ଜୁନ୍ ୩୦ ଯାଏଁ ସମସ୍ତ ଟିକେଟ୍ ରଦ୍ଦ କଲା ରେଲୱେ: ମାତ୍ର ଶ୍ରମିକ ତଥା ସ୍ପେଶାଲ ଟ୍ରେନ୍ ଉପରେ ପଡିବନି କୌଣସି ପ୍ରଭାବ; ଜାଣନ୍ତୁ କେମିତି ମିଳିବ ରିଫଣ୍ଡ

ଜୁନ୍ ୩୦ ଯାଏଁ ସମସ୍ତ ଟିକେଟ୍ ରଦ୍ଦ କଲା ରେଲୱେ: ମାତ୍ର ଶ୍ରମିକ ତଥା ସ୍ପେଶାଲ ଟ୍ରେନ୍ ଉପରେ ପଡିବନି କୌଣସି ପ୍ରଭାବ; ଜାଣନ୍ତୁ କେମିତି ମିଳିବ ରିଫଣ୍ଡ

କନକ ବ୍ୟୁରୋ: ରଦ୍ଦ ହେଲା ରେଳ ଟିକେଟ । ଜୁନ ୩୦ ତାରିଖ ପର୍ଯ୍ୟନ୍ତ ସମସ୍ତ ଟିକେଟ ରଦ୍ଦ କଲା ରେଳ ମନ୍ତ୍ରାଳୟ । କରୋନା ଭାଇରସ ମହାସଂକଟ ମଧ୍ୟରେ ପୁଣି ଥରେ ଆରମ୍ଭ ହୋଇଛି ରେଳ ସେବା । ମାତ୍ର ବର୍ତ୍ତମାନ ଶ୍ରମିକ ଏବଂ କିଛି ସ୍ୱତନ୍ତ୍ର ଟ୍ରେନ ହିଁ ଚଳାଚଳ କରୁଛି । ତେବେ ଏସବୁ ଭିତରେ ଭାରତୀୟ ରେଲୱେ ପକ୍ଷରୁ ଜୁନ ୩୦ ତାରିଖ ଯାଏଁ ସମସ୍ତ ଟିକେଟ ରଦ୍ଦ କରିଦିଆଯାଇଛି । ଏଥିସହିତ ହିଁ ଟିକେଟ୍ ଟଙ୍କା ରିଫଣ୍ଡ କରିଦିଆଯାଇଛି । ତେବେ ଏହାଦ୍ୱାରା ଶ୍ରମିକ ତଥା ସ୍ପେଶାଲ ଟ୍ରେନ କୌଣସି ରୂପେ ପ୍ରଭାବିତ ହେବନାହିଁ ଏବଂ ପୂର୍ବ ଭଳି ଏହିସେବା ଜାରି ରହିବ ରହିବ ବୋଲି ସ୍ପଷ୍ଟ କରିଛି ମନ୍ତ୍ରାଳୟ ।

ଦେଶବ୍ୟାପୀ ଲାଗୁ ହୋଇଥିବା ଲକଡାଉନ କଟକଣା କାରଣରୁ ପାଖାପାଖି ୨ ମାସରୁ ଟ୍ରେନ ସେବା ସଂପୂର୍ଣ୍ଣ ରୂପେ ଠପ୍ ହୋଇଯାଇଛି । ଏଭଳି ପରିସ୍ଥିତିରେ ଯେଉଁମାନେ ପୂର୍ବରୁ ଟିକେଟ ବୁକ କରିଦେଇଛନ୍ତି ସେମାନଙ୍କର ଟିକେଟ ରଦ୍ଦ କରିଦିଆଯାଇଛି । ଭାରତୀୟ ରେଳ ମନ୍ତ୍ରାଳୟ ପକ୍ଷରୁ ଜୁନ ୩୦ ତାରିଖ ପର୍ଯ୍ୟନ୍ତ ସମସ୍ତ ବୁକିଂ ରଦ୍ଦ କରି ଏହି ସବୁ ଟିକେଟର ରିଫଣ୍ଡ ଗ୍ରାହକଙ୍କୁ କରିଛି ।

publive-image source : aajtak

ଏହାଛଡ଼ା ମେ ୧୨ ତାରିଖ ଦିନ ପୁନଃ ଚଳାଚଳ ଆରମ୍ଭ କରିଥିବା ୧୫ଟି ଆନ୍ତଃରାଜ୍ୟ ପାସେଞ୍ଜର୍ ଟ୍ରେନ୍ ରେଳ ମନ୍ତ୍ରାଳୟ ଘୋଷଣା ଦ୍ବାରା ପ୍ରଭାବିତ ହେବ ନାହିଁ। ସେଗୁଡ଼ିକ ବିନା ପରିବର୍ତ୍ତନରେ ଚଳାଚଳ କରିବ। ତେବେ ମାର୍ଚ ମାସରେ ପ୍ରଥମ ପର୍ଯ୍ୟାୟ ଲକ୍‌ଡାଉନ୍ ଘୋଷଣା ହେବା ପରେ ସମସ୍ତ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ ବାତିଲ କରାଯାଇଥିଲା। କେବଳ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ନିମନ୍ତେ ମାଲବାହୀ ଟ୍ରେନ୍ ଚଳାଚଳ କରୁଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe