ରାସ୍ତାକଡରୁ ମିଳିଲା ବଣମଲ୍ଲୀର ବାସ୍ନା ! ରାସ୍ତାକଡରେ ଘୁରିବୁଲୁଥିବା ମହିଳା ଗାଇଲେ “କୁଛ୍ ନାଁ କହୋ” ଗୀତ , ଲୋକେ ହେଲେ ଆଶ୍ଚର୍ଯ୍ୟ । 

84

ଆଜିକାଲି ସୋସିଆଲ୍ ମିଡିଆ ଏତେ ସକ୍ରିୟ ହୋଇଗଲାଣି ଯେ ସାଧାରଣ ଲୋକ ମଧ୍ୟ କିଛି ସମୟ ଭିତରେ ସେଲିବ୍ରିଟି ହୋଇଯାଉଛନ୍ତି ତେବେ ପୂର୍ବରୁ ଲୋକଙ୍କ ମଧ୍ୟରେ ଏଥିପାଇଁ କେତେ ଯେ ସଂଘର୍ଷ ଦେଖାଯାଉଥିଲା ଯାହା ଏବେ ଅଳ୍ପ ଶିଥିଳ ପଡିଛି । ଏମିତିକି ଜଣେଜଣେ ସୋସିଆଲ ମିଡିଆ ଜରିଆରେ ରାତାରାତି ଷ୍ଟାର ବି ପାଲଟି ଯାଇଥିବାର ଦେଖିବାକୁ ଓ ଶୁଣିବାକୁ ମିଳିଛି। ଇଚ୍ଛିମଧ୍ୟରେ ଏଭଳି ପ୍ରତିଭା ସମ୍ପର୍ଣ୍ଣ ଆଉ ଏକ ଭିଡିଓ ଭାଇରାଲ୍ ହୋଇଯାଇଛି । ଏଥିରେ ଜଣେ ଗରିବ ମହିଳା ଗୀତ ଗାଉଥିବାର ଭିଡିଓ ଭାଇରାଲ ହୋଇଛି। ମହିଳା ଜଣକ ସିନେମା ‘୧୯୪୨ ଦ ଲବ ଷ୍ଟୋରୀ’ର ଗୀତ “କୁଛ୍ ନାଁ କହୋ” କୁ ଗାଉଛନ୍ତି। ଏହାପରେ କଣ୍ଠଶିଳ୍ପୀ ଲତା ମଙ୍ଗେସକରଙ୍କ ଲୋକପ୍ରିୟ ଗୀତ ‘ଏ ମେରେ ବତନ କେ ଲୋଗୋ..’ ଗୀତକୁ ଗାଉଛନ୍ତି। ସେ ଗୀତଗୁଡ଼ିକୁ ଏତେ ସୁନ୍ଦର ଭାବେ ଗାଉଥିଲେ କି ତାଙ୍କ ଗୀତକୁ ଶୁଣୁଥିବା ଲୋକମାନେ ମୁଗ୍ଧ ହୋଇଯାଇଥିଲେ।ଭିଡିଓରେ ଦେଖିବାକୁ ମିଳୁଛି କେତେକ ଲୋକ ସେହି ମହିଳାଙ୍କ ପାଖରେ ଛିଡା ହୋଇ ତାଙ୍କୁ ଗୀତ ଗାଇବାକୁ କହୁଛନ୍ତି। ଲୋକମାନଙ୍କ କହିବା ଅନୁସାରେ ସେ କେତେଟି ଗୀତ ମଧ୍ୟ ଗାଉଛନ୍ତି। ଯାହାକୁ ଶୁଣି ତାଙ୍କ ପାଖରେ ଛିଡା ହୋଇଥିବା ଲୋକମାନେ ତାଳି ବଜାଉଛନ୍ତି। ଏହି ଭିଡିଓକୁ ଫେସବୁକରେ ଅନେକ ସେୟାର ମଧ୍ୟ କରାଯାଉଛି। ଫିଲ୍ମ ଜଗତ ନାମକ ପେଜ୍ ଏହି ଭିଡିଓକୁ ଶନିବାର ସେୟାର କରିଥିବା ଜଣାପଡ଼ିଛି। ଏଯାବତ୍ ଏହି ଭିଡିଓକୁ ୬୦ହଜାର ସେୟାର କରାଯାଇ ସାରିଲାଣି। ଭିଡିଓ ସେୟାର କରାଯାଇ କ୍ୟାପସନରେ ଲେଖାଯାଇଥିଲା କି, ଏହି ଗରିବ ଗାୟିକାଙ୍କ ସାମ୍ନାରେ ବଲିଉଡର ବଡ଼ବଡ଼ କଣ୍ଠଶିଳ୍ପୀ ବି ପଛରେ ପଡ଼ିଯିବେ, କ’ଣ ଏହି ମହିଳାଙ୍କୁ ବଲିଉଡରେ ସୁଯୋଗ ମିଳିବା କଥା ନୁହେଁ।’