ଶ୍ରୀମନ୍ଦିର ପାଇଁ ଆଗେଇ ଆସିଲା ଇଣ୍ଡିଆନ ଅଏଲ । ଫୋନିରେ କ୍ଷତି ହୋଇଥିବା ବଡଦେଉଳର ପୁନରୁଦ୍ଧାର ପାଇଁ ଦେଲା ୫ କୋଟି ଟଙ୍କା ସହାୟତା ।

Advertisment
ଶ୍ରୀକ୍ଷେତ୍ରରୁ ସ୍ମାର୍ଟ ସିଟି । କିଭଳି ଥିଲା , ଆଉ ‘ଫୋନି’ ପରେ କେମିତି ବଦଳିଗଲା ଦୃଶ୍ୟ ଦେଖନ୍ତୁ...

କନକ ବ୍ୟୁରୋ : ଭୟଙ୍କର ସାମୁଦ୍ରିକ ଝଡରେ ଶ୍ରୀହୀନ ହୋଇପଡିଛି ଶ୍ରୀକ୍ଷେତ୍ର । ଉଜୁଡି ଯାଇଛି ବଡଦେଉଳର କଳାକୃତି । ଭାଙ୍ଗିଯାଇଛି କଳ୍ପବଟ । ଗତ ୩ ତାରିଖରୁ ବାତ୍ୟା ଫୋନି ଛାଡିଦେଇଥିବା ଚିହ୍ନ କେବେ ଯେ ଲିଭିବ, ତାହା ଆକଳନ କରିବା ମୁସ୍କିଲ । ତେବେ ବଡଦେଉଳରେ ହୋଇଥିବା କ୍ଷୟକ୍ଷତିର ମରାମତି ପାଇଁ ଆଗେଇ ଆସିଛି ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ୍ ।

ବଡଦେଉଳର ପୁନରୁଦ୍ଧାର ପାଇଁ ଇଣ୍ଡିଆନ୍ ଅଏଲ ଦେଇଛି ୫ କୋଟି ଟଙ୍କାର ଆର୍ଥିକ ସହାୟତା । ଏନେଇ କମ୍ପାନି ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି । ସେପଟେ ଇଣ୍ଡିଆନ୍ ଅଏଲର ଏଭଳି ପଦକ୍ଷେପକୁ ପ୍ରଂଶସା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe