ଆଇପିଏଲ ନିଲାମୀ ନେଇ ଆସିଲା ବଡ ଖବର, ୩ ବର୍ଷ ପରେ ପୁରୁଣା ଫର୍ମାଟରେ ହେବ ନିଲାମୀ

ଆଇପିଏଲକୁ ନେଇ ଆସିଲା ବଡ ଖବର

274

କନକ ବ୍ୟୁରୋ : ଇଣ୍ଡିଆନ ପ୍ରିମିୟର ଲିଗ୍ ବା ଆଇପିଏଲର ଆସନ୍ତା ବର୍ଷ ପାଇଁ ଖେଳାଳୀ ନିଲାମୀର ଆୟୋଜନ ଡିସେମ୍ବର ୧୬ ତାରିଖରେ ହେବ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି  । ୩ ବର୍ଷ ପରେ ପୁଣି ପୁରୁଣା ଫର୍ମାଟରେ ଖେଳାଳୀ ନିଲାମ କରାଯିବ ।

ସେପଟେ ଆଇପିଏଲର ୧୬ ତମ ସଂସ୍କରଣ ୨୦୨୩ ମାର୍ଚ୍ଚ ମାସର ଶେଷ ସପ୍ତାହରୁ ଆରମ୍ଭ ହୋଇପାରେ । ୨୦୧୯ ପରେ ବାକି ଦୁଇଟି ସଂସ୍କରଣ ଭାରତ ବାହାରେ ଖେଳାଯାଇଥିଲା । ୨୦୨୧ ସଂସ୍କରଣ ଭାରତରେ ଆରମ୍ଭ ହୋଇଥିଲା । ହେଲେ କିଛି ମ୍ୟାଚ ପରେ ପୁଣି ଭାରତରେ କରୋନା ସଂକ୍ରମଣ ବଢିବାରୁ ଏହାକୁ ୟୁଏଇକୁ ସ୍ଥାନାନ୍ତର କରାଯାଇଥିଲା ।

୨୦୨୨ ପାଇଁ ହୋଇଥିବା ମେଗା ନିଲାମୀରେ ଟିମକୁ ୯୦ କୋଟି ଟଙ୍କାର ଦରମା ପର୍ସ ମିଳିଥିଲା । ହେଲେ ୨୦୨୩ ପାଇଁ ହେବାକୁ ଯାଉଥିବା ନିଲାମୀରେ ଏହା ୯୫ କୋଟି ଟଙ୍କା ପର୍ଯ୍ୟନ୍ତ ଯାଇପାରେ ବୋଲି ଆଶା କରାଯାଉଛି । ହେଲେ ଚଳିତ ସିଜିନ ପାଇଁ ମେଗା ନିଲାମୀ ବଦଳରେ ମିନି ନିଲାମୀର ଆୟୋଜନ କରାଯିବ । ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡର ସଭାପତି ପଦରୁ ହଟିବା ପୂର୍ବରୁ ସୌରଭ ଗାଙ୍ଗୁଲୀ ରାଜ୍ୟ ଆସୋସିଏସନଗୁଡିକୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି ଯେ ୨୦୨୩ ପାଇଁ ଆୟୋଜନ ହୋମ କିମ୍ବା ଅବେ ଫର୍ମାଟରେ କରାଯିବ ।