ଗତ ଅକ୍ଟୋବର ୭ ରୁ ଆରମ୍ଭ ହେଇଥିବା ଇସ୍ରାଏଲ-ହମାସ ଯୁଦ୍ଧ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି । ଉଭୟ ପକ୍ଷର ହଜାର ହଜାର ଲୋକ ମୃତ୍ଯୁବରଣ  କରିସାରିଲେଣି । ତଥାପି ଯୁଦ୍ଧ ଥମିବାର ନାଁ ନେଉନାହିଁ । ଏଭଳି ସମୟରେ ଆଉଜଣେ ଭାରତୀୟଙ୍କର ମୃତ୍ଯୁ ଖବର ଆସିଛି ।

Advertisment

ଶଲୋମନ ନାମକ ଏହି ଭାରତୀୟ ମୂଳ ବଂଶଜ ଇସ୍ରାଏଲର ଡିମୋନା ସହରର ବାସିନ୍ଦା ଥିଲେ । ସୂଚନାନୁସାରେ ଗାଜାରେ ହାମାସ ବିରୁଦ୍ଧରେ ଯୁଦ୍ଧ କରୁଥିବାବେଳେ ସେ ଶତ୍ରୁପକ୍ଷର ବହୁତ ଭିତରକୁ ଚାଲିଯାଇଥିଲେ । ହମାସ ଆତଙ୍କବାଦୀମାନଙ୍କ ସହିତ  ଯୁଦ୍ଧ କରିବା ସମୟରେ ସେ ମୃତ୍ୟୁ ବରଣ କରିଥିଲେ । ହଲେଲ ମୃତ୍ୟୁରେ ମେୟର ବେନି ବିଟନ୍ ସମବେଦନା ଜଣାଇଛନ୍ତି ।ଗାଜା ଅଞ୍ଚଳରେ ହାମାସ ବିରୁଦ୍ଧରେ ଇସ୍ରାଏଲ କ୍ରମାଗତ ଭାବରେ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଚାଲିଛି । ଏୟାର ଷ୍ଟ୍ରାଇକ୍ ବ୍ୟତୀତ ଇସ୍ରାଏଲ୍ ସେନା ସ୍ଥଳଭାଗରେ ମଧ୍ୟ ଯୁଦ୍ଧ କରୁଛନ୍ତି । ଏପର୍ଯ୍ୟନ୍ତ ୧୭ ଜଣ ଇସ୍ରାଏଲ୍ ସୈନିକ ଏଥିରେ ମୃତ୍ୟୁ ବରଣ କରିଛନ୍ତି। ଏଥିମଧ୍ୟରେ ଭାରତୀୟ ମୂଳର ୨୦ ବର୍ଷୀୟ ହଲେଲ ସୋଲେମାନ ମଧ୍ୟ ଅଛନ୍ତି । ଯିଏ ଇସ୍ରାଏଲ୍ ସେନାରେ ଷ୍ଟାଫ୍ ସର୍ଜେଣ୍ଟ ଭାବରେ କାର୍ଯ୍ୟ କରୁଥିଲେ । ମୁମ୍ବାଇରେ ଇସ୍ରାଏଲର କନସୁଲ୍ ଜେନେରାଲ୍ କୋବି ଶୋଶାନି ଗୁରୁବାର ଏହା ନିଶ୍ଚିତ କରିଛନ୍ତି ।

ହଲେଲ ଶଲୋମନ ଇସ୍ରାଏଲର ଡିମୋନା ସହରର ବାସିନ୍ଦା ଥିଲେ । ସୂଚନାନୁସାରେ ଗାଜାରେ ହାମାସ ବିରୁଦ୍ଧରେ ଯୁଦ୍ଧ କରୁଥିବାବେଳେ ସେ ଶତ୍ରୁପକ୍ଷର ବହୁତ ଭିତରକୁ ଚାଲିଯାଇଥିଲେ । ହମାସ ଆତଙ୍କବାଦୀମାନଙ୍କ ସହିତ ଯୁଦ୍ଧ କରିବା ସମୟରେ ମୃତ୍ୟୁ ବରଣ କରିଥିଲେ । ମେୟର ବେନି ବିଟନ୍ ମଧ୍ୟ ହଲେଲଙ୍କ ମୃତ୍ୟୁରେ ସମବେଦନା ଜଣାଇଛନ୍ତି। ସେ ତାଙ୍କର ଫେସବୁକ୍ ପୋଷ୍ଟରେ ଲେଖିଛନ୍ତି, "ଘୋର ଯୁଦ୍ଧରେ ଡିମୋନାଙ୍କ ର ବୀରପୁତ୍ର  ହଲେଲ ଶଲୋମନଙ୍କ ମୃତ୍ୟୁକୁ ଆମେ ବହୁତ ଦୁଃଖର ସହିତ ଘୋଷଣା କରୁଛୁ । ହଲେଲ ମାତୃଭୂମିର ସେବା କରିବାକୁ ସଦା ଆଗଭର ଥିଲେ । ଏବଂ ଏଥିପାଇଁ ସେ ଜିଭାଟି ବ୍ରିଗେଡରେ ଯୋଗ ଦେଇଥିଲେ । ହଲେଲ ଜଣେ ଭଲ ପୁତ୍ର ଥିଲେ ଏବଂ ସେ ତାଙ୍କ ପିତାମାତାଙ୍କୁ ସର୍ବଦା ସମ୍ମାନ କରୁଥିଲେ । ସେ ବହୁତ ଗୁଡିଏ ଭଲ ଗୁଣର ଅଧିକାରୀ ମଧ୍ୟ ଥିଲେ । ସେ ଦାନ, ନମ୍ରତା ଏବଂ ବିନମ୍ରତାରେ ବିଶ୍ୱାସ କରୁଥିଲେ । ତାଙ୍କ ଦେହାନ୍ତରେ ସମଗ୍ର ଡିମୋନା ସହର ଶୋକ ପାଳନ କରୁଛି ।