ଯଦି ଆପଣଙ୍କ ମନରେ ବି ଦେଶ ପାଇଁ କିଛି କରିବାକୁ ଇଚ୍ଛା ରହିଛି ଏବଂ ଏଥିପାଇଁ ଆପଣ ସେନାରେ ସାମିଲ ହେବାକୁ ଚାହୁଁଛନ୍ତି ତେବେ  ଆପଣଙ୍କର ଏହି ଇଚ୍ଛାକୁ ଆପଣ ଖୁବ୍ ଶୀଘ୍ର ହିଁ ପୂରଣ କରିପାରିବେ ।  କାରଣ ଭାରତୀୟ ନୌସେନା ପକ୍ଷରୁ ୫୫୪ଟି ଟ୍ରେଡସମ୍ୟାନ ମେଟ୍ ପଦବୀରେ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ପଦବୀ ପାଇଁ ୧୦ମ ପାସ ଆଶାୟୀପ୍ରାର୍ଥୀ ବି ଆବେଦନ କରିପାରିବେ ।  ତେବେ ଯୋଗ୍ୟ ଆଶାୟୀପ୍ରାର୍ଥୀ  ୧୫ ମାର୍ତ୍ତ ୨୦୧୯ ସୁଦ୍ଧା ଆବେଦନ କରିପାରିବେ । ଏଥିପାଇଁ ନୌସେନାର ଆଧିକାରୀକ ୱେବସାଇଟକୁ ଯାଇ ଆପଣ ଆବେଦନ କରିପାରିବେ ।

Advertisment

ପଦବୀ ସଂପର୍କିତ ବିବରଣୀ

ପଦବୀ ନାମ-ଟ୍ରେଡସମ୍ୟାନ ମେଟ୍

ପଦବୀ ସଂଖ୍ୟା- ୫୫୪

ଶିକ୍ଷାଗତ ଯୋଗ୍ୟତା- କୌଣସି ବି ମାନ୍ୟତା ପ୍ରାପ୍ତ ବୋର୍ଡ କିମ୍ବା ସଂସ୍ଥା କିମ୍ବା ଅନୁଷ୍ଠାନରୁ ଦଶମ ପାସ ଏବଂ ଆଇଟିଆଇ ସାର୍ଟିଫିକେଟ ଥିବା ଆବଶ୍ୟକ ।

ବୟସ ସୀମା- ଆଶାୟୀ ପ୍ରାର୍ଥୀଙ୍କର ବୟସ ସୀମା ୧୮ରୁ ୨୫ ବର୍ଷ ବୟସ ମଧ୍ୟରେ ହୋଇଥିବା ଆବଶ୍ୟକ ।

ଚୟନ ପ୍ରକ୍ରିୟା- ଆଶାୟୀ ପ୍ରାର୍ଥୀଙ୍କର ଚୟନ ଲିଖିତ ପରୀକ୍ଷା ଆଧାରରେ କରାଯିବ ।

ଆବେଦନ କରିବାର ଶେଷ ତାରିଖ- ୧୫ ମାର୍ଚ୍ଚ ୨୦୧୯

କିଭଳି କରିବେ ଆବେଦନ- ଯୋଗ୍ୟ ଆଶାୟୀ ପ୍ରାର୍ଥୀ ଭାରତୀୟ ନୌସେନାର ଅଫିସିଆଲ ୱେବସାଇଟ www.joinindiannavy.gov.in କୁ ଯାଇ ୧୫ ମାର୍ଚ୍ଚ ୨୦୧୯ ସୁଦ୍ଧା କିମ୍ବା ଏହା ପୂର୍ବରୁ ଆବେଦନ କରିପାରିବେ ।