India Today
ଗ୍ରୀଷ୍ମର ଏହି ଋତୁରେ ଭାରତର ବିଭିନ୍ନ ସ୍ଥାନରେ ପ୍ରଚଣ୍ଡ ଖରା ସହ ଭୀଷଣ ଗରମ ମଧ୍ୟ ଅନୁଭୂତ ହେଉଛି । କେତେକ ସ୍ଥାନରେ ତାପମାନ ୪୦ ଡିଗ୍ରୀ ସେଲସିୟସ୍ ଥିବାବେଳେ ଗୁଜବ ବଜାରର ତାପମାନ ବି ଉଦ୍ଧ୍ୱର୍ରେ ରହିଅଛି । ନିକଟରେ ଓଡିଶାରେ ପିଲାଚୋରି ଘଟଣାର ଗୁଜବ ନିରୀହଙ୍କ ପାଇଁ କାଳ ସାଜିଥିବା ବେଳେ ସୋସିଆଲ୍ ମିଡିଆ ଫେସବୁକ୍ ଏବଂ ହ୍ୱାଟସଆପରେ ମଧ୍ୟ ପେଟ୍ରୋଲର ବର୍ଦ୍ଧିତ ଦରକୁ ନେଇ ଆଉ ଏକ ଗୁଜବ ସୃଷ୍ଟି ହେଉଛି । ଯାହାକୁ ନେଇ ଜନମାନସରେ ଅସନ୍ତୋଷ ଦେଖାଦେଇଛି ।
ଘଟଣାଟି କିଛି ଏପରି ନିକଟରେ ସୋସିଆଲ୍ ମିଡିଆର ବିଭିନ୍ନ ସାଇଟ୍ ଫେସବୁକ୍ ଏବଂ ହ୍ୱାଟସଆପରେ ଏକ ଗୁଜବ ଭରା ମେସେଜ୍ ଭାଇରାଲ୍ ହେଉଛି । ଏହି ମେସେଜକୁ ଇଣ୍ଡିଆଲ୍ ଅଏଲ୍ ତରଫରୁ ଜାରୀ କରାଯାଇଥିବା କଥା ମେସେଜରୁ ଜଣାପଡିଥିବା ବେଳେ ଇଣ୍ଡିଆନ୍ ଅଏଲ୍ ଏଭଳି ମେସେଜ୍ ପ୍ରେରିତ କରିଥିବା କଥା ଖଣ୍ଡନ କରୁଛି । ମେସେଜରେ କୁହାଯାଇଛି, “ଗ୍ରୀଷ୍ମର ଏହି ଋତୁରେ ଗାଡିରେ କେତେ ତେଲ ପକାଇବେ, ଦୟାକରି ଅଧଟାଙ୍କି ପେଟ୍ରୋଲ୍ ହିଁ ଗାଡିରେ ପକାନ୍ତୁ ।”ମେସେଜରେ କୁହାଯାଇଛି “ଗ୍ରୀଷ୍ମ ହେଉ କିମ୍ବା ଶୀତ ପେଟ୍ରୋଲ୍ କମ୍ପାନୀ ଯେତେ ପେଟ୍ରୋଲ ଗାଡିରେ ପକାଇବା ପାଇଁ କହୁଛନ୍ତି ସେତିକି ତେଲ ଗାଡିରେ ପକାନ୍ତୁ ।” ଏଭଳି ମେସେଜ୍ ଖୁବ୍ ଜୋରରେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ଇଣ୍ଡିଆନ୍ ଅଏଲକୁ ଏହାର ଜବାବ୍ ଦେବାକୁ ପଡିଛି । ଏକ ପ୍ରେସ୍ ମିଟରେ ଇଣ୍ଡିଆନ୍ ଅଏଲ୍ ଏହାକୁ ଏକ ଗୁଜବ କହିବା ସହ କମ୍ପାନୀ ତରଫରୁ ଏଭଳି କୌଣସି ମେସେଜ୍ ଦିଆଯାଇ ନ ଥିବା କଥା କହିଥିଲେ ।
ତେବେ ଏଭଳି ଭିତ୍ତିହୀନ ମେସେଜକୁ ସତ ମାନି ସେୟାର୍ କରିବାରୁ ବର୍ତ୍ତିବା ପାଇଁ ମଧ୍ୟ କମ୍ପାନୀ କହିଥିଲା । ତେବେ ଏହି ସୋସିଆଲ ଗୁଜବ ପଛରେ କାହାର ହାତ ଅଛି ତାହା ଏ ପର୍ଯ୍ୟନ୍ତ ଜଣାପଡିନାହିଁ ।
Follow Us