ମଝି ସମୁଦ୍ରରେ ମାଲାବାହୀ ଜାହାଜକୁ ଅପହରଣ । ଜାହାଜରେ ୧୫ଜଣ କ୍ରିୟୁ ସଦସ୍ୟ ଥିବା ସୂଚନା

311

କନକ ବ୍ୟୁରୋ : ମଝି ସମୁଦ୍ରରେ ମାଲବାହୀ ଜାହାଜ ଅପହରଣ । ସୋମାଲିଆ ଉପକୂଳ ଦେଇ ଏକ ମ।।ଲବାହୀ ଜାହାଜ ଯାଉଥିବା ସମୟରେ ଏହାକୁ ଅପହରଣ କରାଯାଇଥିବା ଜଣାପଡିଛି । ଗୁୁରୁବାର ମଝି ରାତିରେ ଜାହାଜକୁ ଅପହରଣ କରିଛନ୍ତି ଅଜ୍ଞାତ । ମିଳିଥିବା ସୂଚନା ଅନୁସାରେ ଅସ୍ତ୍ରଶସ୍ତ୍ର ଧରି ୫ରୁ ୬ଜଣ ଅଜ୍ଞାତ ଜାହାଜରେ ପ୍ରବେଶ କରି କ୍ରିୟୁ ସଦସ୍ୟଙ୍କୁ ବନ୍ଧକ କରିବା ସହ ଜାହାଜର ଗତିପଥକୁ ବଦଳାଇ ଦେଇଛନ୍ତି ।

ସେପଟେ କ୍ରିୟୁ ସଦସ୍ୟଙ୍କ ଭିତରେ ୧୫ଜଣ ଭାରତୀୟ ରହିଥିବା ଜଣାପଡିଛି । ଖବର ମିଳିବା ପରେ ଆକ୍ସନମୋଡକୁ ଆସିଛି ଭାରତୀୟ ନୌସେନା । ଜାହାଜକୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ଅପହରଣ ସ୍ଥାନ ମୁହାଁ ହୋଇଛି ଯୁଦ୍ଧ ଜାହାଜ ଆଇଏନଏସ ଚେନ୍ନାଇ । ଅପହରଣ ହୋଇଥିବା ଜାହାଜାର ନାଁ ଏମଭି ଲୀଲା ନୋରଫୋକ ଓ ଏଥିରେ ୧୫ଜଣ ଭାରତୀୟ ଅଛନ୍ତି । । ସେମାନଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ତୁରନ୍ତ ଯୁଦ୍ଧ ଜାହାଜ ପଠାଇଛି ଭାରତୀୟ ସେନା । ଏଥିସହ ସେହି ଅଂଚଳରେ ଥିବା ମେରିଟାଇମ ସିକ୍ୟୁରିଟି ଟାସ୍କ ଫୋର୍ସର ବିଭିନ୍ନ ଏଜେନ୍ସିମାନଙ୍କ ସହିତ ଯୋଗାଯୋଗରେ ରହିଛି ଭାରତୀୟ ସେନା ।

ବିପଦପୂର୍ଣ୍ଣ ବା ଅପହରଣ ସମ୍ଭାବନା ଥିବା ଅଂଚଳ ଦେଇ ଯାଉଥିବା ଜାହାଜଗୁଡିକର ସୁରକ୍ଷା କରିବା ପାଇଁ ବିଦେଶୀ ରାଷ୍ଟ୍ରମାନଙ୍କୁ ପ୍ରତିଶ୍ରୁତି ଦେଇଛି ଭାରତ । ଏହା ଭିତରେ ଲିବେରିଆ ପଂଜୀକୃତ ଏହି ଜାହାଜକୁ ବଂଚାଇବାକୁ ଆଗେଇ ଆସିଛି ଦେଶ । ସେପଟେ ମଝି ସମୁଦ୍ରରେ ଜାହାଜ ଅପହରଣ ଘଟଣା ଦିନକୁୁ ଦିନ ବଢ଼ିବାରେ ଲାଗିଛି । ଲୋହିତ ସାଗରରେ ଲଗାତାର ମାଲବାହୀ ଯାତ୍ରୀବାହି ଜାହାଜକୁ ଟାର୍ଗେଟ କରୁଛି ହୁତୀ ବିଦ୍ରୋହୀ ସଂଗଠନ । ବର୍ତମାନ ଆରବ ସାଗର ହୋଇଥିବା ଜାହାଜ ଅପହରଣରେ ଭାରତ କିଭଳି ଭାରତୀୟଙ୍କ ସମେତ ସମସ୍ତଙ୍କ ସୁରକ୍ଷିତ ଉଦ୍ଧାର କରୁଛି ଏହା ଉପରେ ସମସ୍ତଙ୍କ ନଜର ରହିଛି ।