ଆଫଗାନିସ୍ତାନରେ ତାଲିବାନ ନେତାଙ୍କ ସହ ଆଲୋଚନା କଲେ ଭାରତୀୟ ପ୍ରତିନିଧି ମଣ୍ଡଳୀ । ସହାୟତା ପାଇଁ ଭାରତକୁ ଧନ୍ୟବାଦ ଦେଲା ତାଲିବାନ ।

294

କନକ ବ୍ୟୁରୋ: ବନ୍ଧୁକ ମୁନରେ ଆଫଗାନିସ୍ତାନକୁ ଦଖଲ କରିଥିବା ତାଲିବାନ ପ୍ରତି ନରମ ଆଭିମୁଖ୍ୟ ପୋଷଣ କରିଛି ଭାରତ । ଭାରତୀୟ ବୈଦେଶିକ ମନ୍ତ୍ରାଳୟର ଯୁଗ୍ମ ସଚିବ ଜେପି ସିଂଙ୍କ ନେତୃତ୍ୱରେ ଗୋଟିଏ ପ୍ରତିନିଧି ଦଳ ଆଫଗାନିସ୍ଥାନ ରାଜଧାନୀ କାବୁଲରେ ପହଁଚିଛନ୍ତି । ଗସ୍ତର ପ୍ରଥମ ଦିନରେ ତାଲିବାନ ନେତାଙ୍କ ସହ ବୈଠକ କରିଛି ଭାରତୀୟ ପ୍ରତିନିଧିମଣ୍ଡଳୀ । ଆଫଗାନକୁ ତାଲିବାନ ଦଖଲ କରିବା ପରେ ଭାରତ ପ୍ରଥମ ଥର ପାଇଁ ଏଠାରେ ପହଁଚି କୌଣସି ବୈଠକରେ ସାମିଲ ହୋଇଛି ।

ଭାରତୀୟ ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ଅରିନ୍ଦମ ବାଗଚୀ କହିଛନ୍ତି ଆଫଗାନିସ୍ତାନ ଲୋକଙ୍କ ସହ ଭାରତର ଐତିହ୍ୟ ସର୍ମ୍ପକ ରହିିଛି । ଏହି ଆଭିମୁଖ୍ୟ ନେଇ ଭାରତ ସବୁବେଳେ କାମ କରିଛି ଓ ଭବିଷ୍ୟତରେ ଜାରି ରଖିବ । ଅନ୍ୟପକ୍ଷରେ ତାଲିବାନ ସରକାର ମଧ୍ୟ ଭାରତର ଏହି ପଦକ୍ଷେପକୁ ସ୍ୱାଗତ କରିିଛନ୍ତି । ଏଥିସହ ଆଫଗାନରେ ବନ୍ଦ ପଡିଥିବା ଭାରତର ବିଭିନ୍ନ ପ୍ରକଳ୍ପ ପୁଣି ଥରେ ଆରମ୍ଭ କରିବା ଜୋର ଦେଇଛି ତାଲିବାନ । ଭାରତୀୟ ପ୍ରତିନିଧି ଦଳ ଇସଲାମିକ ଗ୍ରୁପର ନେତାମାନଙ୍କ ସହ ଦ୍ୱିପାକ୍ଷୀ୍ ବ୍ୟବସାୟ ଓ ମାନବୀୟ ସହାୟତା ଉପରେ ବିଶେଷ ଚର୍ଚ୍ଚା ହୋଇଛି ।

କିଛି ଦିନ ପୂର୍ବରୁ ପୂରା ଆଫଗାନକୁ କବଜା କରିଛି ତାଲିବାନ । ଘମାଘୋଟଯୁଦ୍ଧ ଭିତରେ ଭାରତ ସରକାର ଦୂତାବାସ କର୍ମଚାରୀଙ୍କୁ ସ୍ୱଦେଶ ଫେରାଇ ଆଣିଥିଲେ । ହେଲେ ଏବେ ଭାରତ ସରକାର ପୁଣି ଥରେ ତାଲିବାନ ସହ ବୈଠକ କରି ନୂଆ ସର୍ମ୍ପକ ଯୋଡିବା ସଙ୍କେତ ଦେଇଛନ୍ତି ।