ଭାରତୀୟ ନୌସେନାର ମିଗ-୨୯ବିମାନ ଦୁର୍ଘଟଣାଗ୍ରସ୍ତ : ସମୁଦ୍ରରେ ଖସିପଡିଲା ଲଢୁଆ ବିମାନ 

381

କନକ ବ୍ୟୁରୋ : ଭାରତୀୟ ନୌସେନାର ଏକ ମିଗ ୨୯ ବିମାନ ଦିର୍ଘଟଣାଗ୍ରସ୍ତ ହୋଇଛି । ନୌସେନାର ସୂଚନା ଅନୁସାରେ ଗୁରୁବାର ଅପରାହ୍ନ ପ୍ରାୟ ୫ଟାରେ ମିଗ-୨୯ ଲଢୁଆ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇ ସମୁଦ୍ର ମଧ୍ୟକୁ ଖସିପଡିଥିଲା । ବିମାନରେ ଥିବା ୨ଜଣ ପାଇଲଟଙ୍କ ମଧ୍ୟରୁ ଜଣଙ୍କୁ ଖୋଜି ବାହାର କରାଯାଇଥିବାବେଳେ ଅନ୍ୟ ଜଣଙ୍କ ପତା ମିଳିନାହିଁ । ଏକ ଟ୍ରେନର ଏୟାରକ୍ରାଫ୍ଟ ଭାବେ ବ୍ୟବହାର କରାଯାଉଥିବା ଏହି ଲଢୁଆ ବିମାନଟି ଆରବ ସାଗରରେ ଆଇଏନଏସ ବିକ୍ରମାଦିତ୍ୟରୁ ଉଡାଣ ଭରିଥିଲା ।

ନୌସେନା ଏହି ଦୁର୍ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିବାବେଳେ ନିଖୋଜ ପାଇଲଟଙ୍କୁ ସନ୍ଧାନ କରିବା ପାଇଁ ଜୋରଦାର ସର୍ଚ୍ଚ ଅପରେସନ୍ ଚାଲିଛି । ଆରବ ସାଗରରେ ଚାଲିଥିବା ମାଲାବାର ସମରାଭ୍ୟାସରେ ମିଗ-୨୯ ସାମିଲ ହୋଇ ତାର ଯୁଦ୍ଧ କୌଶଳ ପ୍ରଦର୍ଶନ କରିଥିଲା । ଗତବର୍ଷ ଗୋଆରେ ଏକ ମିଗ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ କୌଣସି ପାଇଲଟଙ୍କ କ୍ଷୟକ୍ଷତି ହୋଇନଥିଲା ।