ତେଜୁଛି କୋଲକାତା ନିଆଁ; ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ୨୪ ଘଣ୍ଟିଆ ଧର୍ମଘଟ ଆହ୍ୱାନ ଦେଲେ ଭାରତୀୟ ମେଡିକାଲ ସଂଘ

ତେଜୁଛି କୋଲକାତା ନିଆଁ; ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ୨୪ ଘଣ୍ଟିଆ ଧର୍ମଘଟ ଆହ୍ୱାନ ଦେଲେ ଭାରତୀୟ ମେଡିକାଲ ସଂଘ

କନକ ବ୍ୟୁରୋ: କୋଲକାତାର ଆରଜି କର ହସ୍ପିଟାଲରେ ଟ୍ରେନି ଡାକ୍ତରଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା ଘଟଣାକୁ ନେଇ ସାରା ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହାରି ଭିତରେ ଭାରତୀୟ ମେଡିକାଲ ସଂଘ ଧର୍ମଘଟ ଡାକରା ଦେଇଛି। ଫଳରେ କୋଲକାତା ସମେତ ଦେଶର ବିଭିନ୍ନ ହସ୍ପିଟାଲରେ ଡାକ୍ତରୀ ସେବା ବନ୍ଦ ରହିବାର ଆଶଙ୍କା ଉପୁଜିଛି। ଆଇଏମଏ ତରଫରୁ ଅଗଷ୍ଟ ୧୭ରୁ ୧୮ ତାରିଖ ପର୍ୟ୍ୟନ୍ତ ଦେଶବ୍ୟାପୀ ଧର୍ମଘଟ ଡାକରା ଦିଆଯାଇଛି। ଏହି ସମୟ ମଧ୍ୟରେ ଓପିଡି ଓ ଇଲେକ୍ଟିଭ ସର୍ଜରୀ ସେବା ବନ୍ଦ ରହିବ।

ଏହା ପୂର୍ବରୁ ଫେଡେରେସନ୍ ଅଫ୍ ରେସିଡେଣ୍ଟ ଡକ୍ଟର୍ସ ଆସୋସିଏସନ୍ ପକ୍ଷରୁ ମଧ୍ୟ ଧର୍ମଘଟର ଡାକ୍ତର ଦିଆଯାଇଛି। ସେପଟେ ବୁଧବାର ରାତିରେ ହୋଇଥିବା ହିଂସାତ୍ମକ ବିକ୍ଷୋଭ ଓ ଭଙ୍ଗାରୁଜା ପରେ ମାମଲା ଆହୁରି ଜଟିଳ ହୋଇଛି। ଘଟଣାର ତଦନ୍ତ ପାଇଁ ସିବିଆଇର ଏକ ଟିମ୍ କୋଲକାତା ଯାଇଛି। ଆଉ ଗୁରୁବାର ସିବିଆଇ ମୃତ ଟ୍ରେନି ଡାକ୍ତରଙ୍କ ତିନିଜଣ ବ୍ୟାଚମେଟଙ୍କୁ ପଚରାଉଚରା କରିଥିବା ବେଳେ ଅଧିକ ପଚରାଉଚରା ପାଇଁ ଆରଜି କର ମେଡିକାଲ କଲେଜର ଅଧ୍ୟକ୍ଷା ସୁରିତା ପାଲଙ୍କୁ ସିଜିଓ କମ୍ପ୍ଲେକ୍ସକୁ ନେଇଥିଲା। ଅନ୍ୟପଟେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ସାରା ଦେଶରେ ଆକ୍ରୋଶ ଦେଖିବାକୁ ମିଳିଛି। ନ୍ୟାୟ ଦାବିରେ ଆରଜି କର ମେଡିକାଲ ପରିସରରେ ନର୍ସିଂ ଷ୍ଟାଫ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଡାକ୍ତରୀ ଛାତ୍ରଛାତ୍ରୀମାନେ ମଧ୍ୟ ବିରୋଧ ପ୍ରଦର୍ଶନ କରି ଅଭିଯୁକ୍ତଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ ଦଣ୍ଡ ଦେବାକୁ ଦାବି କରିଛନ୍ତି । ଆରଜି କର ମେଡିକାଲ କଲେଜର ପ୍ରିନ୍ସିପାଲଙ୍କ କାର୍ୟ୍ୟାଳୟକୁ ଘେରାଉ କରିଛନ୍ତି ଡାକ୍ତରୀ ଛାତ୍ରଛାତ୍ରୀ । ଅଭିଯୁକ୍ତଙ୍କୁ କଠୋରରୁ କଠୋର ଦଣ୍ଡ ଦେବା ସହ ସ୍ୱାସ୍ଥ୍ୟ ସେବାରେ ଥିବା କର୍ମଚାରୀଙ୍କୁ ସୁରକ୍ଷା ସୁନିଶ୍ଚିତ କରିବାକୁ ଦାବି କରିଛନ୍ତି । ସେପଟେ ଆରଜି କଲେଜରେ ଭଙ୍ଗାରୁଜା ଘଟଣାରେ ଆହୁରି ୩ ଜଣଙ୍କୁ ପୁଲିସ ଗିରଫ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe