କନକ ବ୍ୟୁରୋ: ଆରବ ସାଗରରେ ଜଳଦସ୍ୟୁଙ୍କ କବଳରୁ ଅପହୃତ ଜାହାଜକୁ ଉଦ୍ଧାର କରିଛି ଭାରତୀୟ ନୌସେନା । ଜଳଦସ୍ୟୁଙ୍କ କବଳରେ ଥିବା ୨୩ ଜଣ ପାକିସ୍ତାନୀ ନାଗରିକଙ୍କୁ ମଧ୍ୟ ସୁରକ୍ଷିତ ଉଦ୍ଧାର କରାଯାଇଛି । ଦୀର୍ଘ ୧୨ ଘଣ୍ଟାର ଅପରେସନ ପରେ ନୌସେନାକୁ ଏହି ସଫଳତା ମିଳିଛି ।

Advertisment

ନୌସେନାର ପରାକ୍ରମ ଆଗରେ ମୁଣ୍ଡ ନୁଆଁଇ ଆତ୍ମସମର୍ପଣ କରିଛନ୍ତି ସୋମାଲିଆର ସମୁଦ୍ର ଲୁଟେରା । ଗତକାଲି ଇରାନର ଏକ ମାଛ ଧରା ଜାହାଜ ଅଲ କମ୍ବର ୭୮୬କୁ ଆରବ ସାଗରରେ ଜଳଦସ୍ୟୁ ଅପରହଣ କରିନେଇଥିଲେ । ସୋମାଲିଆର ସଶସ୍ତ୍ର ଡକାୟତ ଦଳ ମାଛ ଧରା ଜାହାଜକୁ ନିଜ କବଜାକୁ ନେଇ ୨୩ ପାକିସ୍ତାନୀ ନାଗରିକଙ୍କୁ ପଣବନ୍ଦୀ ରଖିଥିଲେ । ଏହି ଖବର ପାଇବା ପରେ ନୌସେନାର ସ୍ୱତନ୍ତ୍ର ଟିମ ଆଇଏନଏସ ସୁମେଧା ଜରିଆରେ ଅପରେସନ ଆରମ୍ଭ କରିଥିଲେ । ସମୁଦ୍ର ଭିତରେ ଅଲ କମ୍ବର ୭୮୬କୁ ଅଟକାଇଥିଲା ଆଇଏନଏସ ସୁମେଧା । ପରେ ସେହି ଅଭିଯାନରେ ସାମିଲ ହୋଇଥିଲା ଆଇଏନଏସ ତ୍ରିଶୁଲ । ମାଛଧରା ଜାହାଜକୁ ଭାରତୀୟ ନୌସେନା ଘେରିଯିବା ପରେ, ଖସିଯିବାର ବାଟ ନପାଇ ନୌସେନା ଆଗରେ ଆତ୍ମସମର୍ପଣ କରିଛନ୍ତି ଜଳଦସ୍ୟୁ ।

ଏହାସହ ପୁଣିଥରେ ସମୁଦ୍ରରେ ପରାକ୍ରମ ଦେଖାଇଛି ଭାରତୀୟ ନୌସେନା । ଗତ କିଛି ମାସ ହେଲା ସମୁଦ୍ରରେ ସୋମାଲି ଜଳଦସ୍ୟୁଙ୍କ ଆତଙ୍କ ବଢ଼ିବାରେ ଲାଗିଛି । କିନ୍ତୁ ଭାରତୀୟ ନୌସେନାର ପରାକ୍ରମ ଆଗରେ ଆତ୍ମସମର୍ପଣ କରିଛନ୍ତି ଜଳଦସ୍ୟୁ । ଭାରତୀୟ ନୌସେନାର ପରାକ୍ରମ