ସମଗ୍ର ବିଶ୍ୱରେ ଆତଙ୍କ ଖେଳାଇଥିବା କରୋନା ଭାଇରସକୁ ନେଇ ସଚେତନତା ପଦକ୍ଷେପ ନିଆଯାଉଥିବା ବେଳେ ଏହାକୁ ନେଇ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ଗୁଜବ ବୁଲୁଥିବା ଦେଖିବାକୁ ମିଳୁଛି । ଏହି ପରିପ୍ରେକ୍ଷୀରେ କରୋନାଭାଇରସକୁ ନେଇ ଥଟ୍ଟା କରିଥିବା ଭାରତୀୟ ମୂଳର ଦୁଇ ଦକ୍ଷିଣ ଆଫ୍ରିକୀୟ ନାଗରିକଙ୍କୁ ମହଙ୍ଗା ପଡ଼ିଛି।
ପ୍ରଥମ ଘଟଣା ଜଣେ ୫୫ବର୍ଷୀୟ ମହିଳାଙ୍କୁ ନେଇ। ସେ ଏକ ଠକେଇ ଘଟଣାରେ ଗିରଫଦାରୀରୁ ବଞ୍ଚିବା ପାଇଁ କରୋନାଭାଇରସରେ ସଂକ୍ରମିତ ହୋଇଥିବା କହିଥିଲେ।

Advertisment

ମହିଳାଙ୍କ ମୁହଁରୁ ଏଭଳି କଥା ଶୁଣିବା ପରେ ତୁରନ୍ତ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ପରୀକ୍ଷା ପରେ ତାଙ୍କ ରିପୋର୍ଟ ନେଗେଟିଭ୍‌ ଆସିଥିଲା। ଏହି ରିପୋର୍ଟ ଦେଖିବା ପରେ ମହିଳା କରୋନାଭାଇରସ୍‌ ସଂକ୍ରମିତ ହୋଇଥିବା ନେଇ ଥଟ୍ଟା କରିଥିବା କହିଥିଲେ। ଏହାପରେ ତାଙ୍କୁ ଏଭଳି ଥଟ୍ଟା କରିଥିବା ଅପରାଧରେ ପୁଲିସ ଗିରଫ କରି ନେଇଛି।

ଏଭଳି ଆଉ ଏକ ଘଟଣା ସାମ୍ନାକୁ ଆସିଛି। ଅଧିକାରୀମାନେ ଏକ ମହଙ୍ଗା ସ୍ପୋଟର୍ସ କାରର ଅନୁସନ୍ଧାନରେ ଲାଗି ପଡ଼ିଛନ୍ତି। ଏହି କାର ଚାଳକ ଭାରତୀୟ ମୂଳର ବୋଲି କୁହାଯାଉଛି। ଚାରିଜଣ ଲୋକ କହିଥିଲେ କି ଏହି ବ୍ୟକ୍ତି ଜଣକ ଯେଉଁ କାରକୁ ଚଳାଉଥିଲେ ତାହାର ନମ୍ବର ପ୍ଲେଟରେ ‘କୋଭିଡ-୧୯ ଜେଡଏନ୍‌’ ଲେଖା ହୋଇଥିଲା। ଏହି ନମ୍ବର ପ୍ଲେଟକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି। ପୁଲିସ କାର ଓ ତାର ମାଲିକକୁ ଧରିବା ପାଇଁ ତଦନ୍ତ ଜାରି ରଖିଛି।