କନକ ବ୍ୟୁରୋ : କରୋନାର ଦ୍ୱିତୀୟ ଲହର ନେଲାଣି ୫୯୪ ଡାକ୍ତରଙ୍କ ଜୀବନ । ଇଣ୍ଡିଆନ ମେଡିକାଲ ଆସୋସିଏସନ ପକ୍ଷରୁ ଜାରି ତଥ୍ୟରେ ଏହା ଦର୍ଶାଇଛି । ଏମାନଙ୍କ ମଧ୍ୟରୁ ଦିଲ୍ଲୀରେ ସର୍ବାଧିକ ୧୦୭ ଜଣ ଡାକ୍ତର ପ୍ରାଣ ହରାଇଛନ୍ତି । ସେହିଭଳି ବିହାରରେ ୯୬ ଓ ଉତରପ୍ରଦେଶରେ ୬୭ ଜଣ ଡାକ୍ତରଙ୍କ ଜୀବନ ଯାଇଛି । ରାଜସ୍ଥାନରେ ୪୩ ଜଣ ଓ ଝାଡଖଣ୍ଡରେ ୩୯ ଜଣ ଡାକ୍ତର ପ୍ରାଣ ହରାଇଛନ୍ତି । ଆନ୍ଧ୍ର ଓ ତେଲେଙ୍ଗାରେ ୨୫ ଜଣ ଲେଖାଁଏ ଡାକ୍ତରଙ୍କ ଜୀବନ ନେଇଛି କରୋନାର ଦ୍ୱିତୀୟ ଲହର ।
ପଶ୍ଚିମବଙ୍ଗରେ ୨୫ ଜଣ ପ୍ରାଣ ହରାଇଥିବାବେଳେ ଓଡିଶାରେ ପ୍ରାଣ ହରାଇଛନ୍ତି ୨୨ ଜଣ । କରୋନାରେ ଲୋକଙ୍କ ଜୀବନ ରକ୍ଷା କରିବା ପାଇଁ ଦିନରାତି କାମ କରୁଛନ୍ତି ଡାକ୍ତର । ପ୍ରଥମ ଲହର ଅପେକ୍ଷା ଦ୍ୱିତୀୟ ଲହର ଅଧିକ ଘାତକ ଓ ସଂକ୍ରାମକ ହୋଇଛି । କରୋନା ବିରୋଧରେ ସବୁଠୁ ଆଗରେ ରହି ଯୁଦ୍ଧ ଲଢୁଛନ୍ତି ଡାକ୍ତର । ନିଜ ଜୀବନକୁ ପାଣି ଛଡ଼ାଇ ଅତି ନିସ୍ୱାର୍ଥପର ଭାବେ ଏହି ଭୂତାଣୁ କବଳରୁ ରକ୍ଷା କରିବା ପାଇଁ ସେବା ଯୋଗାଇ ଆସୁଛନ୍ତି । ଟିକା ଆସିବା ମାତ୍ରେ ପ୍ରଥମେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯିବାର ବ୍ୟବସ୍ଥା କରାଯାଇଥିଲା ।
Indian Medical Association (IMA) says 594 doctors died during the second wave of COVID-19 pic.twitter.com/rbFbwhgL55
— ANI (@ANI) June 2, 2021
ଦ୍ୱିତୀୟ ଲହର : ୫୯୪ ଡାକ୍ତରଙ୍କ ମୃତ୍ୟୁ
ଦିଲ୍ଲୀ - ୧୦୭
ବିହାର - ୯୬
ୟୁପି - ୬୭
ରାଜସ୍ଥାନ - ୪୩
ଝାଡଖଣ୍ଡ - ୩୯
ଆନ୍ଧ୍ର - ୩୨
ପଶ୍ଚିମବଙ୍ଗ - ୨୫
ଓଡିଶା - ୨୨