କତାରରେ ଫସି ରହିଥିବା ୮ ଜଣ ଭାରତୀୟ କେବେ ନିଜ ଦେଶକୁ ଫେରିବେ ବୋଲି ପ୍ରଶ୍ନର ଉତ୍ତର ଆଜି କୋର୍ଟ ଶୁଣାଣିରେ ମିଳିପାରିବ। କତାରରେ ବନ୍ଦୀ ଥିବା ଭାରତୀୟମାନଙ୍କୁ ଗୁପ୍ତଚର ଅଭିଯୋଗରେ ମୃତ୍ୟୁଦଣ୍ଡ ଦିଆଯାଇଛି। ତାଙ୍କ ବିରୋଧରେ ଦାଖଲ ହୋଇଥିବା ଆବେଦନର ଶୁଣାଣି ଆଜି ହେବ।
କତାରରେ ବନ୍ଦୀ ଥିବା ୮ ଜଣ ପୂର୍ବତନ ଭାରତୀୟ ନୌସେନା ଅଧିକାରୀଙ୍କୁ ଆଜି ଶୁଣାଣି ପରେ ଭାରତକୁ ଫେରି ଆସି ପାରିବେ କି ? ଏହି ପ୍ରଶ୍ନର ଉତ୍ତର ଆଜି ସମସ୍ତ ଭାରତୀୟଙ୍କ ମୁଣ୍ଡରେ ଉଙ୍କି ମରୁଛି । ପୂର୍ବତନ ନୌସେନା ଅଧିକାରୀମାନଙ୍କ ପରିବାରବର୍ଗ ଆଶା କରୁଛନ୍ତି ଯେ ସେମାନେ ନିଶ୍ଚିତ ଭାବରେ ମୁକ୍ତ ହେବେ। କାତାରରେ ବନ୍ଦୀ ହୋଇଥିବା ୮ ଜଣ ଭାରତୀୟଙ୍କ ସମ୍ପର୍କୀୟଙ୍କ ମଧ୍ୟରୁ ଅଧିକାଂଶ କତାରର ରାଜଧାନୀ ଦୋହାରେ ଅଛନ୍ତି । କତାରରେ ଫସି ରହିଥିବା ଏହି ଭାରତୀୟଙ୍କ ପତ୍ନୀମାନେ ମଧ୍ୟ ଦୋହାଠାରେ ଭାରତୀୟ ରାଷ୍ଟ୍ରଦୂତ ଭିପୁଲଙ୍କୁ ଭେଟିଛନ୍ତି । ଶୁଣାଣି ପୂର୍ବରୁ ସେ ପ୍ରତିରକ୍ଷା ଓକିଲଙ୍କୁ ମଧ୍ୟ ଭେଟିଥିଲେ। କେବଳ ପୂର୍ବତନ ଅଧିକାରୀମାନଙ୍କ ପରିବାର ନୁହେଁ, ସମଗ୍ର ଭାରତ ଆଜି ଶୁଣାଣିରେ କ’ଣ ହେବ ଦେଖିବା ପାଇଁ ଅପେକ୍ଷା କରିଛି ।
କେବେଠାରୁ ବନ୍ଦୀ ଅଛନ୍ତି ଏହି ଭାରତୀୟମାନେ ?
ଏହି ୮ ଜଣ ପୂର୍ବତନ ଭାରତୀୟ ନୟସେନ ଅଧିକାରୀ ଅଗଷ୍ଟ ୩୦, ୨୦୨୨ ରୁ କତାର ଜେଲରେ ବନ୍ଦୀ ଅଛନ୍ତି । ସେମାନଙ୍କ ନାମ ହେଉଛି କ୍ୟାପଟେନ ନବତେଜ ସିଂ ଗିଲ, କ୍ୟାପଟେନ ସୌରଭ ବୈଷ୍ଣବ, କମାଣ୍ଡର ପୁରନେନ୍ଦୁ ତିୱାରୀ, କ୍ୟାପଟେନ ବିରେନ୍ଦ୍ର କୁମାର ବର୍ମା, କମାଣ୍ଡର ସୁଗୁନାକର ପାକାଲା, କମାଣ୍ଡର ସଞ୍ଜୀବ ଗୁପ୍ତା, କମାଣ୍ଡର ଅମିତ ନାଗପାଲ ଏବଂ ନାବିକ ରାଜେଶ ।
କତାର ନ୍ୟାସନାଲ ଡେ ରେ କାହିଁକି କ୍ଷମା ମିଳିଲା ନାହିଁ ।
ଡିସେମ୍ବର ୧୮ ରେ କାତାର ଜାତୀୟ ଦିବସରେ କତାର ଅନେକ କଏଦୀଙ୍କ ଦଣ୍ଡକୁ କ୍ଷମା କରି ଦେଇଥିଲା । ତେବେ ଏହି ୮ ଜଣ ଭାରତୀୟଙ୍କୁ ଉକ୍ତ ଦିନ କ୍ଷମା ମିଳିନାହିଁ । ମିଡ଼ିଆରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଏହି୮ ଣ ଭାରତୀୟଙ୍କୁ କତାର ଜାତୀୟ ଦିବସରେ କ୍ଷମା କରାଯାଇ ନାହିଁ କାରଣ ସେମାନଙ୍କର ଶୁଣାଣି ୨୮ ଡିସେମ୍ବରରେ ହେବାର ଥିଲା । ଭାରତ କ୍ରମାଗତ ଭାବରେ କତାରକୁ କହି ଆସୁଛି ଯେ ଏହି ଭାରତୀୟମାନେ କୌଣସି ଭୁଲ କରିନାହାଁନ୍ତି।
ମୃତ୍ଯୁଦଣ୍ଡ ବିରୋଧରେ ଅପିଲ
ଏହାପୂର୍ବରୁ ଡିସେମ୍ବର ୨୨ ରେ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି କହିଥିଲେ ଯେ କତାରର ଏକ କୋର୍ଟ ଏହି ଭାରତୀୟମାନଙ୍କ ମାମଲାର ତିନିଥର ଶୁଣାଣି କରି ସାରିଛନ୍ତି। ତାଙ୍କୁ ଦିଆଯାଇଥିବା ମୃତ୍ୟୁଦଣ୍ଡ ବିରୋଧରେ ଭାରତ କତାର କୋର୍ଟରେ ଆବେଦନ କରିଛି। କତାରରେ ଫସି ରହିଥିବା ଭାରତୀୟମାନଙ୍କୁ ସୁରକ୍ଷିତ ଭାବେ ଭାରତକୁ ଫେରାଇ ଆଣିବା ପାଇଁ ଯଥାସମ୍ଭବ ଉଦ୍ୟମ କରାଯାଉଛି । ଏହି ଆଠ ଜଣ ପୂର୍ବତନ ଭାରତୀୟ ନୟସେନ ଅଧିକାରୀ ଗୁପ୍ତଚର ମାମଲାରେ ଗତବର୍ଷ ଅଗଷ୍ଟ ୨୨ ତାରିଖରୁ ଜେଲରେ ଅଛନ୍ତି ।