କନକ ବ୍ୟୁରୋ: ଦିଲ୍ଲୀ ପୋଲିସକୁ ମିଳିଛି ବଡ ସଫଳତା । ପୋଲିସ ହାତରେ ଲାଗିଲା ମୋଷ୍ଟ ୱାଂଟେଡ ଆତଙ୍କବାଦୀ । ଅନେକ ଦିନର ଛକାପଂଝା ପରେ ସିମି ଓ ଇଣ୍ଡିଆନ ମୁଜାହିଦ୍ଦିନ ଆତଙ୍କବାଦୀ ସଂଗଠନର ପ୍ରତିଷ୍ଠାତା ଅବଦୁଲ ସୁଭାନ କୁରେସିକୁ ଗିରଫ କରିଛି ଦିଲ୍ଲୀ ପୋଲିସ । ୨୦୦୮ ଜୁଲାଇ ୨୬ରେ ଗୁଜରାଟ ଅହମ୍ମଦାବାଦରେ ସିରିଜ ବୋମା ବିସ୍ଫୋରଣର ମାଷ୍ଟରମାଇଣ୍ଡ ଥିଲା କୁରେସି ।
୨୧ଟି ବୋମା ବିସ୍ଫୋରଣ କରିବା ପରେ ଆମେରିକାର ଜଣେ ବ୍ୟକ୍ତି ନାଁରେ ଏକ ଟିଭି ଚ୍ୟାନେଲକୁ ଇ-ମେଲ କରିଥିଲା କ୍ୟୁରେସି । ସେବେଠାରୁ ଗୁଜରାଟ ପୋଲିସର ମୋଷ୍ଟ ୱାଂଟେଡ ତାଲିକାରେ ଥିଲା କୁରେସି ।
ସେହିପରି ଦିଲ୍ଲୀ, ବେଙ୍ଗାଳୁରୁ ଓ ମୁମ୍ବାଇ ଟ୍ରେନ ବୋମା ବିସ୍ଫୋରଣର ମଧ୍ୟ ସେ ଥିଲା ପ୍ରମୁଖ ଷଡଯନ୍ତ୍ରକାରୀ । ୨୦୦୮ରୁ ଗୁଜରାଟ ଏଟିଏସ ଓ ଅହମ୍ମଦାବାଦ କ୍ରାଇମବ୍ରାଂଚ ପୋଲିସ ଦିଲ୍ଲୀ ପୋଲିସ ସହ ମିଶି କୁରେସୁକୁ ଖୋଜୁଥିଲେ । ଶେଷରେ ପୋଲିସ ହାତରେ ଲାଗିଛି ଏହି ଦୁର୍ଦ୍ଦାନ୍ତ ଆତଙ୍କବାଦୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/01/abdul-subhan-quereshi_650x400_51516601048.jpg)