ଆପଣ ବଲିଉଡ୍ ସିନେମା ଓ.ଏମ୍.ଜି ତ ଦେଖିଥିବେ । ଏହି ସିନେମାରେ ଅଭିନେତା ପରେଶ୍ ରାୱଲ ଭଗବାନଙ୍କ ଉପରେ କେସ୍ କରିଥିବା ଭଳି ଦୃଶ୍ୟ ସାମ୍ମାକୁ ଆସିଥିଲା । ଏହା ତ ଏକ ୨ ଘଣ୍ଟିଆ ସିନେମା ଥିଲା କିନ୍ତୁ ଭାବନ୍ତୁ ଯଦି ଏଭଳି କିଛି ଘଟଣା ସତରେ ହୁଏ ତେବେ ପରିସ୍ଥିତି କେତେ ରୋମାଞ୍ଚକର ହେବ । ତେବେ ଏଭଳି ଘଟଣା ଏବେ ସତରେ ଘଟିଛି ଆଜ୍ଞା ।
ଗଣମାଧ୍ୟମ ରିପୋର୍ଟ ଅନୁସାରେ ଏହି ଘଟଣା ମଧ୍ୟପ୍ରଦେଶର ସାଜାପୁର ଜିଲ୍ଲାରେ ଘଟିଛି । ଏଠାକାର ଜଣେ ଯୁବକ ଭୀଷଣ ଗରମରେ ବ୍ୟତିିବସ୍ତ ହୋଇ ଶେଷରେ ସୂର୍ଯ୍ୟଦେବଙ୍କ ଉପରେ ହିଁ କେସ୍ କରିଦେଇଛି । ତେବେ ଏହି ବ୍ୟକ୍ତିଙ୍କ ନା ଶିବପାଲ ସିଂହ ବୋଲି କୁହାଯାଉଛି । ଶିବପାଲ ସାଜାପୁର ଥାନାକୁ ଯେତେବେଳେ ସୂର୍ଯ୍ୟଦେବଙ୍କ ବିରୁଦ୍ଧରେ କେସ୍ ନେଇ ଗଲେ ସେତେବେଳେ ଥାନାଧିକାରୀଙ୍କ ପରିସ୍ଥିତି ଠିକ୍ ସେହିଭଳି ଥିଲା ଯେମିତି ଓଏମଜି ସିନେମାରେ କାଞ୍ଚିଲାଲଙ୍କ କଥା ଶୁଣି ଅନ୍ୟ ସଦସ୍ୟଙ୍କ ପରିସ୍ଥିତି । ଲୋକ ତାଙ୍କୁ ମଧ୍ୟ ମାନସିକ ସ୍ଥରରେ ଦୁର୍ବଳ ବୋଲି କହିଥିଲେ ।
ସୂର୍ଯ୍ୟଦେବଙ୍କ ବିରୁଦ୍ଧରେ ଏତଲା ଦେବାକୁ ଯାଇ ଶିବପାଲ ଲେଖିଥିଲେ ଯେ ମୁଁ ବିଗତ ଏକ ସପ୍ତାହ ଧରି ସୂର୍ଯ୍ୟଙ୍କ ପ୍ରଖର କିରଣରେ ବ୍ୟତିବ୍ୟସ୍ତ ହୋଇପଡିଲିଣି । ଶାରୀରିକ ଏବଂ ମାନସିକ ସ୍ତରରେ ମୁଁ ବହୁ କଷ୍ଟ ଭୋଗିଲିଣି । ଏଥିପାଇଁ ମୁଁ ଶ୍ରୀମାନ୍ ସୂର୍ଯ୍ୟନାରାୟଣଙ୍କୁ ଏଥିପାଇଁ ଦୋଷୀ ମାନୁଛି ଏବଂ ତାଙ୍କ ବିରୁଦ୍ଧରେ କୋର୍ଟ ଯେଭଳି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ସେଥିପାଇଁ ଅଗ୍ରଣୀ ଏତଲା ଜାରି କରୁଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/06/omg-omg-2.jpg)
/kanak/media/post_attachments/wp-content/uploads/2018/06/166407ef1adfb39634c004507b9d66c3-300x203.jpg)
/kanak/media/post_attachments/wp-content/uploads/2018/06/canicule_le_ccas_d_ajaccio_mobilise_pour_prevenir_tout_risque_pour_la_population_full_actu-300x200.jpg)