ପୁଲୱାମା ଆକ୍ରମଣ ପରେ ଭାରତ ପାକିସ୍ତାନ ମଧ୍ୟରେ ଥିବା ଅହିନକୁଳ ଶତ୍ରୁତା ଚରମ ସୀମାରେ ପହଞ୍ଚିଛି। ତେବେ ଏଭଳି ସ୍ଥିତିରେ ପାକିସ୍ତାନରେ ମୃତ୍ୟୁଦଣ୍ଡ ବହନ କରି ବନ୍ଦୀ ଜୀବନ କାଟୁଥିବା ପ୍ରାକ୍ତନ ଭାରତୀୟ ନୌସେନା ଅଧିକାରୀ କୁଳଭୂଷଣ ଯାଦବଙ୍କ ମୁକ୍ତି ଦାବି କରି ଆଜି ଭାରତ ପକ୍ଷରୁ ଆନ୍ତର୍ଜାତିକ ଅଦାଲତରେ ଦୃଢ଼ ଆଭିମୁଖ୍ୟ ରଖାଯାଇଛି । ଅପରପକ୍ଷେ, ଏହି ଅବସରରେ ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟର ଆଟର୍ଣ୍ଣି ଜେନେରାଲ ଅନୱର ମନସୁର ଖାଁ ଭାରତୀୟ ବୈଦେଶିକ ମନ୍ତ୍ରାଳୟର ଯୁଗ୍ମ ସଚିବ ଦୀପକ ମିତ୍ତଲଙ୍କ ସହ କରମର୍ଦ୍ଦନ ପାଇଁ ଆଗେଇ ଆସୁଥିବା ବେଳେ ମିତ୍ତଲ ତାହାକୁ ଗ୍ରହଣ ନକରି ନମସ୍କାର କରି ସମ୍ଭାଷଣ କରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି।
ଭାରତ ପକ୍ଷରୁ ପ୍ରାକ୍ତନ ସଲିସିଟର ଜେନେରାଲ୍ ତଥା ବରିଷ୍ଠ ଆଇନଜୀବୀ ହରୀଶ ସାଲଭେ ଯୁକ୍ତି ଉପସ୍ଥାପନ କରି ପାକିସ୍ତାନ ଅଯଥାରେ ଏହି ପ୍ରସଙ୍ଗକୁ ଭାରତ ବିରୋଧରେ ଅପପ୍ରଚାର ଚଳାଇବା ପାଇଁ ଅସ୍ତ୍ର କରିଚାଲିଛି ବୋଲି କହିଛନ୍ତି। ତେବେ କୁଳଭୂଷଣଙ୍କୁ ମୃତ୍ୟୁଦଣ୍ଡରୁ ମୁକ୍ତି ସହ ତାଙ୍କୁ ତୁରନ୍ତ ଜନ୍ମମାଟି ଭାରତକୁ ଫେରିଆସିବା ପାଇଁ ଆନ୍ତର୍ଜାତିକ ଅଦାଲତ ପଦକ୍ଷେପ ନେବାକୁ ସେ ଦାବି କରିଛନ୍ତି।
ସୂଚନାଯୋଗ୍ୟ, ପାକିସ୍ତାନର ଏକ ସାମରିକ ଅଦାଲତ କୁଳଭୂଷଣଙ୍କୁ ଗୁପ୍ତଚର ବୃତ୍ତି କରୁଥିବା ଅଭିଯୋଗରେ ୨୦୧୭ ଏପ୍ରିଲ ମାସରେ ମୃତ୍ୟୁ ଦଣ୍ଡାଦେଶ କରିଥିଲେ । ତେବେ ଆନ୍ତର୍ଜାତୀୟ ଅଦାଲତ ଚୂଡ଼ାନ୍ତ ରାୟ ନ ଆସିଲା ପର୍ଯ୍ୟନ୍ତ କୁଳଭୂଷଣଙ୍କ ମୃତ୍ୟୁ ଦଣ୍ଡାଦେଶ କାର୍ଯ୍ୟକାରୀ ନକରିବାକୁ ପାକିସ୍ତାନକୁ ବାରଣ କରିଥିଲେ। ପାକିସ୍ତାନ ନିଜର ରାୟ ପ୍ରକାଶ କରିବାକୁ କୁଣ୍ଠାବୋଧ କରୁଛି ବୋଲି ସାଲଭେ ଆନ୍ତର୍ଜାତିକ ଅଦାଲତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହି ମାମଲାର ଶୁଣାଣି ପାକ୍ ସାମରିକ ଅଦାଲତରେ ନୀତିନିୟମ ଅନୁଯାୟୀ ହୋଇନାହିଁ ବୋଲି ସାଲଭେ ଯୁକ୍ତି ବାଢ଼ିଛନ୍ତି। କୁଳଭୂଷଣଙ୍କୁ ନିର୍ଦ୍ଦିଷ୍ଟ ଭାବେ କେଉଁ ଅପରାଧ ପାଇଁ ମୃତ୍ୟୁ ଦଣ୍ଡାଦେଶ ହୋଇଛି, ତାହା ପାକିସ୍ତାନ ପ୍ରକାଶ କରୁନାହିଁ। ଅପରପକ୍ଷେ, କୁଳଭୂଷଣଙ୍କ ଜାତୀୟତାର ପ୍ରମାଣ ଭାରତ ଦେଇପାରୁନି ବୋଲି ପାକିସ୍ତାନ ଅଯଥାରେ କହିଚାଲିଛି । ସେହିପରି କୁଳଭୂଷଣ ସହ କୂଟନୈତିକ ସ୍ତରୀୟ ଯୋଗାଯୋଗ ପାଇଁ ଭାରତ ୧୩ ଥର ଆବେଦନ କରିଥିବା ବେଳେ ପାକିସ୍ତାନ ତାହାକୁ ସମ୍ମାନ ଜଣାଇନାହିଁ ବୋଲି ସାଲଭେ କହିଛନ୍ତି। ଜଣଙ୍କୁ ଜବରଦସ୍ତ ଅଟକ ରଖିବା ସହ ଆତଙ୍କିତ କରି ଦୋଷ ସ୍ୱୀକାର କରାଇ ଏପରି ଦଣ୍ଡ ବିଧାନ କରିବା ଆଇନସମ୍ମତ କି ବୋଲି ସାଲଭେ ପ୍ରଶ୍ନ କରିଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/02/12-8.jpg)
/kanak/media/post_attachments/wp-content/uploads/2019/02/792754-kulbhushan-hearing-300x169.jpg)
/kanak/media/post_attachments/wp-content/uploads/2019/02/final-hearing-international-court-kulbhushan-jadhav-justice_6ddc1a74-339a-11e9-a008-8caaddb25592-300x169.jpg)