ସାବଧାନ ! ଏଣିକି ବିନା ଟିକେଟରେ ରେଳରେ ଯାତ୍ରା କଲେ ଆପଣଙ୍କ ଉପରେ ଏପରି ହୋଇପାରେ କାର୍ଯ୍ୟାନୁଷ୍ଠାନ

26

କନକ ବ୍ୟୁରୋ : ଭାରତରେ ସବୁଠାରୁ ଅଧିକ ଯାତ୍ରୀ ଓ ମାଲ ପରିବହମ ହୋଇଥାଏ ରେଳରେ । ତେବେ ବିଭିନ୍ନ ସମୟରେ ରେଳ ମନ୍ତ୍ରଣାଳୟ ଅନେକ ପରିବର୍ତ୍ତନ ମଧ୍ୟ ଆଣିଛି । ଲୋକମାନେ କିପରି ଭାବରେ ଆରାମରେ ଓ ବିନା କୈାଣସି ଚିନ୍ତାରେ ଯାତ୍ରା କରିପାରିବେ ସେଥିପ୍ରତି ସଜାଗ ରହିବା ପାଇଁ ନିଜର କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଉଛି ମନ୍ତ୍ରଣାଳୟ । ମିଳିଥିଲା ସୂଚନା ଅନୁସାରେ ପ୍ରତ୍ୟେକ ଦିନ ଶହଶହ ଲୋକ ବିନା କୈାଣସି ଟିକେଟରେ ରେଳରେ ଯାତ୍ରା କରୁଛନ୍ତି । ସେମାନଙ୍କୁ ରେଲ କର୍ମଚାରୀ ଧରିବା ସହ ଜୋରିମାନା ମଧ୍ୟ ଆଦାୟ କରୁଛନ୍ତି । ହେଲେ ଏବେବି ଲୋକମାନେ ବିନା ଟିକେଟରେ ଯାତ୍ରା କରୁଛନ୍ତି ରେଳରେ ।

 

ତେବେ ବର୍ତ୍ତମାନ ସମୟରେ ବିନା ଟିକେଟରେ ଯାତ୍ରା କରୁଥିବା ଲୋକମାନଙଳୁ ଧରିବା ପାଇଁ ମନ୍ତ୍ରଣାଳୟ ଅନେକ ସଂଖ୍ୟାରେ କର୍ମଚାରୀ ମଧ୍ୟ ନିୟୋଜିତ କରୁଥିବା ଜଣାପଡିଛି । ରେଳ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁସାରେ , ପ୍ରତ୍ୟେକ ଷ୍ଟେସନରେ ଟିକେଟ ସଠିକ ଭାବରେ ନିରୀକ୍ଷଣ କରାଯିବ । ଯେଉଁମାନେ ବିନା ଟିକେଟରେ ଯାତ୍ରା କରୁଛନ୍ତି ସେମାନଙ୍କ ଉପରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯିବ । ଅନେକ ସମୟରେ ଦେଖାଯାଉଛି କି ଗେଟ ପାଖରେ ଟିକେଟ ଚେକିଂ କରିବା ପାଇଁ କର୍ମଚାରୀମାନେ ରହୁନାହାନ୍ତି ।

 

  ତେବେ ଏପରି ସମସ୍ୟାର ସମାଧାନ ମଧ୍ୟ କରାଯିବ ବୋଲି ଜଣାପଡିଛି । କେବଳ ଏତିକି ନୁହେଁ ଚଳନ୍ତା ଟ୍ରେନରେ ମଧ୍ୟ ଚେକିଂ ଜୋରଦାର କରାଯିବ । ଏପରିକି ଲେକାଲ ଓ ପାସେଞ୍ଜର ଟ୍ରେନରେ ମଧ୍ୟ ଚେକିଂ କରାଯିବ । ଏହାସହ ଚଳନ୍ତା ଟ୍ରେନରେ ଥିବା କର୍ମଚାରୀ ଏବଂ ଷ୍ଟେସନରେ ଥିବା ଅଧିକାରୀଙ୍କ ସହ ଉତ୍ତମ ସମ୍ପର୍କ ରଖିବା ପାଇଁ ମଧ୍ୟ ଗାଇଡଲାଇନ ଜାରି କରାଯାଇଛି । ବିଭାଗର କହିବା ଅନୁସାରେ ଯାତ୍ରୀମାନେ ଅଭିଯୋଗ କରିନ୍ତି ଯେ, ଆମେ ତରତର ହୋଇ ଟ୍ରେନରେ ଚଢିଆସିଲୁ ତେଣୁ ଟିକେଟ କରିପାରିଲୁ ନାହିଁ ।

 

ହେଲେ ମନ୍ତ୍ରଣାଳୟ ନିୟମ ଅନୁସାରେ ରେଳର ସମସ୍ତ ଯାତ୍ରୀ ଟିକେଟ କରିବା ପାଇଁ ବାଧ୍ୟ । ତେଣୁ କୈାଣସି ପରିସ୍ଥି୍ତିରେ ବି ବିନା ଟିକେଟରେ ଯାତ୍ରୀମାନଙ୍କୁ ରେଳରେ ଯିବାକୁ ଦିଆଯିବ ନାହିଁ । କାହିଁକି ନା ବିନା ଟିକେଟରେ ଯାତ୍ରା କରିବା କାରଣରୁ ରେଳ ଘାଟାରେ ଚାଲୁଛି । ତେଣୁ ସମସ୍ତ ଦିଗକୁ ଦୃଷ୍ଟିରେ ରଖି ଏପରି କରାଯାଇଥିବା ବିଭାଗର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ଏହାସହ ଏକ ବିଶେଷ ଟିକେଟ ଚେକିଂ ଅଫିସର ରହିବେ । ତେବେ ଏହା କେବେଠାରୁ ଆରମ୍ଭ ହେବ ତାହା ଜଣାପଡିନାହିଁ ।