କନକ ବ୍ୟୁରୋ : ଖୁବଶୀଘ୍ର ଭାରତକୁ ଆସିବାକୁ ଯାଉଛି ୫ଟି ବ୍ରହ୍ମାସ୍ତ୍ର । ଭାରତୀୟ ସେନାରେ ଏହି ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ସାମିଲ ହେବା ପରେ ଶତ୍ରୁଠାରୁ ଖୁବ୍ ଅଧିକ ଶକ୍ତିଶାଳି ହୋଇଉଠିବ ଭାରତୀୟ ସେନା । ଏପରିତ କହିବାକୁ ଗଲେ ଭାରତୀୟ ସେନାରେ ସାମିଲ ହେବାକୁ ଥିବା ଅତ୍ୟାଧୁନିକ ଯୁଦ୍ଧାସ୍ତ୍ରର ତାଲିକା ବହୁତ ଲମ୍ବା ରହିଛି କିନ୍ତୁ ସେଥି ମଧ୍ୟରୁ ଏହି ୫ଟି ଯୁଦ୍ଧାସ୍ତ୍ର ସବୁଠୁ ଖାସ୍ ବୋଲି କୁହାଯାଉଛି । ଆଉ ସବୁଠୁ ବଡ କଥା ହେଉଛି ଏହି ସବୁ ଯୁଦ୍ଧାସ୍ତ୍ର ଅନ୍ୟ କୌଣସି ଦେଶରୁ ଆସିବ ନାହିଁ । ଭାରତ ନିଜେ ଏହି ବ୍ରହ୍ମାସ୍ତ୍ରକୁ ବନାଇବାକୁ ଯାଉଛି ।
/kanak/media/post_attachments/wp-content/uploads/2022/05/2-8-300x167.jpg)
ହାଇପରସୋନିକ୍ ଗ୍ଲାଇଡର ଭେଇକିଲ୍
ଭାରତ ହାଇପରସୋନିଜ ଗ୍ଲାଇଡର ହତିଆର ବନାଉଛୁ । ଡିଆରଡିଓ ପକ୍ଷରୁ ଏହାର ସଫଳ ପରୀକ୍ଷଣ ବି ହୋଇସାରିଛି । ବର୍ତ୍ତମାନ ଭାରତ ଯେଉଁ ହାଇପରସୋନିକ୍ ସ୍କ୍ରେମଜେଟ୍ ବିମାନ ତିଆରି କରୁଛି ତାର ମାରକ କ୍ଷମତା ବାବଦରେ ଜାଣିଲେ ଯେକେହି ବି ଥରିଉଠିବ । ଏହି ବିମାନର ଘଣ୍ଟାପ୍ରତି ବେଗ ୬୧୨୬ ରୁ ୧୨୨୫୧ ରହିବ । ଆକାଶର ଛାତି ଚିରି ଶତ୍ରୁ ଉପରେ ଅଚାନକ ଆକ୍ରମଣ କରି ଛାରଖାର କରିଦେବ । ଦରକାର ପଡିଲେ ଏହି ବିମାନକୁ ବୋମା ଆକାରରେ ମଧ୍ୟ ବ୍ୟବହାର କରାଯାଇପାରିବ ।
/kanak/media/post_attachments/wp-content/uploads/2022/05/20_22_325089484brahmos-2-ll-300x162.jpg)
ବ୍ରହ୍ମୋସ-୨
ଋଷ ଏବଂ ଭାରତ ମିଶି ବ୍ରହ୍ମୋସ-୨ ହାଇପରସୋନିକ୍ ମିଜାଇନ୍ ବନାଉଛି । ଏଥିରେ ବି ସେହି ସ୍କ୍ରେମଜେଟ୍ ଇଂଜିନ୍ ଲଗାଯିବ । ଯାହା ଏହାକୁ ତୀବ୍ର ଗତି ଦେବା ସହ ଏହାର ମାରକ କ୍ଷମତାକୁ ବୃଦ୍ଧି କରିବ । ଏହି ମିଜାଇଲର ରେଂଜ ୬ଶହ କିଲୋମିଟର ରହିବ । ଏହାର ଟପ୍ ସ୍ପିଡ୍ ୮,୫୭୫ କିଲୋମିଟର ପ୍ରତି ଘଣ୍ଟା ରହିବ । ଏହାକୁ ଜଳ, ସ୍ଥଳ ଏବଂ ଆକାଶ ମାର୍ଗରୁ ନିକ୍ଷେପ କରାଯାଇପାରିବ ।
