କନକ ବ୍ୟୁରୋ: ଟ୍ରେନ୍ ଯାତ୍ରୀଙ୍କ ଯାତ୍ରାକୁ ସୁଗମ କରିବାକୁ ଭାରତୀୟ ରେଳ ବିଭାଗ ଜାରି କରିଛି ସ୍ୱତନ୍ତ୍ର ସ୍କିମ୍ । ଅନେକ ସମୟରେ ଟ୍ରେନରେ ରିଜର୍ଭେସନ୍ ସମ୍ଭବ ହେଉନଥିବାରୁ ଯାତ୍ରୀ ହଟହଟା ହୁଅନ୍ତି ।ହେଲେ ଏପରି ସମସ୍ୟାରୁ ବର୍ତ୍ତିବାକୁ ଆରସିଟିସି କରିଛି ‘ବିକଳ୍ପ ସ୍କିମ୍’ ।

Advertisment

ଅନ୍ୟ ସମୟ ଅପେକ୍ଷା ବିଶେଷ କରି ପାର୍ବଣ ସମୟରେ ଟ୍ରେନ ଯାତ୍ରୀଙ୍କ ସଂଖ୍ୟା ଅହେତୁକ ଭାବେ ବଢିଯାଏ । ଟ୍ରେନରେ ରିଜର୍ଭେସନ୍ ମିଳିବା କଷ୍ଟକର ହୋଇପଡେ । ଫଳରେ ଦ୍ୱନ୍ଦ୍ୱରେ ରହି ଟ୍ରେନ ଯାତ୍ରା କରିବା ଅପେକ୍ଷା ଟିକେଟ୍ କ୍ୟାନସଲ କରନ୍ତି ନଚେତ୍ ଯାତ୍ରା ଦିନକୁ ବଦଳାଇବାକୁ ବାଧ୍ୟ ହୁଅନ୍ତି ଯାତ୍ରୀ ।ହେଲେ ଯାତ୍ରୀଙ୍କର ଏପରି ସମସ୍ୟାକୁ ଦୂରେଇବାକୁ ଭାରତୀୟ ରେଳ ବିଭାଗ ଆଣିଛନ୍ତି ‘ ବିକଳ୍ପ ସ୍କିମ୍’ । ଆସନ୍ତୁ ଜାଣିବା ଏହି ସ୍କିମରୁ ଟ୍ରେନ୍ ଯାତୀଙ୍କ ପାଇଁ କିପରି ସାହାଯ୍ୟ କରିବ ।

ଆଜିକାଲି ଟିକେଟ୍ ବୁକିଙ୍ଗ ଅନଲାଇନ୍ ମାଧ୍ୟମରେ ହେଉଛି । କିନ୍ତୁ ଯଦି ଟିକେଟ୍ କନଫର୍ମ ନହୁଏ ତେବେ ଏହାକୁ ରଦ୍ଦ କରିବାକୁ ପଡେ ଓ ଯାତ୍ରୀଙ୍କୁ ସେମାନଙ୍କ ଜମା ଟଙ୍କାର କିଛି ଅଂଶ କାଟି ଫେରାଇ ଦିଆଯାଏ । ଏପରି ସ୍ଥିତିରେ ଟ୍ରେନ୍ ଯାତ୍ରାକୁ ସ୍ଥଗିତ ରଖିବାକୁ ପଡେ । କିନ୍ତୁ ଏହି କନଫର୍ମ ଟିକେଟ୍ ଚାନସେସକୁ ବଢାଇବାକୁ ଯାତ୍ରୀ ବିକଳ୍ପ ସ୍କିମର ସାହାଯ୍ୟ ନେଇପାରିବେ ।

