ପ୍ରାଇମେରୀ ସ୍କୁଲକୁ ପ୍ରଥମେ ଖୋଲିବାକୁ ନିଆଯାଉ ପଦକ୍ଷେପ । ସ୍କୁଲ ଖୋଲିବା ନେଇ କେନ୍ଦ୍ରକୁ ପ୍ରସ୍ତାବ ଦେଲେ ବିଶେଷଜ୍ଞ ।

383

କନକ ବ୍ୟୁରୋ : ସ୍କୁଲ ଖୋଲିବା ସପକ୍ଷରେ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଲେ ବିଶେଷଜ୍ଞ । କହିଲେ ଛୋଟ ପିଲାଙ୍କୁ ଟିକାକରଣ ଯାଏଁ ଅପେକ୍ଷା କରିବା ଅନୁଚିତ । ତୃତୀୟ ଲହରରେ ଛୋଟ ପିଲା କରୋନାରେ ସଂକ୍ରମିତ ହେବା ଆଶଙ୍କା କାରଣରୁ ସ୍କୁଲ ଖୋଲିବା ନିଷ୍ପତ୍ତି ଝୁଲି ରହିଛି । ଏହି ସମୟରେ ସ୍କୁଲ ସହ ପ୍ରାଥମିକ ସ୍କୁଲ ଖୋଲିବାକୁ ସରକାରଙ୍କୁ ସୁପାରିଶ କରିଛି, ଇଣ୍ଡିଆନ ଆସୋସିଏସନ୍ ଅଫ ପ୍ରିଭେନଟିଭ ଆଣ୍ଡ ସୋସିଆଲ ମେଡିସିନ୍ । ବଡ ବଡ ବିଶେଷଜ୍ଞଙ୍କୁ ନେଇ ଗଠିତ ଏହି ସଂଘ, ପିଲାଙ୍କ ପାଠ ପଢାକୁ ବନ୍ଦ କରି ଛୋଟ ପିଲାଙ୍କୁ ଟିକାକରଣ ଯାଏଁ ଅପେକ୍ଷା କରିବା ଅନୁଚିତ ବୋଲି ମତ ଦେଇଛି । ଦେଖନ୍ତୁ ନିଜ ସୁପାରିଶରେ କଣ କହିଛି ଏହି ଡାକ୍ତରୀ ସଂଘ ।

୧- ସ୍ୱାସ୍ଥ୍ୟ ମନ୍ତ୍ରାଳୟ, ଆଇସିଏମଆର ଓ ନୀତି ଆୟୋଗଙ୍କୁ ଲିଖିତ ପ୍ରସ୍ତାବ ଦେଇ ଶୀଘ୍ର ପଦକ୍ଷେପ ନେବାକୁ ଅନୁରୋଧ 

୨- ବଡ ପିଲାଙ୍କ ଭଳି ଛୋଟ ପିଲାଙ୍କ ପାଖରେ ମଧ୍ୟ ରୋଗ ପ୍ରତିରୋଧକ ଶକ୍ତି ରହିଛି 

୩- ଛୋଟପିଲା କରୋନା ମୁକାବିଲା କରିବାରେ ସକ୍ଷମ, ତେଣୁ ପିଲାଙ୍କୁ କରୋନା ପାଇଁ ପାଠ ପଢାରୁ ବଞ୍ଚିତ କରାଯିବା ଉଚିତ ନୁହେଁ 

୪- ସ୍କୁଲ ଖୋଲିଲେ କେଉଁ ବିଷୟ ପ୍ରତି ଧ୍ୟାନ ଦେବାକୁ ହେବ ସେନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦିଆଯାଇଛି 

୫-କ୍ଲାସ ରୁମରେ ପର୍ଯ୍ୟାପ୍ତ ବାୟୁ ଚଳାଚଳ ଉପରେ ଗୁରୁତ୍ୱ  

୬-ସକାଳୁଆ ପ୍ରାର୍ଥନା ସଭା ପାଇଁ ଏକାଠି ହେବା ଉପରେ ବାରଣ  

୭-କରୋନା ସଂକ୍ରମିତଙ୍କୁ ଚିହ୍ନଟ ପାଇଁ ଶିକ୍ଷକଙ୍କୁ ତାଲିମ ଦେବା 

୮-ଶ୍ରେଣୀ ଗୃହରେ ମାସ୍କ ପରିଧାନ ଓ ସାମାଜିକ ଦୂରତା ରକ୍ଷା 

୯- ସ୍କୁଲ ଓ ସ୍ଥାନୀୟ ସ୍ୱାସ୍ଥ୍ୟ କେନ୍ଦ୍ର ମଧ୍ୟରେ ସମନ୍ୱୟ 

କରୋନା ଯୋଗୁଁ ସ୍କୁଲ ବନ୍ଦ ହେବା ପରେ ଏବେ ଅନଲାଇନରେ ପିଲାଙ୍କୁ ଶିକ୍ଷାଦାନ ଦିଆଯାଉଛି । ହେଲେ ଏହା ସବୁ ପିଲାଙ୍କ ପାଖରେ ପହଞ୍ଚି ପାରୁ ନାହିଁ କି ଶ୍ରେଣୀଗୃହରେ ପାଠ ପଢାର ବିକଳ୍ପ ହୋଇପାରି ନାହିଁ । ତେଣୁ କୋଭିଡ କଟକଣା ଭିତରେ ସ୍କୁଲ ଖୋଲିବାକୁ ବିଶେଷଜ୍ଞ ମତ ରଖୁଛନ୍ତି ।