/kanak/media/post_attachments/wp-content/uploads/2022/05/directed_energy_weapon_french_navy_image-300x169.jpg)
ଡାଇରେକ୍ଟେଡ୍ ଏନର୍ଜି ୱେପନ୍
ଡାଇରେକ୍ଟେଡ୍ ଏନର୍ଜି ୱେପନ୍ ଏପରି ଏକ ଅସ୍ତ୍ର, ଯାହା ଏକ ସ୍ୱତନ୍ତ୍ର ଶକ୍ତିକୁ ଟାର୍ଗେଟ କରିଥାଏ । ଖାସକରି ବିମାନ, ଯାହାଜ ଏବଂ ପଣ୍ଡୁବି ଆଦିକୁ ଟାର୍ଗେଟ୍ କରିଥାଏ । ଏହି ୱେପନ୍ ଟାର୍ଗେଟ କରିଥିବା ଅସ୍ତ୍ରକୁ ହୁଏତ ଧ୍ୱଂଶ କରିଦିଏ ନଚେତ୍ ତାର ଇଲୋକ୍ଟ୍ରୋନିକ୍, ସଂଚାର ସିଷ୍ଟମ୍, ନାବିଗେସନ୍ ପ୍ରଣାଳି ଆଦିକୁ ବେକାମୀ କରିଦେଇଥାଏ । ଯାହାଦ୍ୱାରା ବିମାନ କିମ୍ବା ଯାହାଜ ଦିଗହରା ହୋଇଯାଏ । ଏହି ୱେପନ୍ ଦ୍ୱାରା ଦୁଇପ୍ରକାର ଆକ୍ରମଣ କରାଯାଇପାରେ । ଲେଜର ଲାଇଟ୍ ଏବଂ ଇଲୋକ୍ଟ୍ରୋମ୍ୟାଗ୍ନେଟିକ୍ ତରଙ୍ଗ ଦ୍ୱାରା ଆକ୍ରମଣ କରାଯାଇଥାଏ ।
/kanak/media/post_attachments/wp-content/uploads/2022/05/download.jpg)
ନୌସୈନିକ ଡ୍ରୋନ୍
ଭାରତୀୟ ନୌସେନା ଯୁଦ୍ଧ ଯହାଜ ଉପରେ ନଜର ରଖିବା ପାଇଁ ବିଗତ କେଇ ବର୍, ହେବ ଡ୍ରୋନ ଦାବି କରିଆସୁଥିଲା । ଯାହାକୁ ଗତବର୍ଷ କେନ୍ଦ୍ର ସରକାର ମଞ୍ଜୁରୀ ଦେଇଛନ୍ତି । ଏଥିପାଇଁ ସରକାର ୧୩ଶହ କୋଟି ଟଙ୍କାର ମଞ୍ଜୁରୀ ପ୍ରଦାନ କରିଛନ୍ତି । ବର୍ତ୍ତମାନ ଭାରତରେ ଡ୍ରୋନ୍ ତିଆରି କାର୍ଯ୍ୟ ଆରମ୍ଭ ହୋଇଛି । ପୂର୍ବରୁ ଭାରତ ଆମେରିକାର ସି ଗର୍ଜିୟନ୍ ଡ୍ରୋନକୁ କିଣିବା ପାଇଁ ପ୍ରୟାସ କରୁଥିଲା । କିନ୍ତୁ ଏବେ ସ୍ୱଦେଶୀ ଡ୍ରୋନ୍ ଭାରତୀୟ ନୌସେନାରେ ଶତ୍ରୁର ଯୁଦ୍ଧ ବିମାନ ଉପରେ ନଜର ରଖିବ ।
/kanak/media/post_attachments/wp-content/uploads/2022/05/light_weith_tanks_gabriel-lenca_unsplash-300x169.jpg)
