କନକ ବ୍ୟୁରୋ : ଦିନ ବିତି ଯାଇଛି ସତ କିନ୍ତୁ ଆଜି ମଧ୍ୟ ଯିଏ ଏହି ବୀର ଯବାନଙ୍କ ବଳିଦାନର କାହାଣୀ ଶୁଣୁଛି ସେ ନିଶ୍ଚିତଭାବେ ଗର୍ବ କରୁଛି । ପାରମ୍ପରିକ ଶତ୍ରୁ ପାକିସ୍ତାନକୁ ନାକରେ ପାଣି ପିଆଇଥିବା ବୀର ଯବାନ ଅବଦୁଲ ହମିଦଙ୍କ ସାହସିକତା ଇତିହାସ ହୋଇ ରହିଛି । ୧୯୬୫ ମସିହାରେ ପାକିସ୍ତାନର ୮ଟି ଟ୍ୟାଙ୍କର ଧ୍ୱଂସ କରିବା ସହ ଶତ୍ରୁ ଦେଶର ସୈନିକଙ୍କୁ ପରାସ୍ତ କରିବାରେ ସେ ଥିଲେ ମୁଖ୍ୟ ପୁରୋଧା । ତେବେ ଆସନ୍ତୁ ଜାଣିବା ବୀର ଯବାନ ଅବଦୁଲ ହମାଦଙ୍କ ବୀରତ୍ୱର କାହାଣୀ ।

Advertisment

ବୀର ଅବଦୁଲ ହମିଦ ୧୯୩୦ ମସିହା ଜୁଲାଇ ୧ ତାରିଖରେ ଉତରପ୍ରଦେଶର ଗାଜିପୁର ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିଲେ । ତେବେ ଖୁବ କମ ବୟସରେ ଭାରତୀୟ ସେନାରେ ଯୋଗ ଦେଇଥିଲେ । ଯେତେବେଳେ ସେ ଭାରତୀୟ ସେନାରେ ଯୋଗ ଦେଇଥିଲେ ତାଙ୍କୁ ମାତ୍ର ୨୦ ବର୍ଷ ବୟସ ହୋଇଥିଲା । ୧୯୫୫ ମସିହାରେ ତାଙ୍କର ଟ୍ରେନିଂ ହୋଇଥିବାବେଳେ ସେ ସେନାରେ ଭର୍ତି ହୋଇଥିଲେ । ୧୯୬୨ ମସିହାରେ ଚୀନଠାରୁ ଭାରତ ଯୁଦ୍ଧରେ ହାରିବା ପରେ ପାକିସ୍ତାନ ବହୁତ ଖୁସି ହୋଇଥିଲା । ଭାରତକୁ ଦୁର୍ବଳ ଭାବିନେଇଥିଲା ଶତ୍ରୁ ଦେଶ ପାକିସ୍ତାନ । ୧୯୬୫ ମସିହାରେ କିନ୍ତୁ ଭାରତ ପାକିସ୍ତାନ ଆଗରେ ଦୃଢ଼ଭାବେ ସାମନାକୁ ଆସିଥିଲା । ସେତେବେଳେ ଅବଦୁଲ ପଞ୍ଜାବର ଟାରନ ଜିଲ୍ଲାର କେମକରାନ ସେକ୍ଟରରେ ଡ୍ୟୁଟିରେ ଥିଲେ ।

ଭାରତ ପାକିସ୍ତାନ ମଧ୍ୟରେ ଯୁଦ୍ଧ ୧୯୬୫ ମସିହା ସେପ୍ଟେମ୍ବର ୮ ତାରିଖରେ ସ୍ଥିର ହୋଇଥିଲା । ଆମେରିକାର ପେଟନ ଟ୍ୟାଙ୍କ୍ ସହ ପାକିସ୍ତାନ ଯୁଦ୍ଧ କରିବା ପାଇଁ ପ୍ରସ୍ତୁତ ରହିଥିଲା । କୁହାଯାଉଥିଲା କି, ଏହି ଟ୍ୟାଙ୍କ ଭାରତକୁ ଯୁଦ୍ଧରେ ପରାସ୍ତ କରିପାରେ । ଭାରତ ପାଖରେ ଯୁଦ୍ଧ ପାଇଁ କମ ସମ୍ବଳ ଥାଇ ମଧ୍ୟ ପାକିସ୍ତାନ ବିରୋଧରେ ଯୁଦ୍ଧ ଆରମ୍ଭ କରିଥିଲେ । ଏପରିକି ପାକିସ୍ତାନୀ ସେନାଙ୍କୁ ମଧ୍ୟ ହଇଚଇ କରି ଦେଇଥିଲେ । ଗୋଟିଏ ପରେ ପାକିସ୍ତାନ ଭାରତ ଉପରେ ବୋମା ଗୁଳି ବର୍ଷା କରୁଥିଲା । ଅନ୍ୟପଟେ ଅବଦୁଲ ହମିଦ ସେମାନଙ୍କ ଟ୍ୟାଙ୍କକୁ ଧ୍ୱଂସ କରୁଥିଲେ । ପାକିସ୍ତାନର ୮ଟି ଟ୍ୟାଙ୍କକୁ ନଷ୍ଟ କରି ଦେଇଥିଲେ ।

ପାକିସ୍ତାନର ତରଣ ତାରଣ ଜିଲ୍ଲାର ଏକ ଗାଁ ରହିଛି ଯାହର ନାମ ହେଉଛି ଆସଲ ଉତାଡ଼ । ଯାହାକୁ ହିନ୍ଦୀରେ ଆସଲ ଉତର ବୋଲି କୁହାଯାଏ । ପାକିସ୍ତାନ ସହ ଭାରତ ଏଠାରେ ହିଁ ଲଢ଼ିଥିଲା । ୮ରୁ ୧୦ ସେପ୍ଟେମ୍ବର ମଧ୍ୟ ଯୁଦ୍ଧ ହୋଇଥିଲା । ବାସ୍ତବରେ କିନ୍ତୁ ୬-୭ ତାରିଖରୁ ପାକିସ୍ତାନୀ ସେନା ଦ୍ରତ ଗତିରେ ୪ର୍ଥ ମାଉଟେଂନ ଡିଭିଜନକୁ ସମ୍ଭାଳିବାକୁ ସୁଯୋଗ ଦେଇନଥିଲା । ପଡ଼ୋଶୀ ଖେମ କରଣ ଉପରେ ପାକିସ୍ତାନ କବଜା ଦଖଲ କରିଥିଲା । ପେଟନ ଟ୍ୟାଙ୍କ ସହ ପାକିସ୍ତାନ ଦ୍ରୁତ ଗତିରେ ଭାରତ ଉପରେ ଆକ୍ରମଣ କରିବା ପାଇଁ ବାହାରି ଆସିଥିଲା । ଏପରିକି ପ୍ରଥମେ ମଧ୍ୟ ସଫଳତା ପାଇଥିଲା । ବୀର ଅବଦୁଲ ହମିଦ ଆସିବା ପୂର୍ବରୁ ପାକିସ୍ତାନ ଗୋଟିଏ ପରେ ଗୋଟିଏ ସଫଳତା ହାସଲ କରି ଚାଲିଥିଲା ।

