ମହାସମୁଦ୍ରର ଗଭୀର ଜଳରାଶି ତଳେ ଅକାମୀ, ଅଚଳ ବା ମାଡ ହୋଇ ବୁଡ଼ି ଯାଇଥିବା ବୁଡ଼ାଜାହଜ ବା ସବ୍ମେରିନକୁ ଠାବ କରି ଉଦ୍ଧାର କରିବା ପାଇଁ ଏକ ଅତ୍ୟାଧୁନିକ ଜଳଯାନକୁ ଗତକାଲି ଭାରତୀୟ ନୌସେନାରେ ସାମିଲ କରାଯାଇଛି। ଏହାକୁ କୁହାଯାଉଛି ଡିପ ସବମର୍ଜେନ୍ସ ରେସକୁ ଭେସେଲ ( ଡିଏସଆରଭି) ।

Advertisment

publive-image

ଏହି ଯାନକୁ ବିମାନରେ ପରିବହନ କରି ନିଆଯାଇ ପାରିବ ଏବଂ ଆବଶ୍ୟକ ସ୍ଥାନରେ କାର‌୍ୟ୍ୟରେ ମୁତୟନ କରାଯାଇ ପାରିବ। ଏହି ଯାନ କେବଳ କେବଳ ସମୁଦ୍ରର ଅତଳ ଜଳରାଶି ତଳେ ଅକାମୀ, ଅଚଳ ବା କ୍ଷତିଗ୍ରସ୍ତ ହୋଇ ବୁଡ଼ି ଯାଇଥିବା ବୁଡ଼ାଜାହଜ (ସବ୍ମେରିନ୍)କୁ ଠାବ କରିବା ସହ ଏହାକୁ ସମୁଦ୍ର ଗର୍ଭରୁ ଉଦ୍ଧାର କରିବାରେ ସମର୍ଥ ହେବ ନାହିଁ ବରଂ ସମୁଦ୍ରର ଅତଳ ଜଳରାଶି ତଳେ ମଧ୍ୟ ଦକ୍ଷତାର ସହ କେବୁଲ ବିଛାଇ ପାରିବ। ଏଥିରେ ଲାଗିଥିବା ସାଇଡ ସ୍କାନ ସୋନାର ବୁଡି ରହିଥିବା ବୁଡାଜାହଜ ଆଦିକୁ ସହଜରେ ଠାବ କରିପାରିବ । ଏହା ସମୁଦ୍ର ଭିତରେ ପ୍ରାୟ ୬୫୦ ମିଟର ଗଭୀରତାରେ ଫସିରହିଥିବା ବୁଡାଜାହଜରେ ଥିବା ଲୋକଙ୍କୁ ଉଦ୍ଧାର କରିପାରିବ । ବର୍ତ୍ତମାନ ପାଇଁ ଏହି ନୂତନ ଯାନକୁ ମୁମ୍ବାଇ ନାଭାଲ ବେସ୍ରେ ମୁତୟନ କରାଯିବ। ପରବର୍ତ୍ତୀ ସମୟରେ ଏହିପରି ଆଉ ଏକ ଯାନ ବିଶାଖାପାଟଣା ନାଭାଲ ବେସ୍ ରେ ମୁତୟନ କରାଯିବା ପାଇଁ ଯୋଜନା ରହିଛି।

ସମୁଦ୍ର ମଧ୍ୟରେ କ୍ଷତିଗ୍ରସ୍ତ ବୁଡ଼ାଜାହଜକୁ ଠାବ କରିବା ସହ ଉଦ୍ଧାର କରିବା ପାଇଁ ଏହି ନୂତନ ଯାନକୁ ଭାରତୀୟ ନୌସେନାରେ ସାମିଲ କରାଯିବା ପରେ, ଏହି କ୍ଷମତାର ଅଧିକାରୀ ଥିବା ବିଶ୍ୱର ହାତଗଣତି କେତୋଟି ରାଷ୍ଟ୍ର ସହ ଭାରତ ସମକକ୍ଷ ହୋଇ ଯାଇଛି। ଭାରତ ପୂର୍ବରୁ କେବଳ ଯୁକ୍ତରାଷ୍ଟ୍ର ଆମେରିକା, ଚୀନ୍ ଓ ଋଷିଆ ଏହି କ୍ଷମତାର ଅଧିକାରୀ ରହିବା ସହ ଏହି ଯାନକୁ ହାସଲ କରିବାରେ ସମର୍ଥ ହୋଇପାରି ଥିଲେ।