ଠକାମିର ଶିକାର ହେବେନି ଯାତ୍ରୀ : ଏଣିକି ସମସ୍ତ ଏକ୍ସପ୍ରେସ ଟ୍ରେନରେ ଲଗାଯିବ ଏହି ମେସିନ, କ୍ୟାସଲେସ ଟ୍ରାଂଜେକ୍ସନ ସହ କିଣୁଥିବା ସାମଗ୍ରୀର ବାସ୍ତବ ମୂଲ୍ୟ ଜାଣିପାରିବେ ଆପଣ

33

ରେଳବାଇ ସମସ୍ତ ମେଲ ଏବଂ ଏକ୍ସପ୍ରେସ ଟ୍ରେନରେ ସର୍ବନିମ୍ନ ୧୦ ପିଓଏସ ମେସିନ ଲଗାଇବା ପାଇଁ ପ୍ରସ୍ତାବ ଦେଇଛି । ରେଳବାଇ ତତ୍କାଳ ପ୍ରଭାବରୁ ପ୍ରତ୍ୟେକ ମେଲ ଏବଂ ଏକ୍ସପ୍ରେସରେ ଅତିକମରେ ୧୦ଟି ପିଓଏସ ମେସିନ ଲଗାଇବା ପାଇଁ ଏବଂ ଏହାର ସଂଚାଳନକୁ ସୁନିଶ୍ଚିତ କରିବା ପାଇଁ ପରାମର୍ଶ ଦେଇଛନ୍ତି ।

ଆଇଆରସିଟିସି ମେଲ ଏବଂ ଏକ୍ସପ୍ରେସ ଟ୍ରେନରେ ତୁରନ୍ତ ମେସିନ ଲଗାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଆଇଆରସିଟିସି ଯାତ୍ରୀ ମାନଙ୍କ ସୁବିଧାକୁ ଧ୍ୟାନରେ ରଖି ଏହି ପ୍ରସ୍ତାବ ଜାରି କରିଛି । ଏଭଳି ହେବାଦ୍ୱାରା ଯାତ୍ରୀମାନେ ଟ୍ରେନରେ ଯାତ୍ରା କରିବା ସମୟରେ ଡେବିଟ କିମ୍ବା କ୍ରେଡିଟ କାର୍ଡର ବ୍ୟବହାର କରିପାରିବେ । ରେଳଗାଡିରେ ଚାଲୁଥିବା ୱେଣ୍ଡର ପିଓଏସ ମେସିନ ସହ ଏହା ଚାଲିବ । ଯାହା ସାହାଯ୍ୟରେ ଆପଣ ଯାତ୍ରା କରୁଥିବା ସମୟରେ ସରଳ ଉପାୟରେ ପେମେଂଟ କରିପାରିବେ । ପିଓଏସ ମେସିନ ରେ ପେମେଂଟ କରିବା ଦ୍ୱାରା ଆପଣଙ୍କୁ କିଣୁଥିବା ଜିନିଷର ବିଲ୍ ମଧ୍ୟ ମିଳିବ ଯାହା ଯାତ୍ରୀଙ୍କ ପାଇଁ ଖୁବ ଊତ୍ତମ ଅଟେ । ଏହାଦ୍ୱାରା ରେଲବାଇର ଭେଣ୍ଡର ଆପଣଙ୍କ ଠାରୁ କୌଣସି ଜିନିଷର ଅଧିକ ଦର ଆଉ ମାଗି ପାରିବେ ନାହିଁ ।