ଭାରତ ୧୮ତମ ଏସିଆନ ଗେମ୍ସରେ ୧୫ ଗୋଲ୍ଡ, ୨୪ ସିଲଭର ଓ ୩୦ ବ୍ରୋଂଜ ମେଡାଲ ମିଶାଇ ମୋଟ୍ ୬୯ ମେଡାଲ ଜିତିଛନ୍ତି । ଏହା ସହିତ ୨୦୧୦ର ଏସିଆନ୍ ଗେମ୍ସରେ ଜିତିଥିବା ସବୁଠାରୁ ଅଧିକ ୬୪ଟି ମେଡାଲର ରେକର୍ଡକୁ ପଛରେ ପକାଇ ଦେଇଛନ୍ତି । ସେଇଠି ୧୫ଟି ଗୋଲ୍ଡ ହାସଲ କରି ଆମ ଖେଳାଳୀ ୬୭ ବର୍ଷ ପୁରୁଣା ଇତିହାସ ଦୋହରାଇଛନ୍ତି । ଭାରତ କେବଳ ଦ୍ୱିତୀୟ ଥର ଗୋଟିଏ ଗେମ୍ ରେ ୧୫ଟି ଗୋଲ୍ଡ ଜିତିଛି । ଏହା ପୂର୍ବରୁ ୧୯୫୧ର ଗେମ୍ ରେ ଭାରତକୁ ଏତିକି ଗୋଲ୍ଡ ମେଡାଲ ମିଳିଥିଲା । ଏଥର ଭାରତ ପାଇଁ ସବୁଠାରୁ ଅଧିକ ୭ଟି ଗୋଲ୍ଡ ମେଡାଲ ଆଥଲେଟିକ୍ସରେ ଆସିଛି । ଏହା ବ୍ୟତୀତ ସୁଟିଙ୍ଗ ଓ ରେସଲିଙ୍ଗରେ ଦୁଇଟି ଗୋଲ୍ଡ ମିଳିଛି । ସେଇଠି ବ୍ରିଜ୍, ରୋଇଙ୍ଗ, ଟେନିସ୍ ଓ ବକ୍ସିଙ୍ଗରେ ଗୋଟିଏ ଗୋଟିଏ ଗୋଲ୍ଡ ମେଡାଲ ମିଳିଛି । ଜାଣନ୍ତୁ ଗୋଲ୍ଡ ଜିତିଥିବା ସମସ୍ତ ଆଥଲେଟଙ୍କୁ...

Advertisment

୧. ଜିନସନ ଜନସନଙ୍କୁ ୧୫୦୦ ମିଟରରେ ମିଳିଛି ଗୋଲ୍ଡ

publive-image

୨. ତେଜିନ୍ଦରପାଲ ସିଂହ ପୁରୁଷ ଶର୍ଟପୁଟରେ ରେକର୍ଡ କାଏମ୍ କରି ଜିତିଛନ୍ତି ଗୋଲ୍ଡ

publive-image

୩. ଜେବଲିନ୍ ଥ୍ରୋରେ ଗୋଲ୍ଡେନ ବୟ ନୀରଜ ଚୋପଡାଙ୍କ ଶ୍ରେଷ୍ଠ ପ୍ରଦର୍ଶନ

publive-image

୪. ମନଜିତ୍ ସିଂହ ପୁରୁଷ ୮୦୦ ମିଟରରେ ଆଣିଛନ୍ତି ଗୋଲ୍ଡ

publive-image

୫. ଟ୍ରିପଲ ଜମ୍ପରେ ୪୮ ବର୍ଷ ପରେ ଅରପିନ୍ଦର ସିଂହ ଆଣିଛନ୍ତି ଗୋଲ୍ଡ

publive-image

୬. ମହିଳାମାନେ ରିଲେ ରେସ୍ ରେ ଗୋଲ୍ଡ ମେଡାଲ ନିଜ ନାଁ କଲେ

publive-image

୭. ୨୧ ବର୍ଷୀୟ ସ୍ୱପ୍ନା ବର୍ମନ ହେପ୍ଟାଥଲନରେ ରଚିଲେ ଇତିହାସ

publive-image

୮. ଗୋଲ୍ଡ ଜିତିଥିବା ଭାରତର ପଂଚମ ସୁଟର ସୈାରଭ ଚୈାଧୁରୀ

publive-image

୯. ନୂଆ ରେକର୍ଡ ସହ ଗୋଲ୍ଡ ମେଡାଲ ହାସଲ କରିଛନ୍ତି ରାହୀ ଜୀବନ ସରନୋବତ୍

publive-image

୧୦. ହରିୟାଣୀ ପହିଲମାନ ବଜରଙ୍ଗ ପୁନିୟା ଭାରତକୁ ଗେମ୍ ର ପ୍ରଥମ ଗୋଲ୍ଡ ଜିତାଇଲେ

publive-image

୧୧. ଗେମ୍ ର ଦ୍ୱିତୀୟ ଦିନରେ ମହିଳା ପହିଲମାନ ବିନେଶ୍ ଫୋଗାଟ୍ ଦେଲେ ଗୋଲ୍ଡ

publive-image

୧୨. ତାସ୍ ପତିର ଖେଳ ବ୍ରିଜ୍ ରେ ଭାରତ ପାଇଁ ଗୋଲ୍ଡ ଆଣିଲେ ପ୍ରଣବ ବର୍ଦ୍ଧନ ଓ ଶିବନାଥ ସରକାର

publive-image

୧୩. ନୈାକାୟନରେ ପ୍ରଥମ ଗୋଲ୍ଡ ମେଡାଲ

publive-image

୧୪. ଟେନିସ୍ ରେ ବୋପାନ୍ନା ଓ ଦିବିଜ୍ ଆଣିଲେ ଗୋଲ୍ଡ ମେଡାଲ

publive-image

୧୫. ବକ୍ସିଙ୍ଗରେ ଭାରତୀୟ ବକ୍ସର ଅମିତ ପଙ୍ଘଲ ଆଣିଲେ ଗୋଲ୍ଡ

publive-image