କନକ ବ୍ୟୁରୋ: ପ୍ୟାରିସ ଅଲମ୍ପିକ ୨୦୨୪ । ବିଜୟ ସହ ଅଭିଯାନ ଆରମ୍ଭ କଲା ଭାରତ । ପୁଲ - ବି ର ଖେଳାଯାଇଥିବା ଏକ ମ୍ୟାଚରେ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ୩-୨ ଗୋଲରେ ବିଜୟ ହାସଲ କରିଛି । ଏକଦା ୧-୦ ଗୋଲରେ ପଛରେ ଥିବା ଭାରତ ବ୍ୟାକ୍ ଟୁ ବ୍ୟାକ୍ ଦୁଇଟି ଗୋଲ କରି ୨-୧ ରେ ଲିଡ୍ କରିଥିଲା ପରବର୍ତ୍ତୀ ସମୟରେ ନ୍ୟୁଜିଲାଣ୍ଡ କମବ୍ୟାକ କରିବା ସହ ସ୍କୋର ୨-୨ ରେ ବରାବର ରହିଥିଲା । ମ୍ୟାଚର ଶେଷ କ୍ଵାର୍ଟରରେ ଭାରତକୁ ମିଳିଥିବା ଏକ ପେନାଲ୍ଟି ଷ୍ଟ୍ରୋକକୁ ଅଧିନାୟକ ହରମନପ୍ରୀତ ସିଂ ଗୋଲରେ ପରିଣତ କରାଇବା ସହ ଭାରତକୁ ୩-୨ ଗୋଲରେ ବିଜୟୀ କରାଇଛନ୍ତି । ପରବର୍ତ୍ତୀ ମ୍ୟାଚରେ ଜୁଲାଇ ୨୯ ତାରିଖରେ ଆର୍ଜେଣ୍ଟିନାକୁ ଭେଟିବ ଭାରତ ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us