ଶେଷଯାତ୍ରାରେ ନୌସେନାର ଗ୍ରାଣ୍ଡ ଓଲ୍ଡ ଲେଡି: ୩୦ ବର୍ଷ ପରେ ବିଦାୟ ନେଲା ଆଇଏନଏସ ବିରାଟ; ଗୁଜରାଟର ଡକୟାର୍ଡରେ ନଷ୍ଟ ହେବ ଜାହାଜ

ଅପରେସନ ଜୁପିଟର ଓ ପରାକ୍ରମରେ ହୋଇଥିଲା ସାମିଲ

529

କନକ ବ୍ୟୁରୋ: ବିଦାୟ ନେଲା ବିରାଟ । ଭାରତୀୟ ନୌସେନାରେ ଦୀର୍ଘ ୩୦ ବର୍ଷ ଲଗାତର ସେବା ଯୋଗାଇବା ପରେ ଶେଷଯାତ୍ରାରେ ବାହାରିଛି ସମୁଦ୍ରର ଏହି ବୀର । ଯୁଦ୍ଧ ଜାହାଜ ଆଇଏନ୍ଏସ୍ ବିରାଟ , ଦେଶ ସେବାରୁ ମୁକ୍ତ ହେବା ପରେ ଏବେ ଭଂଗା ହେବା ପାଇଁ ପ୍ରସ୍ତୁତ । ମୁମ୍ବାଇରୁ ବାହାରିଛି ଗୁଜୁରାଟର ଅଲଂଗ ଡକ୍ୟାର୍ଡ । ଯେଉଁଠି ନଷ୍ଟ କରାଯିବ ଜାହାଜକୁ । ଭାରତୀୟ ନୌସେନାର ଶକ୍ତି ଓ ସାହସ । ସମୁଦ୍ର ବୀର ଆଇଏନଏସ୍ ବିରାଟ । ୩୦ ବର୍ଷ ଧରି ବୀର ଦର୍ପରେ ଭାରତୀୟ ସମୁଦ୍ର ତଟ ଉପରେ ଚିଲ ଭଳି ତୀକ୍ଷଣ ନଜର ରଖିଥିଲା । ଏବେ ଅବସର ସମୟ । ଶେଷ ଯାତ୍ରାରେ ବାହାରିଛି ଭାରତୀୟ ନୌସେନାର ଆଦମ୍ୟ ଶକ୍ତି ଓ ଅସୀମ ସାହାସର ପ୍ରତୀକ ।

ନୌସେନାର ଗ୍ରାଣ୍ଡ ଓଲ୍ଡ ଲେଡି । ଯୁଦ୍ଧ ଜାହାଜ ଆଇଏନ୍ଏସ୍ ବିରାଟ । ଦେଶ ସେବାରୁ ମୁକ୍ତ ହେବା ପରେ ଏବେ ଭଂଗା ହେବା ପାଇଁ ପ୍ରସ୍ତୁତ । ମୁମ୍ବାଇରୁ ଗୁଜୁରାଟର ଅଲଂଗ ଡକ୍ୟାର୍ଡ । ୩୮ କୋଟି ୫୪ ଲକ୍ଷ ଟଙ୍କାରେ ନୌସେନାର ଏହି ଐତିହାସିକ ଲଢୁଆ ଜାହାଜକୁ କିଣିଛି ଶ୍ରୀରାମ ଗ୍ରୁପ ।

ଆଇଏନଏସ୍ ବିରାଟ

.. ଭାରତର ଲଢୁଆ ଯୁଦ୍ଧ ବିମାନ ବାହକ ଜାହାଜ

.. ଲମ୍ବା-୨୨୬ ମିଟର, ଓସାର- ୪୯ ମିଟର, ଓଜନ- ୨୭ ହଜାର ୮୦୦ଟନ୍

.. ୧୯୮୭ରେ ଭାରତୀୟ ନୌସେନାରେ ସାମିଲ

.. ୨୦ ବର୍ଷ ଧରି ଏକାକୀ ସୀମାରେ ଜାଗ୍ରତ ପ୍ରହରୀ

.. ସମୁଦ୍ରରେ ବିତାଇଛି ୨ ହଜାର ୨୫୨ ଦିନ

.. ୫ ଲକ୍ଷ ୮୮ ହଜାର ନୌଟିକାଲ ମାଇଲ୍ ଦୂରତା ଅତିକ୍ରମ

.. ୭ ବର୍ଷ ଧରି ସମୁଦ୍ରରେ ରହିବା ସହ ୨୭ ଥର ବିଶ୍ୱ ପରିକ୍ରମା

.. ବ୍ରିଟେନ୍ ଓ ଭାରତୀୟ ନୌସେନାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା

.. ମାର୍ଚ୍ଚ ୨୦୧୭ରେ ସେବା ମୁକ୍ତ

ଥରେ କି ଦୁଇଥର ନୁହେଁ, ୩୦ ବର୍ଷ ଭିତରେ ବାରମ୍ବାର ଦେଶସେବାରେ ନିୟୋଜିତ ହୋଇ ସାହାସର ପରିଚୟ ଦେଇଛି ଆଇଏନଏସ ବିରାଟ ।

ବିରାଟର ପରାକ୍ରମ

.. ୧୯୮୯ରେ ଶ୍ରୀଲଙ୍କାରେ ଶାନ୍ତି ସ୍ଥାପନା ପାଇଁ ‘ଅପରେସନ ଜୁପିଟର’ ରେ ସାମିଲ

.. ୨୦୦୧ରେ ସଂସଦ ଆକ୍ରମଣ ପରେ ‘ଅପରେସନ ପରାକ୍ରମ’ରେ ଗୁରୁତ୍ୱପୂର୍ଣ୍ଣ ଭୂମିକା

.. ‘ଫଙ୍କଲାଣ୍ଡ ଯୁଦ୍ଧ’ରେ ବ୍ରିଟିଶ ନେଭି ପକ୍ଷରୁ ସାମିଲ

ଭାରତୀୟ ନୌସେନାରେ ସାମିଲ ହେବା ପୂର୍ବରୁ ବ୍ରିଟେନ୍ର ରୟାଲ ନେଭିରେ ଏହା ୨୫ ବର୍ଷ ସେବା ଯୋଗାଇଛି । ଏହି ଜାହାଜରେ ହିଁ ପ୍ରିନ୍ସ ଚାର୍ଲସ ନୌସେନା ଅଧିକାରୀ ଭାବେ ପ୍ରଶିକ୍ଷଣ ନେଇଥିଲେ । ହେଲେ ଭାରତ ପାଇଁ ବିରାଟର ସେବା ସବୁବେଳେ ମନେ ରହିବ ।