ଶୀତରେ ଟ୍ରେନରେ ଯାତ୍ରା କରିବା ପଡିପାରେ ମହଙ୍ଗା : ରେଳବାଇ ଯାତ୍ରୀଙ୍କ ଠାରୁ ଅଧ ଘଣ୍ଟା ପୂର୍ବରୁ ଛଡାଇନେବ କମ୍ବଳ ଓ ଚାଦର । ଜାଣନ୍ତୁ କାହିଁକି

409

ଦେଶର ଅନେକ ସ୍ଥାନରେ ହାଡଭଙ୍ଗା ଶୀତ ହେଉଛି । ଏହି ସମୟରେ ଆପଣଙ୍କୁ ଟ୍ରେନରେ ଯାତ୍ରା କରିବା ପଡିପାରେ ମହଙ୍ଗା । ଏବେ ରେଳବାଇ ଆପଣଙ୍କ ଷ୍ଟେସନ ଆସିବାର ଅଧ ଘଣ୍ଟା ପୂର୍ବରୁ ହିଁ ଆପଣଙ୍କ ଠାରୁ କମ୍ବଳ-ଚାଦର ଫେରାଇନେବାର ପ୍ରସ୍ତୁତିରେ ଅଛି । ପ୍ରକୃତରେ କମ୍ବଳ, ତକିଆ, ଚାଦର ଓ ଗାମୁଛାର ଚୋରି ରୋକିବା ପାଇଁ ଏହି ପଦକ୍ଷେପ ନେବାକୁ ଯାଉଛି ।

ଟ୍ରେନରେ ଯାତ୍ରା ସମୟରେ ଏସି କୋଚରେ ଯାତ୍ରୀଙ୍କୁ ୨ଟି ଚାଦର, ଗୋଟିଏ ତକିଆ, ଗୋଟିଏ ତକିଆ କଭର, ଗୋଟିଏ ଗାମୁଛା ଓ ଗୋଟିଏ କମ୍ବଳ ଦିଆଯାଏ । ଯାତ୍ରା ପୁରା କରିବା ପରେ ଯାତ୍ରୀ ଏହି ସମସ୍ତ ଜିନିଷ ନିଜ ସିଟରେ ଛାଡି କି ଚାଲିଯାଆନ୍ତି । ତା’ପରେ କୋଚରେ ନିଯୁକ୍ତ କର୍ମଚାରୀ ସେହି ସମସ୍ତ ଜିନିଷ ଉଠାଇ ନେଇଯାଆନ୍ତି । କିନ୍ତୁ ପ୍ରତିବର୍ଷ ସିଏଜି ରିପୋର୍ଟରେ ଖୁଲାସା ହୁଏ କି ଯାତ୍ରା ସମୟରେ ଟ୍ରେନରୁ ଏତେ ଲକ୍ଷ ଗାମୁଛା ଚୋରି ହୋଇଯାଇଛି ଓ ଏତେ ଲକ୍ଷ ଚାଦର, କମ୍ବଳ ଓ ତକିଆ କଭର । ଏହାକୁ ରୋକିବା ପାଇଁ ନିଟରେ ରେଳ ମନ୍ତ୍ରାଳୟ ଏକ ନୂଆ ବ୍ୟବସ୍ଥା ଜାରି କରିଛି । ରେଳ ରାଜ୍ୟମନ୍ତ୍ରୀ ରାଜେନ୍ ଗୋହାଇଙ୍କ ଅନୁସାରେ, ଏବେ ଏସି କୋଚରେ ଯାତ୍ରା କରୁଥିବା ଯାତ୍ରୀଙ୍କ ଠାରୁ ଷ୍ଟେସନ ଆସିବାର ଅଧ ଘଣ୍ଟା ପୂର୍ବରୁ ହିଁ ସମସ୍ତ ଜିନିଷ ଫେରାଇ ନିଆଯିବ । ଏହି ସୂଚନା ଲୋକସଭାରେ ଦିଆଯାଇଛି ।

ଗାମୁଛାର ଅଧିକ ଚୋରି ହେଉଥିବାରୁ ଏଣିକି ଗାମୁଛା ଜାଗାରେ ୟୁଜ୍ ଆଣ୍ଡ ଥ୍ରୋ ନାପକିନ୍ ଦେବା ଆରମ୍ଭ କରିଦିଆଯାଇଛି । ରେଳବାଇର ସମସ୍ତ ଜୋନରେ ଏହା ଲାଗୁ ହୋଇନି ।