ଟ୍ରେନରେ ଟିଟିଇଙ୍କ ବ୍ୟବହାର ଏବଂ ଆଚରଣ ବିଷୟରେ କେହି ଅଛପା ନଥିବେ । ଟ୍ରେନରେ ଟିଟିଇଙ୍କ ଦ୍ୱାରା ଦୁର୍ନୀତି ଦିନକୁ ଦିନ ବଢିଚାଲୁଛି । ଏବେ ଟ୍ୱିଟରରେ ଏନେଇ ଏକ ଭିଡିଓ ଖୁବ୍ ଭାଇରାଲ୍ ହେଉଛି । ଯେଉଁଥିରେ ଚଳନ୍ତା ଟ୍ରେନରେ ଜଣେ ଟିଟିଇ ବୃଦ୍ଧଙ୍କ ଠାରୁ ଟଙ୍କା ନେଉଥିବାର ଦୃଶ୍ୟ ଦେଖାଯାଉଛି । ଏହି ଭିଡିଓରେ ଟିଟିଇ ଜଣକ ବୃଦ୍ଧଙ୍କ ହାତରୁ ଟଙ୍କା ଛଡାଇ ନେଉଥିବାର ଦେଖାଯାଉଛନ୍ତି ।
आदरणीय केंद्रीय रेलमंत्री @PiyushGoyal जी, आपके रेलवे डिपार्टमेंट में जमकर भ्रस्टाचारियो का बोलबाला है, यैसा ही एक वीडियो मैं भी इलाहबाद स्टेशन से जिगना स्टेशन के बीच बना रहा था तो मेरी मोबाइल छोड़ ली गई थी, कृपया इन भ्रस्ट कर्मचारियों पर करवाई करें..@PMOIndia@narendramodipic.twitter.com/V5zX78Sd5t
— बृजेश मिश्र/ Brijesh Mishra🇮🇳 (@MishraBRIJESH13) July 23, 2019
बृजेश मिश्र/ Brijesh Mishra🇮🇳
@MishraBRIJESH13
ବୃଦ୍ଧ ଜଣଙ୍କ ହାତଯୋଡି ଟିଟିଇଙ୍କୁ ଟଙ୍କା ମାଗୁଛନ୍ତି ଏବଂ ସେ ଟଙ୍କା ଗଣି କିଛି ନିଜ ପାଖରେ ରଖିଲାବେଳେ ବଳକା ଟଙ୍କା ବୃଦ୍ଧଙ୍କୁ ଫେରାଉଛନ୍ତି । ଏହି ଭିଡିଓକୁ ନେଇ ଅନେକ ଲୋକ ଅନେକ ପ୍ରକାର ଟିପ୍ପଣୀ ରଖୁଛନ୍ତି । କିଛି ଲୋକ କହୁଛନ୍ତି ବୃଦ୍ଧଜଣକ ଜଲଦି ଜଲଦିରେ ଜେନେରାଲ୍ ବଦଳରେ ସ୍ଲିପର୍ ଶ୍ରେଣୀରେ ଚଢିଯାଇଥିଲେ । ତେଣୁ ଟିଟିଇ ତାଙ୍କ ଠାରୁ ଟଙ୍କା ନେଇଥିଲେ ।
कृपया अपने यात्रा विवरण को बताएं कि आपके साथ यह घटना कब हुई थी ताकि हम जाँच कर सकें। इस वीडियो के संबंध में भी जांच की जा रही है। @drmmgs@drmncrald
— Indian Railways Seva (@RailwaySeva) July 23, 2019
ମୁଗଲସରାୟ ଅର୍ଥାତ୍ ଦିନ୍ ଦୟାଲ୍ ଉପାଧ୍ୟାୟ ଜଙ୍କସନ୍ ର ଡିଆରଏମ୍ ଙ୍କ ମୁତାବକ , ଟିଟିଇ ଲାଞ୍ଚ ନେଇନଥିଲେ ସେ ଟିକଟ୍ ପାଇଁ ଟଙ୍କା ନେଇଥିଲେ । ଏହି ଘଟଣାର ସମ୍ପୁର୍ଣ୍ଣ ଜାଞ୍ଚ୍ ପାଇଁ ଟିଟିଇଙ୍କୁ କିଛି ଦିନ ପାଇଁ ସସପେଣ୍ଡ କରିଦିଆଯାଇଛି । ଏନେଇ ଟ୍ୱିଟରରେ କିଛି ଲୋକ ରେଳ ମନ୍ତ୍ରାଳୟ ଏବଂ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଟ୍ୱିଟ୍ କରି ଘଟଣା ବିଷୟରେ ଜଣାଇଛନ୍ତି ।
सम्बंधित कर्मचारी से विडियो क्लिप के सम्बन्ध में स्पष्टीकरण लिया गया.घटना ३,४महीने पूर्व का है.कर्मचारी ने बताया टिकट बनाने हेतु यात्री से पैसा ले रहे थे और टिकट बनाया था. सम्बंधित कर्मचारी को विस्तृत जाँच हेतु निलंबित कर दिया गया है
— DRM MUGHALSARAI (@drmmgs) July 23, 2019