ଇଣ୍ଡିଆନ ଅଏଲ ପେଟ୍ରୋଲ ପମ୍ପରେ ବିସ୍ଫୋରଣ । ଗଭର୍ଣ୍ଣର ହାଉସ ପାଖ ପେଟ୍ରୋଲ ପମ୍ପରେ ଲାଗିଲା ନିଆଁ

ଇଣ୍ଡିଆନ ଅଏଲ ପେଟ୍ରୋଲ ପମ୍ପରେ ବିସ୍ଫୋରଣ । ଗଭର୍ଣ୍ଣର ହାଉସ ପାଖ ପେଟ୍ରୋଲ ପମ୍ପରେ ଲାଗିଲା ନିଆଁ

କନକ ବ୍ୟୁରୋ : ତେଲ ଟାଙ୍କିରେ ବିସ୍ଫୋରଣ । ଭୁବନେଶ୍ୱରରେ ଥିବା ଇଣ୍ଡିଆନ ଅଏଲ ଟାଙ୍କିରେ ଲାଗିଲା ନିଆଁ । ଗଭର୍ଣ୍ଣର ହାଉସ ପାଖ ପେଟ୍ରୋଲ ପମ୍ପରେ ନିଆଁ । ନିଆଁ ଲାଗିବାରୁ ଆକାଶ ଉଚ୍ଚରେ ଉଡିଗଲା ଟାଙ୍କି ।

ତେବେ ନିଆଁକୁ ଆୟତ୍ତ କରିବାକୁ ଅଗ୍ନିଶମ ବିଭାଗର କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚିଛନ୍ତି ।ବିସ୍ଫୋରଣ ପରେ ହୁତୁହୁତୁ ହୋଇ ଜଳୁଛି ପେଟ୍ରୋଲ ପମ୍ପ । ନିଆଁ ଲିଭାଇବାକୁ ଅଗ୍ନିଶମ କର୍ମଚାରୀଙ୍କ ଉଦ୍ୟମ । ଭୟଙ୍କର ବିସ୍ଫୋରଣ ପରେ ଘରୁ ବାହାରି ଆସିଲେ ଲୋକେ । ଗଭର୍ଣ୍ଣର ହାଉସ ରାସ୍ତାକୁ ସିଲ କଲା ପୋଲିସ । ଘଟଣା ସ୍ଥଳରେ ପହଂଚିଲେ ପୋଲିସ କମିଶନର । ଗୋଟିଏ ଟାଙ୍କିରେ ନିଆଁ ଲାଗିଥିବା ନେଇ ସୂଚନା ରହିଥିବା ନେଇ କହିଲେ ସିପି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe