କନକ ବ୍ୟୁରୋ: ଆଠଗଡ ବଜ୍ରକାପ୍ତା ଚୋରାଚାଲାଣର ମାଷ୍ଟର ମାଇଣ୍ଡ ଗିରଫ । ମୁଖ୍ୟ ଅଭିଯୁକ୍ତ ମାଧବ ଚନ୍ଦ୍ର ପାତ୍ରକୁ ବନବିଭାଗ ଗିରଫ କରିଛି । ମୁଣ୍ଡଳୀ ନିକଟରେ ଥିବା ବେଳେ ଗିରଫ କରାଯାଇଛି । ଏବେ ସୁଦ୍ଧା ଆଠଗଡରେ ୧୬ ଜଣଙ୍କୁ ଏହି ଘଟଣାରେ ଗିରଫ କରାଯାଇଛି । ୨୦ରୁ ଅଧିକ ବଜ୍ରକାପ୍ତା ଚାଲାଣ ସରିଲାଣି । ଆଠଗଡରୁ ବଜ୍ରକାପ୍ତା ରାଜ୍ୟ ବାହାରକୁ ଓ ବିଦେଶକୁ ଚୋରାଚାଲାଣ ହେଉଥିଲା । ଏନେଇ ଖବର ପାଇବା ପରେ ବନବିଭାଗ ଖୋଳତାଡ କରିଥିଲା । ଏହି ଘଟଣାରେ ସଂପୃକ୍ତ ଥିବା ୧୬ ଜଣଙ୍କୁ ଏଯାଏ ବନବିଭାଗ କିରଫ କରିଛି ।

Advertisment

ବଜ୍ରକାପ୍ତା ଚାଲାଣ ରାକେଟ୍ ସଂପର୍କରେ ଖୋଳତାଡ଼ ପାଇଁ କିଛି ଦିନ ହେଲା ଡବ୍ଲୁସିସିବି ଟିମ୍ ଆଠଗଡ଼ରେ ଡେରା ପକାଇଥିଲା । ସକାଳ ୮ଟାରେ ଆଠଗଡ଼ ଜେଲରୁ ୧୦ ଜଣ ଅଭିଯୁକ୍ତଙ୍କୁ ଖୁଣ୍ଟୁଣୀ ରେଞ୍ଜର ଆଡାଳ ନର୍ସରୀକୁ କଡ଼ା ସୁରକ୍ଷା ବ୍ୟବସ୍ଥାରେ ନିଆଯାଇଥିଲା। ସେଠାରେ ଆଠଗଡ଼ ବନଖଣ୍ଡର ଖୁଣ୍ଟୁଣୀ ରେଞ୍ଜର ଆଡାଳ ନର୍ସରୀଠାରେ ଆଠଗଡ଼ ଡିଏଫଓ ସସ୍ମିତା ଲେଙ୍କା ଓ ବନ୍ୟଜୀବ ଅପରାଧ ନିୟନ୍ତ୍ରଣ ବ୍ୟୁରୋ ଜବଲପୁର ଶାଖା ଗୁଇନ୍ଦା ଅଧିକାରୀ ଦେବେନ୍ଦ୍ର ସିଂ ରାଠୋରଙ୍କ ନେତୃତ୍ୱରେ ଏକ ଟିମ୍ ଅଭିଯୁକ୍ତମାନଙ୍କୁ ଜେରା କରିଥିଲେ। ଜେରା ସମୟରେ ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଥିବା ଶ୍ବଶୁର-ଜ୍ବାଇଁଙ୍କଠାରୁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଥିଲା।

ମିଳିଥିବା ସୂଚନା ଅନୁଯାୟୀ ବନବିଭାଗ ଓ ଡବ୍ଲୁସିସିବି ଟିମ ତାର ତଦନ୍ତ ଆଗକୁ ନେଇଥିଲେ। ଏହି ଚୋରା ଚାଲାଣକାରୀ ଅନଲାଇନର ବିଭିନ୍ନ ବ୍ୟବସାୟ ଭଳି ମୋବାଇଲରେ କୋଡିଂ ବ୍ୟବସ୍ଥା ମାଧ୍ୟମରେ ବିଦେଶକୁ ବଜ୍ରକାପ୍ତା, ବଜ୍ରକାପ୍ତା କାତି ଓ ମାଂସ ଚାଲାଣ କରୁଛନ୍ତି। ବଜ୍ରକାପ୍ତା କାତିରୁ ବିଭିନ୍ନ ରୋଗର ଔଷଧ, ବୁଲେଟ୍ ପ୍ରୁଫ୍ ଜାକେଟ୍ ତିଆରି ହେଉଥିବା ବେଳେ ଚୀନ, ମିଆଁମାର, ଭିଏତ୍ନାମକୁ ଏହା ଚାଲାଣ ହେଉଛି। କିଛି ଦିନ ତଳେ ବାରଙ୍ଗ ଥାନା ରତାଗଡ଼ର ୧୦ ଜଣ ଅଭିଯୁକ୍ତଙ୍କୁ ଜେରା କରାଯିବା ପରେ ଜେଲ ହାଜତକୁ ପଠାଇ ଦିଆଯାଇଥିଲା।