ପାଣି ପାଇଁ ଅଧିକ ୫ ଟଙ୍କା ଆଦାୟ କରିବା ପଡିଲା ମହଙ୍ଗା। ଠିକାଦାରକୁ ୧ ଲକ୍ଷ ଜରିମାନା କଲା ରେଳବାଇ।

ପାଣି ପାଇଁ ଅଧିକ ୫ ଟଙ୍କା ଆଦାୟ କରିବା ପଡିଲା ମହଙ୍ଗା। ଠିକାଦାରକୁ ୧ ଲକ୍ଷ ଜରିମାନା କଲା ରେଳବାଇ।

କନକ ବ୍ୟୁରୋ: ଭାରତୀୟ ରେଳବାଇର ଅମ୍ବାଲା ଡିଭିଜନରେ ଏକ କ୍ୟାଟେରିଂ ଠିକାଦାର ଉପରେ ବୋତଲ ପାଣି ପାଇଁ ଜରିମାନା ଲଗାଇଛି । ନିର୍ଦ୍ଧାରିତ ଦରଠାରୁ ଅଧିକ ଟଙ୍କା ଆଦାୟ କରିବା କାରଣରୁ ଏହି ଭାରି ଜରିମାନା ଲଗାଇଛି ରେଳବାଇ । ସୂଚନା ଅନୁସାରେ ରେଳବାଇ ଠିକାଦାରଙ୍କ ଉପରେ ୧ ଲକ୍ଷ ଟଙ୍କା ଜରିମାନା ଲଗାଇଛି । ସମ୍ପୃକ୍ତ ଠିକାଦାର ବୋତଲର ଦାମଠାରୁ ୫ ଟଙ୍କା ଅଧିକ ଆଦାୟ କରୁଥିଲା ।

ରେଳବାଇ ଗତ କିଛି ଦିନ ଧରି ଏହି ପ୍ରୟାସରେ ରହିଛି ଯେ ଷ୍ଟେସନରେ ଆବଶ୍ୟକ ସାମଗ୍ରୀ ଗୁଡିକ ସଠିକ ଦାମରେ ଉପଲବ୍ଧ ହେଉ । ଯାତ୍ରୀ ଏହାର ଫାଇଦା ଉଠାଇ ପାରନ୍ତୁ, ସେମାନଙ୍କୁ ଆଉ କୌଣସି ଅସୁବିଧା ନ ହେଉ । ରେଳବାଇ ଏଥିପାଇଁ ସହଯୋଗୀ ଆଇଆରସିଟିସିର ସବୁ ଭେଣ୍ଡର ଏବଂ ଠିକାଦାର ମାନଙ୍କ ପାଇଁ ଗୋଟିଏ ମୂଲ୍ୟତାଲିକା ଜାରି କରିଥିଲା । ଏଥିରେ ସଫା ସଫା ଲେଖାଯାଇଛି କୌଣସି ଠିକାଦାର ଯାତ୍ରୀଙ୍କ ଠାରୁ ଧାର୍ଯ୍ୟ ମୂଲ୍ୟରୁ ଅଧିକ ଟଙ୍କା ଆଦାୟ କରିପାରିବେ ନାହିଁ । ଯଦି ଏଭଳି ହୁଏ ତେବେ ଅଭିଯୋଗ ପରେ ସେହି ଭେଣ୍ଡର ଏବଂ ଠିକାଦାରଙ୍କ କଣ୍ଟ୍ରାକ୍ଟ ରଦ୍ଦ କରାଯିବ । ଏହା ସହ ଆର୍ଥିକ ଦଣ୍ଡ ମଧ୍ୟ ଲଗାଇ ଦିଆଯିବ ।

ନିକଟରେ ଜଣେ ଯାତ୍ରୀ ଟ୍ୱିଟରରେ ପାଣି ବୋତଲ ଉପରେ ୫ ଟଙ୍କା ଅଧିକ ଆଦାୟର ଭିଡିଓ ସେୟାର କରିଥିଲେ । ଏହି ଭିଡିଓରେ ପାଣି ଉପରେ ୫ ଟଙ୍କା ଅଧିକ ଆଦାୟ କରାଯାଉଥିବା ସ୍ପଷ୍ଟ ଭାବେ ପ୍ରମାଣିତ ହୋଇଥିଲା । ଏହି ମାମଲାରେ ଆଇଆରସିଟିସି ତଦନ୍ତ କରିବା ସହ ପଦକ୍ଷେପ ଗ୍ରହଣ କରିଥିଲା । ଠିକାଦାର ଉପରେ ବର୍ତ୍ତମାନ ୧ ଲକ୍ଷ ଟଙ୍କା ଜରିମାନା ଲାଗୁ କରାଯାଇଛି ।

 ଯାତ୍ରୀ ଜଣକ ଚଣ୍ଡୀଗଡରୁ ସାହାଜାହନପୁର ଯାଉଥିଲେ । ଗୋଟିଏ ଭେଣ୍ଡରରୁ ପାଣି ବୋତଲ କିଣିବା ବେଳେ ଭେଣ୍ଡର ତାଙ୍କୁ ୨୦ ଟଙ୍କା ମାଗିଥିଲେ । ପାଣି ବୋତଲରେ ଏହାର ଦାମ ୧୫ ଟଙ୍କା ଲେଖାଯାଇଥିବା ବେଳେ ଏହାର ମୂଲ୍ୟ ଠାରୁ ଅଧିକ ୫ ଟଙ୍କା ଆଦାୟ କରାଯାଉଥିଲା । ଏନେଇ ସେ ରେଳବାଇରେ ଅଭିଯୋଗ କରିଥିଲେ । ଯାହା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe