ତା: ୧୧-୦୨-୨୦୨୩ ରିଖ ଶନିବାର, ବାଙ୍ଗାଲୋରସ୍ଥିତ ବୈଦେହୀ ସ୍କୁଲ୍ ଅଫ୍ ଏକ୍ସସିଲେନ୍ସ ରେ ସର୍ବଭାରତୀୟ ସ୍ତରରେ କମ୍ପ୍ୟୁଟର କ୍ରିପ୍ଟିକ୍ସ୍ କୁଇଜ୍ ପ୍ରତିଯୋଗିତାର ଫାଇନାଲରେ ଇଣ୍ଡିଆନ ପବ୍ଲିକ ସ୍କୁଲର ଅଷ୍ଟମ ଶ୍ରେଣୀର ଛାତ୍ର ମାଷ୍ଟର ଆୟାନ୍ ଡୋର। ଏବଂ ଛାତ୍ରୀ ସୁଶ୍ରୀ ଅନୁଷ୍କା ମଲ୍ଲିକ ପଞ୍ଚମ ସ୍ଥାନ ଅଧିକାର କରି ବିଦ୍ୟାଳୟ ପାଇଁ ଏକ ଗୌରବମୟ ଇତିହାସ ସୃଷ୍ଟି କରିଛନ୍ତି । ପ୍ରାୟ ୨୪୦ ରୁ ଉର୍ଦ୍ଧ୍ବ ବିଦ୍ୟାଳୟର ଛାତ୍ରଛାତ୍ରୀ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ, ଯେଉଁଥିରେ ୧୬ ଟି ଟିମ୍ ସେମିଫାଇନାଲକୁ ଉତ୍ତୀର୍ଣ୍ଣ ହୋଇଥିଲେ ।

Advertisment

ସେମିଫାଇନାଲରେ ଦୁଇଟି ଦଳରେ ୮ ଜଣିଆ ଟିମ୍ ପ୍ରତିଦ୍ବନ୍ଦିତା କରିଥିଲେ । ସେଥିରୁ ୮ଟି ଟିମ୍ ଫାଇନାଲକୁ ଉତ୍ତୀର୍ଣ୍ଣ ହୋଇଥିଲେ, ଯେଉଁଥିରେ ଇଣ୍ଡିଆନ୍ ପବ୍ଲିକ ସ୍କୁଲ ମଧ୍ୟ ଫାଇନାଲ ରାଉଣ୍ଡକୁ ଯାଇଥିଲା । ଫାଇନାଲ ରାଉଣ୍ଡରେ ଇଣ୍ଡିଆନ୍ ପବ୍ଲିକ ସ୍କୁଲ ପଞ୍ଚମ ସ୍ଥାନ ଅଧିକାର କରି ସଫଳତା ହାସଲ କରିଥିଲା । ଏହି ଦୁଇ ବିଜେତା ଛାତ୍ରଛାତ୍ରୀଙ୍କ ପଛରେ ବିଦ୍ୟାଳୟର କମ୍ପ୍ୟୁଟର ବିଭାଗର ବରିଷ୍ଠ ଶିକ୍ଷକ ଶ୍ରୀ ଜିତେନ୍ଦ୍ରିୟ ପୁରୋହିତଙ୍କ ଭୂମିକା ଅତ୍ୟନ୍ତ ପ୍ରଶଂସନୀୟ । ତାଙ୍କର ତତ୍ତ୍ଵାବଧାନରେ ହିଁ ଏହା ସମ୍ଭବ ହୋଇ ପାରିଛି ବୋଲି ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ସଚିନ ପାଠକ ମତବ୍ୟକ୍ତ କରିଛନ୍ତି । ଏହି ଦୁଇ ବିଦ୍ୟାର୍ଥୀଙ୍କ ସଫଳତା ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀଙ୍କୁ ଅନୁପ୍ରାଣିତ କରିବ ବୋଲି ସେ କହିଛନ୍ତି । ଏହି ଦୁଇ ଛାତ୍ରଛାତ୍ରୀ ତଥା କମ୍ପ୍ୟୁଟର ବିଭାଗର ଶିକ୍ଷକ ଶ୍ରୀ ଜିତେନ୍ଦ୍ରିୟ ପୁରୋହିତ ଏହି ସଫଳତା ପ୍ରଦାନ କରି ବିଦ୍ୟାଳୟକୁ ଗୌରବାନ୍ଵିତ କରିଥିବାରୁ ଅଧ୍ୟକ୍ଷ ଶ୍ରୀ ସଚିନ ପାଠକ ତଥା ଶିକ୍ଷକ ଶିକ୍ଷୟିତ୍ରୀଗଣ ସେମାନଙ୍କୁ ଅଭିନନ୍ଦନ ଜଣାଇବା ସହିତ ସେମାନଙ୍କର ଉଜ୍ଜ୍ୱଳମୟ ଭବିଷ୍ୟତର କାମନା କରିଥିଲେ ।