ରେଳବାଇର ନୂଆ ନିୟମ ଜାରି । ଉଲଂଘନ କଲେ ହେବ କାର୍ଯ୍ୟାନୁଷ୍ଠାନ, ଯାତ୍ରୀ ଏହା ଜାଣିବା ନିହାତି ଜରୁରୀ

ରେଳବାଇର ନୂଆ ନିୟମ ଜାରି । ଉଲଂଘନ କଲେ ହେବ କାର୍ଯ୍ୟାନୁଷ୍ଠାନ, ଯାତ୍ରୀ ଏହା ଜାଣିବା ନିହାତି ଜରୁରୀ

କନକ ବ୍ୟୁରୋ : ଭାରତୀୟ ରେଳବାଇ ତରଫରୁ ସମୟ ସମୟରେ ନିୟମକୁ ପରିବର୍ତ୍ତନ କରାଯାଇଥାଏ । ଯଦି ଆପଣ ପ୍ରତିଦିନ ଟ୍ରେନରେ ଯାତ୍ରା କରୁଛନ୍ତି ତେବେ ଭାରତୀୟ ରେଳବାଇ ପକ୍ଷରୁ ଜାରି କରାଯାଇଥିବା ନୂଆ ନିୟମକୁ ଜାଣିରଖିବା ନିହାତି ଆବଶ୍ୟ । ଖାସକରି ଯେଉଁମାନେ ରାତିରେ ଟ୍ରେନ୍ ଯାତ୍ରା କରୁଛନ୍ତି ସେମାନେ ଏହି ନିୟମକୁ ଭଲରେ ଜାଣିରଖନ୍ତୁ, ନଚେତ୍ ହୋଇପାରେ କାର୍ଯ୍ୟାନୁଷ୍ଠାନ ।
ତେବେ ଭାରତୀୟ ରେଳବାଇ ତରଫରୁ ଜାରି କରାଯାଇଥିବା ନିୟମ ରାତିରେ ଯାତ୍ରା କରୁଥିବା ଲୋକଙ୍କ ଉପରେ ଲାଗୁ କରାଯିବ । ଅନେକ ସମୟରେ ଭାରତୀୟ ରେଳବାଇ ପାଖକୁ ଅଭିଯୋଗ ଆସିଛିକି, ରାତିରେ ଯାତ୍ରା କରୁଥିବା ଯାତ୍ରୀ ରାତିରେ ଠିକ୍ ଭାବରେ ଶୋଇପାରୁନାହାନ୍ତି । ଏହାର କାରଣ ହେଉଛି, ରାତିରେ କିଛି ଯାତ୍ରୀ ମୋବାଇଲରେ ଉଚ୍ଚ ସ୍ୱରରେ ଫୋନରେ କଥାବାର୍ତା ହେବା, ଫୋନରେ ଜୋରରେ ସାଉଣ୍ଡ ଦେଇ ଗୀତ ଶୁଣିବା ଭଳି ଅନେକ କାରଣ ରହିଛି ଯେଉଁଥି ପାଇଁ ଅନ୍ୟ ଯାତ୍ରୀମାନେ ଶୋଇପାରନ୍ତି ନାହିଁ । ତେଣୁ ଏହାକୁ ଦୃଷ୍ଟିରେ ରଥି ଭାରତୀୟ ରେଳବାଇ ନୂଆ ନିୟ ଜାରି କରିଛି ।
ନିୟମ ଅନୁସାରେ,
- ଯାତ୍ରା ସମୟରେ କୌଣସି ବି ବ୍ୟକ୍ତି ଉଚ୍ଚ ସ୍ୱରରେ ମୋବାଇଲରେ କଥା ହୋଇପାରିବେ ନାହିଁ କିମ୍ବା ଗୀତ ଶୁଣିପାରିବେ ନାହିଁ
- ରାତିରେ ନାଇଟ୍ ଲାଇଟକୁ ଛାଡି ସବୁ ଲାଇଟକୁ ବନ୍ଦ କରିବାକୁ ପଡିବ, ଯେପରି ଅନ୍ୟ ଯାତ୍ରୀଙ୍କର ଶୋଇବାରେ କୌଣସି ଅସୁବିଧା ନହେବ
- ଗ୍ରୁପରେ ଯାଇଥିବା ଯାତ୍ରୀ ବିଳମ୍ବିତ ରାତି ଯାଏଁ କଥା ହୋଇପାରିବେ ନାହିଁ, ଯଦି ଏନେଇ ଅନ୍ୟ କୌଣସି ଯାତ୍ରୀଙ୍କ ଅଭିଯୋଗ ଆସେ ତେବେ ଉକ୍ତ ଯାତ୍ରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇପାରେ
- ରାତିରେ ଚେକିଂ ଷ୍ଟାଫ୍, ଆରପିଏଫ୍, ଇଲେକ୍ଟ୍ରିସିଆନ, କ୍ୟାଟେରିଂ ଷ୍ଟାଫ୍ ଏବଂ ମେଣ୍ଟନାନ୍ସ ଷ୍ଟାଫ ଶାନ୍ତୁପୂର୍ଣ୍ଣ ଭାବରେ କାମ କରିବେ
- ୬୦ ବର୍ଷରୁ ଅଧିକ ବୟଷ୍କ, ଦିବ୍ୟାଙ୍ଗ ଏବଂ ଏକାକି ଯାତ୍ରା କରୁଥିବା ମହିଳାଙ୍କୁ ସାହାଯ୍ୟ ଦରକାର ପଡିଲେ ରେଳବାଇ ତୁରନ୍ତ ସେବା ଯୋଗାଇଦେବେ
ରେଳବାଇ ଜାରି କରିଥିବା ଏହି ନୂଆ ନିୟମ ଅନୁସାରେ, ଯଦି ଯାତ୍ରୀ କୌଣସି ନିୟମର ଉଲଂଘର କରନ୍ତି ତେବେ ଏନେଇ କାର୍ଯ୍ୟାନୁଷ୍ଠାନ ହୋଇପାରେ । ସବୁଠୁ ବଡକଥା ହେଉଛି ଯାତ୍ରୀ ଏନେଇ ଅଭିଯୋଗ କରିବା ମାତ୍ରେ ତୁରନ୍ତ ରେଳବାଇ କର୍ମୀ ସେଠାରେ ପହଞ୍ଚି ସମସ୍ୟାର ସମାଧାନ କରିବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe