ବାୟୁସେନାକୁ ମିଳିଗଲା ବ୍ରହ୍ମାସ୍ତ୍ର : ହିନ୍ଦ ମହାସାଗରେ ବାୟୁସେନା କଂଟ୍ରୋଲ ରୁମ ପକ୍ଷରୁ କରାଗଲା ସ୍ୱାଗତ

1,759

କନକ ବ୍ୟୁରୋ : ଭାରତରେ ପହଞ୍ଚିଲା ଫ୍ରାନ୍ସରୁ ଆସୁଥିବା ଲଢ଼ୁଆ ଯୁଦ୍ଧ ବିମାନ ରାଫେଲ । ଏହି ଯୁଦ୍ଧ ବିମାନ ପ୍ରାୟ ୭ହଜାର ୩୬୪କିଲୋମିଟର ଅତିକ୍ରମ କରିବା ପରେ ଅମ୍ବାଲା ଏୟାରବେସରେ ପହଞ୍ଚିବ । ଏଥିପାଇଁ ଅମ୍ବାଲା ବିମାନଘାଟିର ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି । ଆଖପାଖ ଅଂଚଳରେ ୧୪୪ ଧାରା ଜାରି କରାଯିବା ସହ ୩ କିଲୋମିଟର ପର୍ଯ୍ୟନ୍ତ ଅଂଚଳକୁ ନୋ ଫ୍ଲାଇଙ୍ଗ୍ ଜୋନ ଘୋଷଣା କରାଯାଇଛି । ଦୀର୍ଘ ଦିନ ହେବ ରାଫେଲ ଯୁଦ୍ଧ ବିମାନର ଆସିବା ବାଟକୁ ଚାହିଁ ରହିଥିଲା ସାରା ଦେଶ । ଭାରତରେ ଏହି ଶକ୍ତିଶାଳୀ ଯୁଦ୍ଧବିମାନ ପହଁଚିବା ପରେ ଭାରତୀୟ ବାୟୁସେନାର ଶକ୍ତି ବୃଦ୍ଧି ପାଇବ ।

ଅନ୍ୟପଟେ ରାଫେଲ ଆସିବା ବାଟରେ ପ୍ରାୟ ୩୦ ହଜାର ଫୁଟ ଉଚ୍ଚରେ ସମସ୍ତ ୫ଟି ଲଢ଼ୁଆ ବିମାନରେ ଫ୍ରାନ୍ସ ଟ୍ୟାଙ୍କର ଦ୍ୱାରା ଇନ୍ଧନ ଭର୍ତି କରାଯାଇଥିଲା । ମଝି ଆକାଶରେ କିଭଳି ଉଡନ୍ତା ବିମାନରେ ଇନ୍ଧନ ଭରାଯାଉଛି ତାହାର ଫଟୋ ଜାରି କରିଛି ଭାରତୀୟ ବାୟୁସେନ ଘଂଟା ପ୍ରତି ସର୍ବାଧିକ ଗତି ୨,୧୩୦ କିଲୋମିଟର ଉଡିବାର କ୍ଷମତା ରଖିଛି ରାଫେଲ । ଏହାସହ ୫୦ହଜାର ଫୁଟ୍ ଉଚ୍ଚରେ ଆରାମରେ ଉଡିବା ସହ ଆକ୍ରମଣ କରିପାରିବ,  ଆକାଶରେ ୩ ହଜାର ୭ଶହ କିଲୋମିଟର୍ ପର୍ଯ୍ୟନ୍ତ ଟାର୍ଗେଟକୁ ଭେଦ କରିପାରିବ, ଡେଲ୍ଟା ଡେଣା ସାହଯ୍ୟରେ ଶୂନ୍ୟରେ ଗୋଟିଏ ସ୍ଥାନରେ ସ୍ଥିର ରହିିିବାର ରହିଛି କ୍ଷମତା । ସେହିପରି ଉନ୍ନତ ଇଂଜିନ୍ ଯୋଗୁଁ ମାତ୍ର ତିନି ସେକେଣ୍ଡରେ ଛୁଇଁପାରେ ସୁପର୍ସୋନିକ ସ୍ପିଡ୍, ଜଳ, ସ୍ଥଳ ଓ ଆକାଶରେ ଟାର୍ଗେଟ୍କୁ ନିର୍ଭୁଲ ଭାବେ ଲକ୍ଷ୍ୟଭେଦ କରିବା ସହ ଆକାଶରେ ଉଡୁଥିବା ଅବସ୍ଥାରେ ଇନ୍ଧନ ଭରିପାର କ୍ଷମତା ରହିଛି । ଏବଂ ପରମାଣୁ ଅସ୍ତ୍ର ଧରି ଶତ୍ରୁପକ୍ଷ ଉପରେ ମାତ୍ର କେଇ ସେକେଣ୍ଡରେ ମାଡ କରିବାର ରହିଛି କ୍ଷମତା ।