ଶତ୍ରୁର ନିଦ ହଜାଇ ଦିଏ । ଗ୍ରେନେଡ ଲଞ୍ଚର୍ସ ଯାହା ଶତ୍ରୁକୁ ଥରାଏ । ଆପଣ ଜାଣିଛନ୍ତି କେତେ ପ୍ରକାର ରହିଛି ଗ୍ରେନେଡ ଲଞ୍ଚର୍ସ । ପଢନ୍ତୁ …

158

କନକ ବ୍ୟୁରୋ : ଭାରତୀୟ ସେନା, ଅର୍ଦ୍ଧସାମରିକ ବଳ ଏବଂ ସ୍ୱତନ୍ତ୍ର ଫୋର୍ସଙ୍କ ପାଖରେ ଦୁଇ ପ୍ରକାରର ଗ୍ରେନେଡ ଲଞ୍ଚର୍ସ ରହିଛି । ଗୋଟିଏ ବନ୍ଧୁକ ଭଳି ଫାୟାରିଂ କରିଥାଏ । ଅର୍ଥାତ ଛଅ ରାଉଣ୍ଡ ଜୋରଦାର ଫାୟାରିଂ କରେ । ଦ୍ୱିତୀୟଟି ଆସଲ୍ଟ ରାଇଫଲ ଭଳି, ଏହାର ବ୍ୟାରେଲ ତଳେ ଗ୍ରେନେଡକୁ ସେଟ କରାଯାଇପାରିବ । ଏହାର ଅର୍ଥାତ କ୍ଲୋଜ୍ କମ୍ବାଟ ହେଉ କିମ୍ବା ଦୂରରେ ଶତ୍ରୁ ଉପରେ ଆକ୍ରମଣ ପାଇଁ ଉଭୟ ସର୍ବକୃଷ୍ଟ । ପ୍ରଥମ ମଲ୍ଟି ଗ୍ରେନେଡ୍ ଲଞ୍ଚର୍ସଟି ୪୦ ମିମିର ହୋଇଥିବା ବେଳେ ଦ୍ୱିତୀୟଟି ଏଆରଡିଇ ୪୦ମିମିର ୟୁବିଜିଏଲ ।

ଭାରତ ପାଖରେ ଯେଉଁ ମଲ୍ଟି ଗ୍ରେନେଡ୍ ଲଞ୍ଚର୍ସ ୪୦ ମିମି ରହିଛି ତାକୁ ମିଲକୋର ଏମଜିଏଲ କୁହାଯାଇଥାଏ । ୧୯୮୩ରେ ଏହା ସାରା ବିଶ୍ୱର ଅନେକ ଦେଶର ପ୍ରଥମ ପସନ୍ଦ ରହିଥିଲା । ଏହି ଗ୍ରେନେଡ ଲଞ୍ଚର୍ସ ଯୁଦ୍ଧ ସମୟରେ କେବଳ ବ୍ୟବହାର ହୋଇନଥାଏ । ଦଙ୍ଗାଠାରୁ ନେଇ ହିଂସା, ଭିଡ ନିୟନ୍ତ୍ରଣ ପାଇଁ ବିଭିନ୍ନ ପ୍ରକାରର ଗୋଳା ପକାଇବା ପାଇଁ ଏହାକୁ ବ୍ୟବହାର କରାଯାଇଥାଏ । ମଲ୍ଟି ଗ୍ରେନେଡ୍ ଲଞ୍ଚର୍ସ ୪୦ ମିମିର ଓଜନ ୫.୩ କିଲୋଗ୍ରାମ । ଏହାର ଲମ୍ବ ଷ୍ଟକ ସହ ୩୦.୬ ଇଞ୍ଚା ବିନା ଷ୍ଟକରେ ଏହାର ଲମ୍ବ ୨୨.୨ ଇଞ୍ଚ । ଏହାର ବ୍ୟାରେଲ ଅର୍ଥାତ ନଳିର ଲମ୍ବ ଦୁଇ ପ୍ରକାରର । ପ୍ରଥମଟି ୧୧.୮ ଇଞ୍ଚ ଦ୍ୱିତୀୟଟି ୭.୯ ଇଞ୍ଚ ।

ମିଲକୋର ଏମଜିଏଲରେ ଦୁଇ ପ୍ରକାରର ଗ୍ରେନେଡ ଲାଗିଥାଏ । ପ୍ରଥମଟି ୪୦x୪୬ ମିମି, ଦ୍ୱିତୀୟଟି ୪୦x୫୧ ମିମିର ଗ୍ରେନେଡ୍ । ଏମଜିଏଲ ରାପିଡ୍ ଫାୟାରିଂ ସମୟରେ ୩ ରାଉଣ୍ଡ ପ୍ରତି ସେକେଣ୍ଡରେ ଫାୟାର କରିଥାଏ । ସଷ୍ଟେଣ୍ଡ ମୋଡରେ ଏହା ୧୮ରୁ ୨୧ ରାଉଣ୍ଡ ପ୍ରତି ମିନିଟ ଫାୟାର କରିଥାଏ । ଭାରତରେ ଏହି ଅସ୍ତ୍ରକୁ ନ କିଣି ତିରୁଚିଲାପଲ୍ଲୀ ସ୍ଥିତ ଅର୍ଡିନେନ୍ସ କାରଖାନାରେ ତିଆରି କରାଯାଇଥାଏ ।

