କନକ ବ୍ୟୁରୋ : ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉପରେ ରହିଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ । ନିର୍ବାଚନ ପୂର୍ବରୁ ପ୍ରବାସୀ ଓଡ଼ିଆଙ୍କୁ ଭେଟିଥିଲେ ରିଷି ସୁନକ । ଲଣ୍ଡନର ଶ୍ରୀ ଜଗନ୍ନାଥ ସୋସାଇଟି ସଦସ୍ୟ ସୁନକଙ୍କୁ ଉତରୀୟ ସହ ଶ୍ରୀଜଗନ୍ନାଥଙ୍କ ପ୍ରତିମା ଉପହାରରେ ଦେଇଥିଲେ । ଏହାକୁ ଆଦରର ସହ ଗ୍ରହଣ କରିଥିଲେ ରିଷି ସୁନକ । ଏହା ସହ ସେଠାରେ ଉପସ୍ଥିତ ଥିବା ପ୍ରବାସୀ ଓଡ଼ିଆଙ୍କ ସହ କିଛି ସମୟ କଥା ହୋଇଥିଲେ ।

Advertisment

ବ୍ରିଟେନର ପ୍ରଥମ ହିନ୍ଦୁ ପ୍ରଧାନମନ୍ତ୍ରୀ

- ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ହେଲେ ରିଷି ସୁନକ
- ବ୍ରିଟେନର ପ୍ରଥମ ହିନ୍ଦୁ ପ୍ରଧାନମନ୍ତ୍ରୀ ହେଲେ ରିଷି ସୁନକ
- ବ୍ରିଟେନର ୨୦୦ ବର୍ଷର ଇତିହାସରେ ସବୁଠୁ ଯୁବ ପ୍ରଧାନମନ୍ତ୍ରୀ
- ଅକ୍ଟୋବର ୨୮ରେ ବ୍ରିଟେନର ପ୍ରଧାନମନ୍ତ୍ରୀ ଭାବେ ନେବେ ଶପଥ
- ୨୯ ତାରିଖରେ ନୂଆ କ୍ୟାବିନେଟ୍ ଗଠନ କରାଯାଇପାରେ

ରିଷି ସୁନକ ଓ ଭାରତ

- ଜଣେ ଭାରତୀୟ ବଂଶୋଦ୍ଭବ ବ୍ରିଟେନ ସରକାରର ମୁଖିଆ
- ରିଷି ସୁନକଙ୍କ ଭାରତ ସହ ରହିଛି ଗଭୀର ସମ୍ପର୍କ
- ରିଷିଙ୍କ ବାପା ମା’ ପଞ୍ଜାବର ବାସିନ୍ଦା
- ବ୍ରିଟେନର ହମ୍ପସାୟାରରେ ରିଷିଙ୍କ ଜନ୍ମ
- ଇମ୍ଫୋସିସ କମ୍ପାନୀର ପ୍ରତିଷ୍ଠାତା ନାରାୟଣ ମୂର୍ତିଙ୍କ ଜ୍ୱାଇଁ ସୁନକ
- ଆମେରିକାର ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟରୁ ଏମବିଏ ପଢିଛନ୍ତି ରିଷି
- ଅକ୍ସଫୋର୍ଡ ବିଶ୍ୱ ବିଦ୍ୟାଳୟରୁ ରାଜନୀତି, ଦର୍ଶନ ଏବଂ ଅର୍ଥଶାସ୍ତ୍ର ପଢିଛନ୍ତି
- ଇନଭେଷ୍ଟମେଂଟ ବ୍ୟାଙ୍କ, ଗୋଲ୍ଡମ୍ୟାନ୍ ସାସ୍ ଏବଂ ହିଜ୍ ଫଣ୍ଡରେ ରହିଛି ଅଭିଜ୍ଞତା
- ୨୦୧୫ରେ ରିଚମୋଣ୍ଡରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ
- ୨୦୧୭ ପରେ ୨୦୧୯ରେ ସାଂସଦ ଭାବେ ନିର୍ବାଚିତ
- ବ୍ରିଟେନର ଚାନସେଲର ଥିଲେ ରିଷି
- ୟୁରୋପରୁ ବ୍ରେକଜିଟ୍ ଅଲଗା ହେବା ବେଳେ ଚର୍ଚ୍ଚାକୁ ଆସିଥିଲେ ରିଷି
- ବୋରିଶ ଜନସନଙ୍କ ସହ ମିଶି ୟୁରୋପୀୟ ସଂଘ ଛାଡ ନାରା ଦେଇଥିଲେ
- ୨୦୧୯ରେ ଜନସନ୍ ସରକାରରେ ଅର୍ଥମନ୍ତ୍ରୀ ଥିଲେ ସୁନକ
- ଥେରେସା ମେ ଓ ବୋରିଶ ସରକାରରେ ମନ୍ତ୍ରୀ ଥିଲେ ରିଷି ସୁନକ
- କରୋନା କାଳରେ ବ୍ରିଟେନର ଅର୍ଥବ୍ୟବସ୍ଥା ସଜାଡିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ ସୁନକ
- ଯାହା ପାଇଁ ବ୍ରିଟେନବାସୀଙ୍କ ଭିତରେ ଲୋକପ୍ରିୟ ହୋଇପାରିଥିଲେ

ସଂକ୍ଷେପରେ ସୁନକ

- ସୁନକଙ୍କ ଜନ୍ମ ୧୯୮୦ ମସିହା ମେ୧୨’ ତାରିଖରେ ଇଂଲଣ୍ଡର ସାଉଥହମ୍ପଟନରେ ହୋଇଥିଲା
- ରିଷି ସୁନକଙ୍କ ବାପା, ମାଆ ଭାରତୀୟ ବଂଶୋଦ୍ଭବ
- ସୁନକଙ୍କ ଜେଜେ ପଞ୍ଜାବରୁ ତାଞ୍ଜାନିଆ ଚାଲିଯାଇଥିଲେ
- ପରେ ତାଞ୍ଜାନିଆରୁ ବ୍ରିଟେନ ଯାଇଥିଲା ତାଙ୍କ ପରିବାର
- ସୁନକ ବ୍ରିଟେନର ଓି୍ୱଂଚେଷ୍ଟର କଲେଜରୁ ପଲିଟିକାଲ ସାଇନ୍ସରେ ହାସଲ କରିଛନ୍ତି ଡିଗ୍ରୀ
- ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ଲିଙ୍କନ କଲେଜରେ ଫିଲୋସଫି ଓ ଇକୋନୋମିକ୍ସରେ ଅଧ୍ୟୟନ
- ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟରେ କରିଛନ୍ତି ଏମବିଏ
- ବ୍ରିଟେନର ଧନୀ ସାଂସଦ ଭାବେ ପରିଚିତ ରିଷି ସୁନକ
- ସୁନକଙ୍କର ୭୩୦୦ କୋଟି ଟଙ୍କାର ସମ୍ପତି
- ନିଜକୁ ହିନ୍ଦୁ ବୋଲି ଖୋଲାଖୋଲି ସର୍ବସାଧାରଣରେ କୁହନ୍ତି ରିଷି ସୁନକ