ପିଓକେରେ ପିଲାଙ୍କ ସହ ପୋଲିସ୍ ଅଧିକାରୀଙ୍କ କ୍ରିକେଟ୍ ଖେଳ ! ଭାଇରାଲ୍ ହେଉଛି ଭିଡିଓ , ସହିପାରୁନାହାନ୍ତି ପାକିସ୍ତାନ ନାଗରିକ ।

187

କିଛି ଦିନ ହେଲା ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିବା ଗୋଟିଏ ଭିଡିଓ ଏବେ ଚର୍ଚ୍ଚାର ପରିସରକୁ ଆସିଛି । ଯାହାକୁ ପାକିସ୍ତାନର କିଛି ନାଗରିକ ଏବେ ଖୁବ୍ ଟ୍ରୋଲ୍ କରୁଛନ୍ତି । ଭିଡିଓରେ ଜଣେ ପୋଲିସ୍ କର୍ମଚାରୀ ଅନ୍ ଡ୍ୟୁଟି ୟୁନିଫର୍ମରେ କିଛି ପାକ୍ ଅଧିନସ୍ଥ କାଶ୍ମିରୀ ପିଲାଙ୍କ ସହ କ୍ରିକେଟ୍ ଖେଳୁଥିବା ନଜର ଆସୁଛନ୍ତି ।

ଜମ୍ମୁ –କାଶ୍ମୀରରୁ ଧାରା ୩୭୦ ହଟିବାର ପାଖାପାଖି ୧ ମାସ ପରେ ସରକାର ପରିସ୍ଥିତିକୁ ସୁଧାରିବାକୁ ଚେଷ୍ଟା ବଜାୟ ରଖିଛନ୍ତି । କିନ୍ତୁ ପଡୋଶୀ ଶତ୍ରୁଦେଶ ପାକିସ୍ତାନ ଏହି ପରିବର୍ତ୍ତନକୁ ସହଜରେ ଗ୍ରହଣ କରିପାରୁନାହିଁ । ଏଥିପାଇଁ କାଶ୍ମୀରରେ ଲୋକଙ୍କୁ ଖାଇବାକୁ ମିଳୁନାହିଁ ,ଲୋକମାନେ ରାସ୍ତାକୁ ବାହାରି ପାରୁନାହାନ୍ତିି କହି ଗୁଜବ ଉଡାଉଛି । ତେବେ ଏଭଳି ଗୁଜବକୁ ଖଣ୍ଡନ କରିବା ପାଇଁ ଏହି ଭିଡିଓ ହିଁ ଯଥେଷ୍ଟ । ଜଣେ ଭାରତୀୟ ପୋଲିସ୍ ଅଫିସର କିଭଳି ଭାବେ ପାକିସ୍ତାନ ଅଧିନସ୍ଥ କାଶ୍ମିରୀ ପିଲାଙ୍କ ସହ କ୍ରିକେଟ୍ ଖେଳୁଛନ୍ତି ତାହା ଏହି ଭିଡିଓରେ ଆପଣ ଦେଖିବାକୁ ପାଇବେ । ପିଓକେରେ ଏହି ପୋଲିସ୍ ଅଧିକାରୀ ଜଣଙ୍କର ପିଲାଙ୍କ ସହ କ୍ରିକେଟ୍ ଖେଳୁଥିବା ଭିଡିଓ ଭାଇରାଲ୍ ହେବା ପରେ ପାକ୍ ନାଗରିକ ଭଳି ଭଳିକା ପ୍ରଶ୍ନ ଉଠାଉଛନ୍ତି । କିଏ ଏହାକୁ ମିଛ କହୁଥିବା ବେଳେ ଆଉ କେହି ପିଲା ସ୍କୁଲ୍ ନଯାଇ ସଡକରେ କ’ଣ କରୁଛନ୍ତି? ପୋଲିସ୍ ଅଫିସର ଥାନାରେ ନ ରହି କ୍ରିକେଟ୍ କେମିତି ଖେଳୁଛନ୍ତି କହି ସମାଲୋଚନା କରୁଛନ୍ତି ।