ଆଜିଠାରୁ ବଦଳିଲା ୨୯୭ ଟ୍ରେନର ସମୟ ! ନୂଆ ସମୟରେ ଜାଣନ୍ତୁ କେଉଁ କେଉଁ ଟ୍ରେନର ବଦଳିଲା ସମୟ ।

1,237

ଭାରତୀୟ ଉତ୍ତର ରେଳର ନୂଆ ଟାଇମଟେବଲ୍ ଜାରୀ କରିଛି । ସୋମବାରଠାରୁ ଏହି ନୂଆ ସମୟ ଲାଗୁ ହେବ । ଯଦି ଜୁଲାଇ ୧ ରୁ ଆପଣ କେଉଁଠାକୁ ଯିବାକୁ ଚାହୁଁଛନ୍ତି ତେବେ ପ୍ରଥମେ ରେଲୱେ ଇନକ୍ୟୁୟାରୀରେ ନିଜ ଟ୍ରେନ୍ ସମୟର ସାରଣୀ ଦେଖିରଖନ୍ତୁ । ଉତ୍ତର ରେଳବାଇ ନୂଆ ସମୟ ସାରଣୀ ସାରା ଦେଶରେ ଚାଲୁଥିବା ଟ୍ରେନର ସମୟ ପରିବର୍ତ୍ତନ ଉପରେ ପଡିବ । ଏହାସହ କିଛି ଅନ୍ୟ ନୂଆ ଟ୍ରେନ୍ ର ଆରମ୍ଭର ଘୋଷଣା କରାଯାଇଛି । ନୂଆ ଟାଇମ୍ ଟେବଲ୍ ଅନୁଯାୟୀ ଉତ୍ତର ରେଲୱେ ୨୬୭ ଟ୍ରେନର ସମୟରେ ପରିବର୍ତ୍ତନ ଆଣିଛି । ରେଳବାଇ ଜୋନରେ ୧୪୮ ଟ୍ରେନ୍ ର ପ୍ରସ୍ଥାନ ସମୟ ବଦଳାଇଛନ୍ତି । ୯୩ ଟି ଟ୍ରେନର ପ୍ରସ୍ଥାନ ସମୟ ପୂର୍ବରୁ ବଦଳାଇ ଦିଆଯାଇଛି । ୧୦ ଟି ଗାଡିର ଟ୍ରେନ୍ ନମ୍ବରରେ ମଧ୍ୟ ପରିବର୍ତ୍ତନ କରାଯାଇଛି ଏବଂ ୮୭ ଟ୍ରେନର ସ୍ପିଡ୍ ବଢାଇ ଦିଆଯାଇଛି । ଯେଉଁଥିପାଇଁ ଏହି ଟ୍ରେନର ଯାତ୍ରା ୫ ମିନିଟ୍ ରୁ ୩ ଘଣ୍ଟା ପର୍ଯ୍ୟନ୍ତ କମ୍ ହୋଇଯାଇଛି ।

୨ ନୂଆ ତେଜସ୍ ଏକ୍ସପ୍ରେସର ଆରମ୍ଭ : ଦିଲ୍ଲୀ-ଚଣ୍ଡିଗଡ-ନୂଆ ଦିଲ୍ଲୀ ଏବଂ ନୂଆ ଦିଲ୍ଲୀ-ଲକ୍ଷ୍ନୌ-ନୂଆ ଦିଲ୍ଲୀ ମାର୍ଗରେ ୨ ନୂଆ ତେଜସ୍ ଏକ୍ସପ୍ରେସର ଘୋଷଣା କରାଯାଇଛି । ଚଣ୍ଡିଗଡ ତେଜସ୍ ଏକ୍ସପ୍ରେସ ବୁଧବାର ଛାଡି ସପ୍ତାହକୁ ୬ ଦିନ ଚାଲିବ ଲକ୍ଷ୍ନୌ ତେଜସ୍ ଏକ୍ସପ୍ରେସର ଗୁରୁ ଏବଂ ରବିବାରକୁ ଛାଡିଦେଲେ ୫ ଦିନ ଚାଲିବ ।

୪ ଟ୍ରେନର ଗନ୍ତବ୍ୟ ବଢିବ : ରେଳବାଇ ସୂତ୍ର ଅନୁସାରେ ନୂଆ ସମୟ ସାରଣୀ ଅନୁସାରେ ୪ ଟି ଟ୍ରେନର ଗନ୍ତବ୍ୟକୁ ବିସ୍ତାରିତ କରାଯାଇଛି । ନୂଆ ଦିଲ୍ଲୀ-ଦେହରାଦୁନ୍ ନନ୍ଦା ଦେବୀ ଏକ୍ସପ୍ରେସ ଅଗଷ୍ଟ ୨୫ ରୁ କୋଟା ପର୍ଯ୍ୟନ୍ତ ଯିବ । ଅଲ୍ଲୀଗଡ ମୁରାଦାବାଦ ପାସେଞ୍ଜର ଜୁଲାଇ ୧ ରୁ ଗକ୍ସରୋଲା ପର୍ଯ୍ୟନ୍ତ ଯିବ । ଅମ୍ବାଲା ଅନ୍ଦୋରା ଡେମୁ ଜୁଲାଇ ୧ ରୁ ଦୋଲତପୁର ଚୌକ ପର୍ଯ୍ୟନ୍ତ ଯିବ । ନୂଆ ଦିଲ୍ଲୀ-ଲୁଧିୟାନା ଏକ୍ସପ୍ରେସ ଲୋହିୟାଁ ପର୍ଯ୍ୟନ୍ତ ଯିବ ।