ଟିଭି-ଡିବେଟରୁ ଦୂରେଇଲା କଂଗ୍ରେସ : ମାସେ ପାଇଁ କୌଣସି ଡିବେଟରେ ସାମିଲ ହେବେନି ମୁଖପାତ୍ର

214

ସମାଜବାଦୀ ପାର୍ଟି ପରେ ଏବେ କଂଗ୍ରେସ ମଧ୍ୟ କିଛି ସମୟ ପାଇଁ ନିଜ ପ୍ରବକ୍ତାଙ୍କୁ ଟିଭି ଡିବେଟରେ ନପଠାଇବାର ନିଷ୍ପତ୍ତି ନେଇଛି । କଂଗ୍ରେସର ମିଡିଆ ପ୍ରଭାରୀ ରଣଦୀପ ସୂର୍ଯ୍ୟେବାଲା ଟ୍ୱିଟ୍ କରି ଏହାର ସୂଚନା ଦେଇଛନ୍ତି । ସୂର୍ଯ୍ୟେବାଲା ଆଜି ଟ୍ୱିଟ୍ କରି କହିଛନ୍ତି, “କଂଗ୍ରେସ ମାସେ ପାଇଁ ଟେଲିଭିଜନ୍ ତର୍କରେ ପ୍ରବକ୍ତାଙ୍କୁ ନପଠାଇବାର ନିଷ୍ପତ୍ତି ନେଇଛି । ସମସ୍ତ ମିଡିଆ ଚ୍ୟାନେଲ/ସଂପାଦକଙ୍କୁ ଅନୁରୋଧ ଯେ, ସେମାନେ ନିଜ ସୋ’ରେ କଂଗ୍ରେସ ପ୍ରତିନିଧିଙ୍କୁ ରଖନ୍ତୁ ନାହିଁ ।” ସେ ପ୍ରବକ୍ତାଙ୍କୁ ଟିଭି ଡିବେଟରେ ନପଠାଇବାର କାରଣ ଜଣାଇନାହାଁନ୍ତି ।

କଂଗ୍ରେସ ଓ ସମାଜବାଦୀ ପାର୍ଟି ଏହି ସମୟରେ ପ୍ରବକ୍ତାଙ୍କୁ ଟିଭି ଡିବେଟରେ ନପଠାଇବାକୁ ନିଷ୍ପତ୍ତି ନେଇଛନ୍ତି । ଯେବେକି ଲୋକସଭା ନିର୍ବାଚନରେ ବିରୋଧୀଙ୍କୁ ଶୋଚନୀୟ ପରାଜୟର ସାମନା କରିବାକୁ ପଡିଛି । କଂଗ୍ରେସ ଓ ଅନ୍ୟ ବିରୋଧୀ ପାର୍ଟି କିଛି ମିଡିଆ ସଂସ୍ଥାଙ୍କ ଉପରେ ନିରପେକ୍ଷ ନହେବାର ଅଭିଯୋଗ କରିଆସୁଛନ୍ତି । ପୂର୍ବରୁ ମଧ୍ୟ ଏମିତି ଅନେକ ଥର ଟିଭି-ଡିବେଟରୁ ଦୂରତା ସୃଷ୍ଟି କରିଛି । ଏବେ ପରାଜୟ ପରେ କଂଗ୍ରେସ ଏହାର କାରଣ ଖୋଜୁଛି । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଇସ୍ତଫା ଦେବା ଜିଦ୍ ଧରିଛନ୍ତି ଓ ଏହାକୁ ନେଇ ଅନେକ ଆକଳନ କରାଯାଉଛି ।

Comments are closed.