ଟୋକିଓରେ ଭାରତୀୟ ପୁରୁଷ ହକି ଦଳର ଦମଦାର ପ୍ରଦର୍ଶନ । ଚମକିଲେ ଦୁଇ ଓଡିଆ ଖେଳାଳି ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହି ଦାସ ।

306

କନକ ବ୍ୟୁରୋ: ଟୋକିଓରେ ଦେଖିବାକୁ ମିଳିଛି ଦୁଇ ଓଡ଼ିଆଙ୍କ ଦମଦାର ପ୍ରଦର୍ଶନ । ଗୋଲ କରିବାରେ ସମର୍ଥ ହୋଇନାହାନ୍ତି ସତ, କିନ୍ତୁ ଏକାଧିକ ଗୋଲ ଅଟକାଇ ଭାରତୀୟ ପୁରୁଷ ହକି ଦଳର ପ୍ରଦର୍ଶନରେ ଶ୍ରେଷ୍ଠ ଯୋଗଦାନ ଦେଇଛନ୍ତି ଉପ-ଅଧିନାୟକ ବୀରେନ୍ଦ୍ର ଲାକ୍ରା ଏବଂ ଅମିତ ରୋହିଦାସ ।

ଆଜି ପୁରୁଷ ହକିରେ ବିଜୟରୁ ଅଲିମ୍ପିକ୍ସ ଅଭିଯାନ ଆରମ୍ଭ କରିଛି ଭାରତ । ପ୍ରଥମ ମୁକାବିଲାରେ ନ୍ୟୁଜିଲାଣ୍ଡକୁ ୩-୨ରେ ପରାସ୍ତ କରିଛି । ତେବେ ଆଜି ଭାରତ ବିଜୟର ହିରୋ ଥିଲେ ହରମନପ୍ରୀତ , ସେ ଏହି ମ୍ୟାଚରେ ଦୁଇଟି ଗୋଲ ଦେଇଥିଲେ ଓ ରୁପେନ୍ଦ୍ର ପାଲ ସିଂହ ଗୋଟିଏ ଗୋଲ ଦେଇଥିଲେ  ।

ପ୍ରଥମ କ୍ୱାର୍ଟରରେ ୧-୧ରେ ସ୍ଥିତି ବରାବର ଥିଲା । ଦ୍ୱିତୀୟ କ୍ୱାର୍ଟରରେ ଆଉ ଏକ ଗୋଲ ଦେଇଥିଲା ଭାରତ  । ତୃତୀୟ କ୍ୱାର୍ଟରର ଆରମ୍ଭରୁ ହରମନପ୍ରୀତ ପେନାଲ୍ଟିର ଫାଇଦା ଉଠାଇ ଆଉ ଏକ ଗୋଲ ଦେଇ ୩-୧ରେ ଦଳକୁ ଆଗୁଆ କରିଥିଲେ  । ହେଲେ ତୃତୀୟ କ୍ୱାର୍ଟର ଶେଷ ବେଳକୁ ପ୍ରଥମ ଫିଲ୍ଡ ଗୋଲ କରି ଆଉ ଏକ ଗୋଲ ଦେଇଥିଲା ନ୍ୟୁଜିଲାଣ୍ଡ , ଫଳରେ ମ୍ୟାଚ ୨-୩ ସ୍ତରକୁ ଆସିଥିଲା  । ଶେଷ କ୍ୱାର୍ଟର ସୁଦ୍ଧା ଭାରତ ୩-୨ରେ ଆଗୁଆ ରହି ରୋମାଞ୍ଚକର ବିଜୟ ହାସଲ କରିଥିଲା ।