ସରିଲା ଭାରତୀୟ ନୌସେନାର ସବୁଠୁ ବଡ ଯୁଦ୍ଧଭ୍ୟାସ: ୪ମାସ ଧରି ହିନ୍ଦ ମହାସାଗରେ ୩ ସେନାଙ୍କ ସହ ତଟରକ୍ଷୀବାହୀନି କରୁଥିଲେ ମିଳିତ ସମରଭ୍ୟାସ

89

କନକ ବ୍ୟୁରୋ: ସମୁଦ୍ର ଭିତରେ ଅଧିକ ମଜବୁତ ହେଉଛି ଭାରତୀୟ ନୌସେନା । ଚୀନ ଓ ପାକିସ୍ତାନକୁ କଡ଼ା ଜବାବ ଦେବାକୁ ଭାରତୀୟ ସେନା ହିନ୍ଦମହାସାଗରେ କରୁଥିବା ସବୁଠୁ ବିଶାଳ ଯୁଦ୍ଧଭ୍ୟାସ ଶେଷ ହୋଇଛି । ସମୁଦ୍ରସୀମାରେ ଶତ୍ରୁଙ୍କୁ କଡ଼ା ଜବାବ ଦେବାକୁ ରଣ ହୁଙ୍କାର ଭରିଛି ଭାରତୀୟ ସେନା । ୪ମାସ ଧରି ଚାଲିଥିବା ଏହି ସମରଭ୍ୟାସରେ ସବୁଠୁ ବଡ ଯୁଦ୍ଧଭ୍ୟାସ ବୋଲି କୁହାଯାଉଛି । ସବୁଠୁ ବଡ କଥା ହେଉଛି ଏହି ଯୁଦ୍ଧଭ୍ୟାସରେ କେବଳ ଭାରତୀୟ ନୌସେନା ନୁହେଁ ବଂର ସ୍ଥଳ ଓ ବାୟୁସେନା, ତଟରକ୍ଷୀ ବଳ ମଧ୍ୟ ସାମିଲ ହୋଇଛି । କିଭଳି ଏମାନଙ୍କ ସହ ଠିକ ତାଳମଳେ ବସିବ ସେନେଇ ସମୁଦ୍ରଭିତରେ କଳାକୌଶଳ ଦେଖାଇଛି ଭାରତୀୟ ନୌସେନା । ପ୍ରାୟ ୭୦ଟି ସବମେରାଇନ, ଅତ୍ୟାଧୁନିକ ଜାହଜ ସାମିଲ ହୋଇଥିଲେ । ଏହି ଯୁଦ୍ଧାଭ୍ୟାସ ପ୍ରମୁଖ ଉଦ୍ଦେଶ୍ୟ ହେଉଛି ଯୁଦ୍ଧ ପାଇଁ ପ୍ରସ୍ତୁତି ପରୀକ୍ଷଣ । ଜଟିଳ ସମୁଦ୍ର ପରୀକ୍ଷଣ । ସୁରକ୍ଷା ଏଜେନ୍ସିଙ୍କ ସହ ତାଳମେଳ ରଖି ସମୁଦ୍ର ରକ୍ଷାକୁ ଗୁୁରୁତ୍ୱ ଦିଆଯାଏ । ସମୁଦ୍ର ସୀମାରେ ଦେଶର ସୁରକ୍ଷା ଦିଆଯିବା, ହିନ୍ଦ ମହାସାଗରେ ସ୍ଥିରତା ଓ ଶାନ୍ତିି ବଜାୟ ରଖିବା । ସାମୁଦ୍ରିକି ଯୁଦ୍ଧ ଓ ସୀମା ସୁରକ୍ଷା ପାଇଁ ୩ୟ ପର୍ଯ୍ୟାୟରେ ଯୁଦ୍ଧଭ୍ୟାସ କରାଯାଇଛି । ସିଜି-ଭିଜିଲ ଏକ୍ସରସାଇଜରେ ସମୁଦ୍ର ସୁରକ୍ଷା ପାଇଁ, ଆମ୍ପେକ୍ସ ଏକ୍ସସାଇଜରେ ସ୍ଥଳ,ଜଳ ଓ ବୟେୁସେନା ଭିତରେ ତାଳମେଳ ରଖିବା ଓ ଟ୍ରୋପେକ୍ସରେ ସମୁଦ୍ରଯୁଦ୍ଧରେ ପ୍ରତିରକ୍ଷା ସାମଗ୍ରୀ ପରୀକ୍ଷଣ ।