ପ୍ରଖ୍ୟାତ ଭାରତୀୟ ସଙ୍ଗୀତକାର ଏ ଆର୍ ରହମାନ୍ ଏବେ ପୁଣି ମର୍ଯ୍ୟାଦାଜନକ ଓସ୍କାର ପୁରସ୍କାର ଦୌଡ଼ରେ ସାମିଲ୍ ହୋଇଛନ୍ତି । ଏଥର ତାଙ୍କୁ ଫିଲ୍ମ ‘ ପେଲେ ବାର୍ଥ ଅଫ୍ ଏ ଲିଜେଣ୍ଡ’ରେ ଉଚ୍ଚକୋଟିର ସ୍ୱର ସଂଯୋଜନା ଲାଗି ନାମାଙ୍କନ ମିଳିଛି । ଆକାଡେମି ଅଫ୍ ମୋସନ୍ ପିକଚର୍ ଆର୍ଟସ୍ ଆଣ୍ଡ୍ ସାଇନସ୍ ପକ୍ଷରୁ ଏ ସଂପର୍କରେ ସୂଚନା ଦିଆଯାଇଛି ।
୨୦୦୯ରେ ଏ ଆର୍ ରହେମାନ୍ ‘ସ୍ଲମ୍ ଡଗ୍ ମିିଲଏନର୍’ ଫିଲ୍ମ ପାଇଁ ଦୁଇଟି ଓସ୍କାର ଆଓ୍ଵାର୍ଡ ଲାଭ କରି ଦେଶ ପାଇଁ ଗୌରବ ଆଣିଥିଲେ । ୮୯ତମ ଓସ୍କାର ପୁରସ୍କାର ସମାରୋହରେ ତାଙ୍କ ସ୍ୱରବଦ୍ଧିତ ‘ଜୟ ହୋ’ ଗୀତକୁ ଶ୍ରେଷ୍ଠ ଓରିଜିନାଲ୍ ସ୍କୋର୍ ଏବଂ ଓରିଜିନାଲ୍ ଗୀତ ଭାବେ ବିବେଚିତ କରାଯାଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/12/rahman-oscar-story_647_121416081812.jpg)