କାହିଁକି ରେଳଲାଇନ୍ ପାଖରେ ଥାଏ ଏଭଳି ଆଲୁମିନିୟମ୍ ବାକ୍ସ ? କ’ଣ ଏହାର କାମ ? କିଭଳି ଉପାୟରେ ଏହା ଯାତ୍ରୀଙ୍କ ଜୀବନକୁ ସୁରକ୍ଷା ଦିଏ ଜାଣନ୍ତୁ ।

9,327

ଟ୍ରେନରେ ଯାତ୍ରା କଲା ସମୟରେ ରେଳଲାଇନ୍ ପାଖରେ ଥିବା ଏକ ଆଲୁମିନିୟମ୍ ବାକ୍ସ ତ ଆପଣ ନିହାତି ଦେଖିଥିବେ । କିନ୍ତୁ ଏହି ବାକ୍ସ କାହିଁକି ରଖାଯାଏ ତାହା କ’ଣ ଆପଣ ଜାଣିଛନ୍ତି କି? ଏହି ବାକ୍ସ କେଉଁପ୍ରକାର କାମ କରିଥାଏ ଏବଂ ଯାତ୍ରୀଙ୍କ ସୁରକ୍ଷା କିଭଳି କରିଥାଏ? ଏହି ବାକ୍ସ ଭିତରେ କ’ଣ ଥାଏ?

 

ଏହି ଆଲୁମିନିୟମ୍ ବାକ୍ସକୁ “ଏକ୍ସେଲ୍ କାଉଣ୍ଟର ବାକ୍ସ” କୁହାଯାଏ । ଟ୍ରାକରେ ୩ ରୁ ୫ କି,ମି ଭିତରେ ଏହି ବାକ୍ସକୁ ରଖାଯାଏ । ବାକ୍ସ ଭିତରେ ଷ୍ଟୋରେଜ୍ ଡ଼ିଭାଇସ୍ ରହିଥାଏ ଯାହା ସିଧାସଳଖ ଟ୍ରେନଲାଇନ୍ ସହ ଯୋଡ଼ି ହୋଇ ରହିଥାଏ । ଏହା ଟ୍ରେନର ଦୁଇପାଶ୍ୱର୍ର ଚକକୁ ଯୋଡ଼ିକରି ରଖୁଥିବା ଏକ୍ସେଲକୁ କାଉଣ୍ଟ୍ କରିଥାଏ । ପ୍ରତି ୫ କିଲୋମିଟରରେ ଏହି ଟ୍ରେନ୍ ଏକ୍ସେଲର କାଉଣ୍ଟ୍ କରିଥାଏ । ଯାହାଦ୍ୱାରା ଟ୍ରେନ୍ ଷ୍ଟେସନରୁ ଛାଡ଼ିବାଠୁ ଆରମ୍ଭ କରି ପହଂଚିବା ପର୍ଯ୍ୟନ୍ତ ଏଥିରେ ସବୁ ଚକ ଠିକରେ ଅଛି କି ନାହିଁ ତାହା ଜଣାପଡେ । ଯଦି କୌଣସି ଟ୍ରେନ୍ ଦୂର୍ଘଟଣା ଘଟେ ଏବଂ ଟ୍ରାକରୁ ଗୋଟିଏ କିମ୍ବା ୨ ଟି ଡ଼ବା ଅଲଗା ହୋଇଯାଏ ତେବେ ଏହି ଏକ୍ସେଲ୍ କାଉଣ୍ଟର ବାକ୍ସ ଏକ୍ସେଲର କାଉଣ୍ଟର କରିଥାଏ । ଦୂର୍ଘଟଣାଗ୍ରସ୍ଥ ଟ୍ରେନରେ ଚକସଂଖ୍ୟା କେତେ କମ୍ ଥିଲା ତାହାର ସୂଚନା ଦେଇଥାଏ ଏହି ବାକ୍ସ । ଏହାଦ୍ୱାରା ଟ୍ରେନ୍ କେଉଁ ସ୍ଥାନରୁ ଏବଂ କେଉଁ କାରଣରୁ ଲାଇନଚ୍ୟୁତ୍ ହେଲା କିମ୍ବା ଡ଼ବା ଅଲଗା ହେଲା ଏହାର ସୂଚନା ରେଳକର୍ମଚାରୀଙ୍କୁ ମିଳିଯାଏ । ଏହାପରେ ରେଲୱେକୁ ଦୂର୍ଘଟଣା ପରେ ଜାଞ୍ଚ୍ କରିବା ପାଇଁ ସୁବିଧା ହୋଇଥାଏ ।

କିଭଳି କାମ କରିଥାଏ ଏହି ବାକ୍ସ ?

ଟ୍ରେନଲାଇନ୍ ପାଖରେ ଥିବା “ଏକ୍ସେଲ୍ କାଉଣ୍ଟର ବାକ୍ସ” ଟ୍ରେନ୍ ଯିବା ସମୟରେ ଏହାର ଏକ୍ସେଲକୁ ଗଣିଥାଏ ଏବଂ ତୁରନ୍ତ ଏହାର ସୂଚନା ଆରବାକ୍ସକୁ ପଠାଇଥାଏ । ଆରବାକ୍ସଟି ମଧ୍ୟ ୫ କିଲୋମିଟର ଦୂରତାରେ ଥାଏ ଏବଂ ସେହି ବାକ୍ସଟି ମଧ୍ୟ ସମକାମ କରିଥାଏ । କିନ୍ତୁ ଏକ୍ସେଲର ସଂଖ୍ୟା ଗତ ବାକ୍ସ ସହ ମ୍ୟାଚ୍ ନକରିବା ପରେ ଆଗରେ ଥିବା ଏକ୍ସେଲ୍ କାଉଣ୍ଟର ବାକ୍ସ ଟ୍ରେନକୁ ରେଡ଼୍ ସିଗନାଲ୍ ଦେଖାଇଥାଏ । ଯେତେବେଳେ ଟ୍ରେନର କୌଣସି ଡ଼ବା ଅଲଗା ହେବ ସେତେବେଳେ ଏକ୍ସେଲର ସଂଖ୍ୟା କମ୍ ହୋଇଯିବ । ଏଭଳି ସ୍ଥିତିରେ ଦୂର୍ଘଟଣାକୁ ଏଡ଼ାଇବା ପାଇଁ ଟ୍ରେନ୍ ରୋକିବାକୁ ପର୍ଯ୍ୟାପ୍ତ ସମୟ ମିଳିଯାଏ । ଏହାଛଡ଼ା ଏହି ବାକ୍ସ ଟ୍ରେନର ସ୍ପିଡ୍ ଏବଂ ଏହାର ଦିଗର ମଧ୍ୟ ସୂଚନା ଦେଇଥାଏ ।