ହାଲୁକା ଟ୍ୟାଙ୍କ୍
ଭାରତୀୟ ସେନା ପୂର୍ବରୁ ଋଷର ହାଲୁକା ଟ୍ୟାଙ୍କ କିଣିବା ପାଇଁ ବିଚାର କରୁଥିଲା । କିନ୍ତୁ ବର୍ତ୍ତମାନ ଡିଆରଡିଓ ଅନ୍ୟ ଏକ କମ୍ପାନୀ ସହ ମିଶି ବଜ୍ର ତୋପକୁ ହଲୁକା ଟ୍ୟାଙ୍କରେ ପରିବର୍ତ୍ତନ କରିବାର ପ୍ରୟାସ କରୁଛି । ୧୫୫ ମିଲିମିଟର କ୍ୟାଲିବର ବିଶିଷ୍ଟ ବଜ୍ରକୁ ହାଲୁକା ଟ୍ୟାଙ୍କରେ ପରିଣତ କରିବା ପରେ ସେହି ଟ୍ୟାଙ୍କକୁ ଉଚ୍ଚ ସ୍ଥାନକୁ ନେଇ ମୁତୟନ କରାଯାଇପାରିବ ଏବଂ ଦରକାର ପଡିଲେ ଶତ୍ରୁ ଉପରେ ଆକ୍ରମଣ କରାଯାଇପାରିବ ।
/kanak/media/post_attachments/wp-content/uploads/2022/05/IAF_HAL_Light_Combat_Helicopter_ZF_4604-300x186.jpg)
ମଲ୍ଟି ରୋଲ ହେଲାକପ୍ଟର
ଭାରତୀୟ ମଲ୍ଟି ରୋଲ ହେଲିକପ୍ଟର ଏକ ମଧ୍ୟମ ଧରଣର ହେଲିକପ୍ଟର ହେବ । ଯାହାରୁ ହାଲ୍ ନିର୍ମାଣ କରୁଛି । କୁହାଯାଉଛି ୨୦୨୪-୨୫ ମଧ୍ୟରେ ଏହା ଉଡାରଣ ଭରିବା ପାଇଁ ସମ୍ଭାବନା ରହିଛି । ଏହାକୁ ଆକାଶ ମାର୍ଗରୁ ଆକ୍ରମଣ, ଆଣ୍ଟି ସରପେସ୍, ମିଲିଟାରି ଟ୍ରାନ୍ସପୋର୍ଟ ଏବଂ ଭିଆପି ଟ୍ରୋନ୍ସପୋର୍ଟ ପାଇଁ ବ୍ୟବହାର କରାଯାଇପାରିବ । ଏହି ହେଲିକପ୍ଟର ଭାରତୀୟ ସେନାରେ ସାମିଲ ହେବା ପରେ ଋଷରୁ ଆସିଥିବା ଏମଆଇ-୧୭ ଏବଂ ଏମଆଇ-୧୮କୁ ଧିରେ ଧିରେ ହଟାଇଦିଆଯିବ ।
ସବୁଠୁ ବଡ କଥା ହେଉଛି ଏହାକୁ ଉଡାଇବା ପାଇଁ ଦୁଇଟି ପାଇଲଟଙ୍କ ଆବଶ୍ୟକ ପଡିବ । ଏହା ଏକାଥରକେ ୨୪ ରୁ ୩୬ ସୈନିକଙ୍କୁ ନେଇଯାଇପାରିବ । କିମ୍ବା ୪୫୦୦ କଲୋଗ୍ରାମର ଓଜନ ନେଇ ଅତି ସହଜରେ ଉଡିପାରିବ । ଏହି ହେଲିକପ୍ଟର ଟପ୍ ସ୍ପିଡ୍ ଘଣ୍ଡା ପ୍ରତି ୩୦୦ କିମି ରହିବ । ତେବେ କୁହାଯାଇପାରିବ, ଏହି ଅସ୍ତ୍ରଶସ୍ତ୍ର ଭାରତୀୟ ସେନାରେ ସାମିଲ ହେଲେ ଭାରତ ଉପରେ କୌଣସି ଶତ୍ରୁ ରାଷ୍ଟ୍ର ଆଖି ଉଠାଇ ଦେଖିବା ପୂର୍ବରୁ ଶହେ ଥର ଭାବିବ ।
Follow Us