ବିକଳ୍ପ ସ୍କିମ ଅନଲାଇନ୍ ଟିକେଟ୍ ବୁକିଂରେ ବ୍ୟବହାର କରାଯାଏ । ଏହାଦ୍ୱାରା ଟିକେଟ୍ କିଣିବାକୁ ଏକରୁ ଅଧିକ ଟ୍ରେନର ଚୟନ କରିବାର ସୁଯୋଗ ମିଳିଥାଏ ।ମନେକର ଆପଣ କୌଣସି ସ୍ଥାନକୁ ଯିବାକୁ ଗୋଟିଏ ଟ୍ରେନରେ ଟିକେଟ୍ ବୁକିଙ୍ଗ କରିଛନ୍ତି । ହେଲେ ତାହା କନଫର୍ମ ହୋଇପାରୁନାହିଁ । ଏପରି ସ୍ଥିତିରେ ଅପଣ ଯଦି ବିକଳ୍ପ ସ୍କିମର ସାହାଯ୍ୟ ନିଅନ୍ତି ତେବେ ଆପଣଙ୍କୁ ଆପଣଙ୍କ ଗନ୍ତବ୍ୟ ସ୍ଥାନରେ ପହଞ୍ଚିବାକୁ ଗୋଟିଏ ନୁହେଁ ଏକାଧିକ ଟ୍ରେନର ଲିଷ୍ଟ ମିଳିଯିବ । ଏଥିରୁ ଆପଣ ଅନ୍ୟ ଯେକୌଣସି ଟେନ୍ରରେ ଟିକେଟ୍ କନଫର୍ମ କରାଇପାରିବେ । ଏହି ସ୍କିମରେ ଅପଣଙ୍କୁ ରିଜର୍ଭେସନ୍ ମିଳିଯିବାର ଯଥେଷ୍ଟ ସୁଯୋଗ ରହିଛି ।

କିନ୍ତୁ ଗୋଟିଏ କଥା ଧ୍ୟାନରେ ରଖିବେ ଯଦି ଆପଣ ବିକଳ୍ପ ସ୍କିମ କ୍ଲିକ୍ କରିବା ପରେ ବି ଟ୍ରେନ୍ ଲିଷ୍ଟ ଆସୁନାହିଁ ଏହାର ଅର୍ଥ ସେ ରୁଟରେ ଆପଣଙ୍କ ଯିବା ସ୍ଥାନକୁ ଅନ୍ୟ କୌଣସି ଟ୍ରେନ ନାହିଁ । ହେଲେ ଯଦି ଅନ୍ୟ ଟ୍ରେନ୍ ଥାଏ ତେବେ ଆପଣଙ୍କୁ ଅପ୍ସନରେ ଗୋଟିଏ ଦୁଇଟି ନୁହେଁ ଏକାବେଳକେ ୭ଟି ଟ୍ରେନର ଅପ୍ସନ୍ ମିଳିଯିବ ।
ବିକଳ୍ପ ସ୍କିମରେ କ୍ଲିକ୍ କରିବା ପରେ ଆପଣଙ୍କୁ ଲଗାତାର ୭୨ ଘଣ୍ଟା ଯାଏଁ ପିଏନଆର(passanger name record) ଯାଞ୍ଚ କରିବାକୁ ପଡିବ । ତେଣୁ ସବୁବେଳେ ଚେଷ୍ଟା କରନ୍ତୁ ୱେଟିଙ୍ଗ ଟିକେଟ୍ ସହ ସୁବବେଳେ ବିକଳ୍ପ ଟିକେଟ୍ ନେବାକୁ ମଧ୍ୟ ଚେଷ୍ଟା କରନ୍ତୁ ।

ଥରେ ବିକଳ୍ପ ସ୍କିମରେ ଆପଣଙ୍କ ଟିକେଟ୍ କନଫର୍ମ ହୋଇଗଲା ପରେ ବି ଯଦି ଆପଣଙ୍କ କୌଣସି କାରଣରୁ ଯାତ୍ରା ସ୍ଥଗିତ ରଖିବାକୁ ପଡେ ତେବେ ଏହି ରିଜର୍ଭେନକୁ ବି କ୍ୟାନସେଲ କରିପାରିବେ । ଏଥିପାଇଁ ଆପଣଙ୍କୁ ଟିଡିଆର ଫାଇଲ କରିବାକୁ ପଡିବ । ତେବେ ରେଳ ବିଭାଗର ଏହି ବିକଳ୍ପ ଯୋଜନା ଆସିବା ପରେ ଟ୍ରେନ ଯାତ୍ରୀ ଅନେକ ମାତ୍ରାରେ ଆଶ୍ୱସ୍ତ ହୋଇଛନ୍ତି ।