କନକ ବ୍ୟୁରୋ : ଅନେକ ଥର ରେଳ ଷ୍ଟେସନରେ ନିଆଁ ଲାଗିଯିବା ଫଳରେ ଅନେକ ଧନ ଜୀବନ ନଷ୍ଠ ହୋଇଥିବାର ଉଦାହରଣ ରହିଛି । ଏହି କ୍ରମରେ ଏବେ ଭାରତୀୟ ରେଳ ବିଭାଗ ଷ୍ଟେସନଗୁଡିକରେ ଅଗ୍ନିଶମ ନିରାପତ୍ତାକୁ ସୁଦୃଢ କରିବାକୁ ଅଣ୍ଟା ଭିଡିଛି । ପଶ୍ଚିମ ମଧ୍ୟ ରେଳ ବିଭାଗ ତରଫରୁ ନିଜର ୩ ଟି ମଣ୍ଡଳରେ ଥିବା ୨୧୯ ଟି ଷ୍ଟେସନରେ ଫାୟାର ଅଲରାମ ସିଷ୍ଟମର ସୁବିଧା ଉପଲବ୍ଧ କରାଇଛି ।
ପଶ୍ଚିମ ମଧ୍ୟ ରେଲୱେ ତରଫରୁ ସୁରକ୍ଷା ବ୍ୟବସ୍ଥାକୁ ମଜବୁତ କରିବାକୁ ଷ୍ଟେସନରେ ଫାୟାର ଆଲରାମ ସିଷ୍ଟମର ଉଚିତ ବ୍ୟବସ୍ଥା କରି ମହତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି । ପଶ୍ଚିମ ମଧ୍ୟ ରେଲୱେରେ ଥିବା ୩ ଟି ମଣ୍ଡଳର ୨୧୯ ଟି ଷ୍ଟେସନରେ ଏବେ ଫାୟାର ଆଲରାମ ସିଷ୍ଟମର ବ୍ୟବସ୍ଥା ସମ୍ପୂର୍ଣ୍ଣ ରୂପେ ଶେଷ ହୋଇଛି ।
ପଶ୍ଚିମ ମଧ୍ୟ ରେଲୱେ ଅନ୍ତର୍ଗତ ଜବଲପୁର ମଣ୍ଡଳର ୫୭ ଟି ଷ୍ଟେସନ, ଭୋପାଳ ମଣ୍ଡଳର ୭୨ ଟି ଷ୍ଟେସନ ଓ କୋଟା ମଣ୍ଡଳର ୯୦ ଟି ଷ୍ଟେସନରେ ଏହି ଫାୟାର ଆଲରାମ ସିଷ୍ଟମ ଉପଲବ୍ଧ ହୋଇଛି । କହିରଖୁ କି ଷ୍ଟେସନ ସଂଚାଳନର ବ୍ରେନ କୁହାଯାଉଥିବା ରିଲେ ରୁମକୁ ସୁରକ୍ଷିତ ରଖିବା ରେଳ ବିଭାଗ ପାଇଁ ଏକ ଜରୁରୀ କାର୍ଯ୍ୟ ଅଟେ । ବିଶେଷ କରି ରେଳ ଷ୍ଟେସନର ସମସ୍ତ ଗତିବିଧିକୁ ସୁରକ୍ଷିତ ଭାବେ ପରିଚାଳନା କରିବାକୁ ଫାୟାର ଆଲରାମ ସିଷ୍ଟମକୁ ବିଶେଷ ଭାବେ ରିଲେ ରୁମରେ ଲଗାଯାଇଥାଏ । ଏହାର ଡିସପ୍ଲେ ବୋର୍ଡ ଷ୍ଟେସନ ମାଷ୍ଟରଙ୍କ ରୁମରେ ଲଗାଯାଇଥାଏ ।
- ତାପମାନ ୫୮ ଡିଗ୍ରୀ ସେଲସିୟସ ଉପରେ ଓ ତାପମାନ ବୃଦ୍ଧି ୬ ଡିଗ୍ରୀ ସେଲସିୟସରୁ ୧୧ ଡିଗ୍ରୀ ସେଲସିୟସ ମଧ୍ୟରେ ହୋଇଥିଲେ ଏହାର ସୂଚନା ପାଇଁ ଲିନିୟର ହିଟ୍ ସୋର୍ସିଂଙ୍ଗ କେବୁଲର ବ୍ୟବହାର କରାଯାଇଥାଏ ।
- ଫଟୋ ଇଲେକ୍ଟ୍ରୋନିକ ଟେକନିକ୍ ଦ୍ୱାରା ସିଗାରେଟ ଧୂଆଁକୁ ଜାଣି ହୋଇଥାଏ ।
- ଯଦି ତାପମାତ୍ର ବଢିଯାଏ ତେବେ ରିଲେ ରୁମ, ଆଇପିଏସ ରୁମ, ଷ୍ଟେସନ ମାଷ୍ଟର ରୁମକୁ ଅଡିଓ ଆଲରାମ ସଜାଗ କରିଦେଇଥାଏ । ଏହାଦ୍ୱାରା ତୁରନ୍ତ ପଦକ୍ଷେପ ଗ୍ରହଣ କରାଯାଇ ରିଲେ ରୁମକୁ ଅଗ୍ନି ନିରାପତ୍ତା ଯୋଗାଇ ଦିଆଯାଇଥାଏ ।
- ସେନସର/ଡିଟେକ୍ଟର ଦ୍ୱାରା ୧୦ ସେକେଣ୍ଡରୁ କମ ସମୟ ମଧ୍ୟରେ ଆଲରାମ ଜେନେରେସନ ଦ୍ୱାରା ପ୍ରତିକ୍ରିୟା ପ୍ରକାଶ ପାଇଥାଏ ।