ବେଳେ କୌଣସି ପ୍ରକାର କ୍ଷତି ହୁଏ ତେବେ ମଧ୍ୟ ରେଳ ବିଭାଗ ଆପଣଙ୍କୁ କ୍ଷତିପୂରଣ ଦେବ ।ଆଇନଜୀବୀଙ୍କର କହିବା ମୁତାବକ ଯେଉଁ ଯାତ୍ରୀଙ୍କ ପାଖରେ ଯାତ୍ରାର ନିଶ୍ଚିତ ବା କନଫର୍ମ ଟିକଟ ରହିଛି ସେମାନଙ୍କୁ ଗନ୍ତବ୍ୟ ସ୍ଥଳରେ ସୁରକ୍ଷିତ ଭାବେ ପହଞ୍ଚାଇବାର ଦାୟିତ୍ୱ ରେଳ ବିଭାଗର ହୋଇଥାଏ । ସଂରକ୍ଷିତ ସିଟର ଯାତ୍ରୀମାନଙ୍କୁ ସେମାନଙ୍କ ସିଟ ପାଖରେ ପହଂଚାଇବା ବି ରେଳ ବିଭାଗର ଦାୟିତ୍ୱ ହୋଇଥାଏ।
କେମିତି କରିବେ କ୍ଷତିପୂରଣ ଆବେଦନ
ରେଲୱେ ସହ ସମ୍ବଦ୍ଧିତ ମାମଲାର ଶୁଣାଣି ପାଇଁ ରେଲୱେ କ୍ଳେମ୍ସ ଟ୍ରିବୁନାଲ ଗଠନ କରାଯାଇଛି । ଏହି ସବୁ ମାମଲାରେ ଆପଣ କ୍ଳେମ୍ସ ଟ୍ରିବୁନାଲର ସାହାଯ୍ୟ ନେଇପାରିବେ । ସେହିପରି କଂଜୁମର ଫୋରମ ଯିବାର ମଧ୍ୟ ଅଧିକାର ଥାଏ । ଯଦି ରେଳୱେୟ କ୍ଳେମ୍ସ ଟ୍ରିବୁନାଲ ଯାତ୍ରୀଙ୍କ ଅଭିଯୋଗରେ ସତ୍ୟତା ପାଆନ୍ତି ତେବେ ରେଲୱେ ବିରୋଧରେ ରାୟ ଦେଇପାରନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/11/13VJTRAINRUSH.jpg)
/kanak/media/post_attachments/wp-content/uploads/2019/11/Railways_PTI-300x169.jpeg)