କୋଲକାତାରେ ଜନ୍ମିତ, ଜେଏନୟୁର ଛାତ୍ର ଅଭିଜିତ୍ ବାନାର୍ଜୀଙ୍କୁ ଅର୍ଥନୀତିରେ ମିଳିବ ନୋବେଲ ପୁରସ୍କାର ।

467

କନକ ବ୍ୟୁରୋ : ଚଳିତ ବର୍ଷ ଅର୍ଥନୀତି ଲାଗି ପ୍ରଦତ୍ତ ନୋବେଲ୍ ପୁରସ୍କାର ଘୋଷଣା କରାଯାଇଛି। ନୋବେଲ ଏକାଡେମୀ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଜଣାଶୁଣା ଭାରତୀୟ-ଆମେରିକୀୟ ଅର୍ଥନୀତିଜ୍ଞ ଅଭିଜିତ ବାନାର୍ଜୀ ଓ ତାଙ୍କର ଫରାସୀ ପତ୍ନୀ ତଥା ବିଶିଷ୍ଟ ଅର୍ଥନୀତିଜ୍ଞ ଏସ୍ଥର ଡଫଲୋ ଏବଂ ମାଇକେଲ୍ କ୍ରେମରଙ୍କୁ  ନୋବେଲ୍ ପୁରସ୍କାର ଲାଗି ମନୋନୀତ କରାଯାଇଛି। ବିଶ୍ୱରୁ ଦାରିଦ୍ର୍ୟ ଦୂରୀକରଣ ଲାଗି ପ୍ରୟାସ କରିଥିବା ଏହି ତିନି ଅର୍ଥନୀତିଜ୍ଞ ନାଁ ନୋବେଲ ପୁରସ୍କାର ପାଇଁ ଚୟନ କରାଯାଇଥିଲା ।

ଭାରତୀୟ ବଂଶୋଦ୍ଭବ ଅର୍ଥନୀତିଜ୍ଞ ଅଭିଜିତ୍ ବିନାୟକ ବାନାର୍ଜୀ କୋଲକାତାରେ ଜନ୍ମିତ। ସେ କୋଲକାତାର ପ୍ରେସିଡେନ୍ସୀ କଲେଜରେ ସ୍ନାତକ ଶେଷ ପରେ ଦିଲ୍ଲୀର ଜବାହରଲାଲ୍ ନେହେରୁ ବିଶ୍ୱବିଦ୍ୟାଳୟରୁ ଅର୍ଥନୀତିରେ ସ୍ନାତକୋତ୍ତର କରିବା ପରେ ହାଭାର୍ଡ ବିଶ୍ୱବିଦ୍ୟାଳୟରୁ ପିଏଚଡି ଲାଭ କରିଥିଲେ। ବିଶ୍ୱର ଜଣେ ଜଣାଶୁଣା ଅର୍ଥନୀତିଜ୍ଞ ଅଭିଜିତ ବାନାର୍ଜୀ ବର୍ତ୍ତମାନ ମାସାଚ୍ୟୁଟସ୍ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜିରେ ଅର୍ଥନୀତି ବିଭାଗରେ ପ୍ରଫେସର ଭାବେ କାର୍ଯ୍ୟ କରୁଛନ୍ତି।