ପାକିସ୍ତାନର ଅସ୍ତ୍ର ଅସ୍ତ୍ର ସାଙ୍ଗକୁ ସେମାନେ ଆକ୍ରମଣ ମଧ୍ୟ ଦୃତ ଗତି କରୁଥିଲେ । କିନ୍ତୁ ଅବଦୁଲ ହମିଦ ବୁଦ୍ଧି ସାଙ୍ଗକୁ ସାହସ ବଳରେ ସଫଳତା ପାଇଥିଲେ । ପାକିସ୍ତାନ ସୈନ୍ୟ ଆସିବା ପୂର୍ବରୁ ସେ ଆଖୁ କ୍ଷେତରେ ରହିଥିଲେ । ଏକ ଜିପରେ ସଂଯୋଗ ହୋଇଥିବା ବଡ଼ ବନ୍ଧୁକ ରଖି ଲଚି ରହିଥିଲେ ହମିଦ । ବନ୍ଧୁକକୁ ଶତ୍ରୁଙ୍କ ଟ୍ୟାଙ୍କ୍ ଆଡ଼କୁ ଦେଖାଇଥିଲେ । ଆଉ ଯେତେବେଳେ ଶତ୍ରୁମାନେ ସେମାନଙ୍କ ଆଡ଼କୁ ଆସିଥିଲେ ବିପରୀତ ଦିଗର ସୌନ୍ୟମାନେ ଗୁଳିଚଳାଇଥିଲେ । ଅନ୍ୟପଟେ କ୍ଷେତରେ ଜିପ ସହ ରହିଥିବା ଅବଦୁଲ ହମିଦ ସିଧା ଟ୍ୟାଙ୍କକୁ ଲକ୍ଷ କରି ଗୁଳି ଚଳାଇଥିଲେ । ପ୍ରଥମ ଦିନ ଅର୍ଥାତ ୮ ତାରିଖରେ ୨ଟି ଟ୍ୟାଙ୍କ ଉଡ଼ାଇ ଦେଇଥିଲେ । ପରଦିନ ଅର୍ଥାତ ୯ ସେପ୍ଟେମ୍ବରରେ ମଧ୍ୟ ପାକିସ୍ତାନର ୨ଟି ଟ୍ୟାଙ୍କ ଉଡ଼ାଇ ଦେଇଥିଲେ ଅବଦୁଲ ହମିଦ । ଏହାପରେ ତୃତୀୟଦିନ ୧୦ ସେପ୍ଟେମ୍ବର ପାକିସ୍ତାନ ସେନା ଶକ୍ତିଶାଳୀଭାବେ ଯୁଦ୍ଧ ପାଇଁ ଆସିଥିଲେ । ବୀର ଅବଦୁଲ ହମିଦଙ୍କ ପାଇଁ ବହୁ କ୍ଷତି ସହିଥିବା ପାକିସ୍ତାନ ତାଙ୍କୁ ପ୍ରଥମ ଟାର୍ଗେଟ କରି ଆସିଥିଲା । ତେବେ ଅବଦୁଲ ହମିଦ ମଧ୍ୟ ନିଜର ରଣନୀତି ବଦଳେଇ ଦେଇଥିଲେ । ତୃତୀୟ ଦିନରେ ମଧ୍ୟ ପାକିସ୍ତାନ ସେନାର ୪ଟି ଟ୍ୟାଙ୍କ ଧ୍ୱଂସ କରି ଦେଇଥିଲେ । କିନ୍ତୁ ଅବଦୁଲ ହମିଦଙ୍କ ଟାର୍ଗେଟ କରି ଆସିଥିବା ପାକିସ୍ତାନ ସେନା ତାଙ୍କ ଜିପକୁ ଦେଖି ଦେଇଥିଲେ । ଆଉ ସିଧା ଉଡ଼ାଇ ଦେଇଥିଲେ । କିନ୍ତୁ ପାକିସ୍ତାନର ଦମ୍ଭ ଆଉ ଶକ୍ତିକୁ ଭାଙ୍ଗି ଦେଇଥିବା ଭାରତ ମାର ବୀର ପୁଅ ଅବଦୁଲ ହମିଦ ଶେଷରେ ସହୀଦ ହୋଇଯାଇଥିଲେ । କିନ୍ତୁ ସେ ପାକିସ୍ତାନର ଗର୍ବକୁ ମଧ୍ୟ ଧ୍ୱଂସ ବିଧ୍ୱଂସ କରିଥିଲେ । ପ୍ରଥମେ ପାକିସ୍ତାନ ଯେଉଁ ଭାବରେ ଆକ୍ରମଣ କରିଥିଲା ଆଉ ମାଡ଼ି ଆସୁଥିଲା ଶେଷରେ ଦମ୍ଭ ଭାଙ୍ଗି ଯାଇଥିଲେ । ବୀର ଅବଦୁଲ ହମିଦ ବଳିଦାନ ସବୁଦିନ ପାଇଁ ଚିରସ୍ମରଣୀୟ ହୋଇ ରହିବ । ତାଙ୍କର ସାହସ ଓ ବଳିଦାନର ଗାଥାକୁ ସମସ୍ତେ ମନେ ରଖିବେ ନିଶ୍ଚୟ । ଅବଦୁଲ ହମିଦଙ୍କୁ ‘ମରୋଣତର ପରବବୀର ଚକ୍ର’ ସମ୍ମାନରେ ମଧ୍ୟ ସମ୍ମାନିତ କରାଯାଇଛି ।