ଗୋଟିଏ ଭାରିଆଣ୍ଟର ଫାୟାରିଂ ରେଞ୍ଜ ୪ ଶହ ମିଟର ଥିବା ବେଳେ ଦ୍ୱିତୀୟଟିର ଫାୟାରିଂ ରେଞ୍ଜ ୮ ଶହ ମିଟର । ଏହାର ଅର୍ଥ ଯେତେବେଳେ ଏହି ଗୋଳା ପକାଯାଇଥାଏ ସେତେବେଳେ ଏହା ସଠିକ ଭାବେ ସେହି ଅଞ୍ଚଳକୁ ଟାର୍ଗେଟ କରିଥାଏ । ଏହି ଗୋଳା ୭୫ମିଟର ପ୍ରତି ସେକେଣ୍ଡ ଏବଂ ୧୨୫ ମିଟର ପ୍ରତି ସେକେଣ୍ଡ ଗତିରେ ଯାଇଥାଏ । ତେଣୁ ଶତ୍ରୁ ବଞ୍ଚିପାରିବ ନାହିଁ । ମଜାର ବିଷୟ ହେଉଛି ଏଥିରେ କୌଣସି ମ୍ୟାଗଜିନ ରହିନଥାଏ । ଗୋଟିଏ ରିଭଲଭରରେ ଯେଉଁଭଳି ଗୁଳିର ଚାମ୍ବର ଥାଏ ଯେଉଁଥିରେ ୬ ରାଉଣ୍ଡ ଗୁଳି ଥାଏ ସେହିଭଳି ଏଥିରେ ବ୍ୟବସ୍ଥା ଥାଏ । ଗୋଟିଏ ଗୋଳା ଫାୟାର ହେବା ପରେ ରିଭଲଭରର ରାଉଣ୍ଡ ଚାମ୍ବର ବୁଲିଯାଇଥାଏ । ଅର୍ଥାତ ଆପଣ ୬ରୁ ୮ ସେକେଣ୍ଡରେ ୬ ରାଉଣ୍ଡ ଗୁଳି ଚଳାଇପାରିବେ । ଏହି ଅସ୍ତ୍ରର ଉପଯୋଗ ବିଶ୍ୱର ଏକ ଡଜନରୁ ଅଧିକ ଦେଶ କରିଥାନ୍ତି ।

ଦ୍ୱିତୀୟ ଗ୍ରେନେଡ ଲଞ୍ଚର୍ସ ଯାହାର ବ୍ୟବହାର ଭାରତୀୟ ସେନା କରିଥାଏ ତାର ନାଁ ହେଉଛି ଏଆରଡିଇ ୪୦ମିମିର ୟୁବିଜିଏଲ । ଏହା ୪୪ ମିଲିମିଟର ଅଣ୍ଡର ବ୍ୟାରେଲ ଗ୍ରେନେଡ ଲଞ୍ଚର । ଏହାକୁ ଆସଲ୍ଟ ରାଇଫର ନଳି ତଳେ ଲଗାଇ ତାର ଶକ୍ତିକୁ ବୃଦ୍ଧି କରାଯାଇଥାଏ । ଭାରତୀୟ ସେନା ଏହାର ବ୍ୟବହାର କରିଥାଏ । ୨୦୧୦ରେ ଭାରତୀୟ ସେନା ପାଖରେ ଏହା ସେବା ଦେଇଆସୁଛି ।

ଏହି ଗ୍ରେନେଡକୁ ଆର୍ମମେଣ୍ଟ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ଏଷ୍ଟାବ୍ଲିସମେଣ୍ଟ ଏବଂ ତିରୁଚିରାପଲ୍ଲୀରେ ଥିବା ଅର୍ଡିନାନ୍ସ କାରଖାନାରେ ମିଳିତ ଭାବେ ତିଆରି କରାଯାଇଥାଏ । ୨୦୧୯ରେ ଏହାର ୧୦ ହଜାର ୟୁନିଟ ଭାରତୀୟ ସେନାକୁ ଦିଆଯାଇସାରିଛି । ଏହା ୧.୫ କିଲୋଗ୍ରାମର ଆଟାଚମେଣ୍ଟ ଗ୍ରେନେଡ ଲଞ୍ଚର । ଏହାର ଲମ୍ବ ୪୫୦ ମିଲିମିଟର । ଏହାର ବ୍ୟାରେଲର ଲମ୍ବ ୩୫୦ ମିଲିମିଟର । ଏଥିରେ ୪୦x ୪୬ ମିଲିମିଟର ଗୁଳି ଲାଗିଥାଏ । ଏହି ଲଞ୍ଚର୍ସରୁ ଗୋଟିଏ ମିନିଟରେ ୫ରୁ ୭ଟି ଗୁଳି ଚଳାଇପାରିବେ । ଏହାର ଗତି ପ୍ରତି ସେକେଣ୍ଡରେ ୨୫୦ ଫୁଟ । ଅର୍ଥାତ ପ୍ରତି ସେକେଣ୍ଡରେ ଏହା ୭୬ ମିଟର ଗତି କରିଥାଏ । ଏଥିରେ ଆପଣ ୨୮ରୁ ୪୦୦ ମିଟର ଦୂର ଯାଏ ଲକ୍ଷ୍ୟଭେଦ କରିପାରିଥାଏ । ଏପଟେ ଗୁଳି ଫୁଟିବା ମାତ୍ରେ ସେପଟେ ଶତ୍ରୁ ନିପାତ । ଭାରତରେ ଏହି ଅସ୍ତ୍ରର ବ୍ୟବହାର ପ୍ରଥମେ ବିଏସଏଫ କରିଥିଲା ।