କନକ ବ୍ୟୁରୋ : ତେଲ ଟାଙ୍କିରେ ବିସ୍ଫୋରଣ । ଭୁବନେଶ୍ୱରରେ ଥିବା ଇଣ୍ଡିଆନ ଅଏଲ ଟାଙ୍କିରେ ଲାଗିଲା ନିଆଁ । ଗଭର୍ଣ୍ଣର ହାଉସ ପାଖ ପେଟ୍ରୋଲ ପମ୍ପରେ ନିଆଁ । ନିଆଁ ଲାଗିବାରୁ ଆକାଶ ଉଚ୍ଚରେ ଉଡିଗଲା ଟାଙ୍କି ।
ତେବେ ନିଆଁକୁ ଆୟତ୍ତ କରିବାକୁ ଅଗ୍ନିଶମ ବିଭାଗର କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚିଛନ୍ତି ।ବିସ୍ଫୋରଣ ପରେ ହୁତୁହୁତୁ ହୋଇ ଜଳୁଛି ପେଟ୍ରୋଲ ପମ୍ପ । ନିଆଁ ଲିଭାଇବାକୁ ଅଗ୍ନିଶମ କର୍ମଚାରୀଙ୍କ ଉଦ୍ୟମ । ଭୟଙ୍କର ବିସ୍ଫୋରଣ ପରେ ଘରୁ ବାହାରି ଆସିଲେ ଲୋକେ । ଗଭର୍ଣ୍ଣର ହାଉସ ରାସ୍ତାକୁ ସିଲ କଲା ପୋଲିସ । ଘଟଣା ସ୍ଥଳରେ ପହଂଚିଲେ ପୋଲିସ କମିଶନର । ଗୋଟିଏ ଟାଙ୍କିରେ ନିଆଁ ଲାଗିଥିବା ନେଇ ସୂଚନା ରହିଥିବା ନେଇ କହିଲେ ସିପି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/10/29-3.jpg)