ଭାରତୀୟ ନୌସେନାରେ ନିଯୁକ୍ତି ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି : ୧୦ମ ପାସ୍ ପ୍ରାର୍ଥୀଙ୍କ ପାଇଁ ରହିଛି ସ୍ୱତନ୍ତ୍ର ସୁବିଧା, ଜାଣନ୍ତୁ ଆବେଦନ କରିବାର ପୂରା ପ୍ରକ୍ରିୟା

Advertisment
ଭାରତୀୟ ନୌସେନାରେ ନିଯୁକ୍ତି ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି : ୧୦ମ ପାସ୍ ପ୍ରାର୍ଥୀଙ୍କ ପାଇଁ ରହିଛି ସ୍ୱତନ୍ତ୍ର ସୁବିଧା, ଜାଣନ୍ତୁ ଆବେଦନ କରିବାର ପୂରା ପ୍ରକ୍ରିୟା

ଯଦି ଆପଣଙ୍କ ମନରେ ବି ଦେଶ ପାଇଁ କିଛି କରିବାକୁ ଇଚ୍ଛା ରହିଛି ଏବଂ ଏଥିପାଇଁ ଆପଣ ସେନାରେ ସାମିଲ ହେବାକୁ ଚାହୁଁଛନ୍ତି ତେବେ  ଆପଣଙ୍କର ଏହି ଇଚ୍ଛାକୁ ଆପଣ ଖୁବ୍ ଶୀଘ୍ର ହିଁ ପୂରଣ କରିପାରିବେ ।  କାରଣ ଭାରତୀୟ ନୌସେନା ପକ୍ଷରୁ ୫୫୪ଟି ଟ୍ରେଡସମ୍ୟାନ ମେଟ୍ ପଦବୀରେ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ପଦବୀ ପାଇଁ ୧୦ମ ପାସ ଆଶାୟୀପ୍ରାର୍ଥୀ ବି ଆବେଦନ କରିପାରିବେ ।  ତେବେ ଯୋଗ୍ୟ ଆଶାୟୀପ୍ରାର୍ଥୀ  ୧୫ ମାର୍ତ୍ତ ୨୦୧୯ ସୁଦ୍ଧା ଆବେଦନ କରିପାରିବେ । ଏଥିପାଇଁ ନୌସେନାର ଆଧିକାରୀକ ୱେବସାଇଟକୁ ଯାଇ ଆପଣ ଆବେଦନ କରିପାରିବେ ।

ପଦବୀ ସଂପର୍କିତ ବିବରଣୀ

ପଦବୀ ନାମ-ଟ୍ରେଡସମ୍ୟାନ ମେଟ୍

ପଦବୀ ସଂଖ୍ୟା- ୫୫୪

ଶିକ୍ଷାଗତ ଯୋଗ୍ୟତା- କୌଣସି ବି ମାନ୍ୟତା ପ୍ରାପ୍ତ ବୋର୍ଡ କିମ୍ବା ସଂସ୍ଥା କିମ୍ବା ଅନୁଷ୍ଠାନରୁ ଦଶମ ପାସ ଏବଂ ଆଇଟିଆଇ ସାର୍ଟିଫିକେଟ ଥିବା ଆବଶ୍ୟକ ।

ବୟସ ସୀମା- ଆଶାୟୀ ପ୍ରାର୍ଥୀଙ୍କର ବୟସ ସୀମା ୧୮ରୁ ୨୫ ବର୍ଷ ବୟସ ମଧ୍ୟରେ ହୋଇଥିବା ଆବଶ୍ୟକ ।

ଚୟନ ପ୍ରକ୍ରିୟା- ଆଶାୟୀ ପ୍ରାର୍ଥୀଙ୍କର ଚୟନ ଲିଖିତ ପରୀକ୍ଷା ଆଧାରରେ କରାଯିବ ।

ଆବେଦନ କରିବାର ଶେଷ ତାରିଖ- ୧୫ ମାର୍ଚ୍ଚ ୨୦୧୯

କିଭଳି କରିବେ ଆବେଦନ- ଯୋଗ୍ୟ ଆଶାୟୀ ପ୍ରାର୍ଥୀ ଭାରତୀୟ ନୌସେନାର ଅଫିସିଆଲ ୱେବସାଇଟ www.joinindiannavy.gov.in କୁ ଯାଇ ୧୫ ମାର୍ଚ୍ଚ ୨୦୧୯ ସୁଦ୍ଧା କିମ୍ବା ଏହା ପୂର୍ବରୁ ଆବେଦନ କରିପାରିବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe